ETV Bharat / bharat

Earthquake in J&K: ଜମ୍ମୁ କାଶ୍ମୀରର ରଜୌରୀରେ ଭୂକମ୍ପ ଝଟକା

author img

By

Published : Aug 17, 2023, 8:43 AM IST

ରଜୌରୀରେ 3.6 ତୀବ୍ରତାରେ ଭୂକମ୍ପ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା। ଅଧିକ ପଢନ୍ତୁ

earthquake hits jammu and kashmir
earthquake hits jammu and kashmir

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା । ଆଜି (ଗୁରୁବାର) ସକାଳ ସମୟରେ ଜମ୍ମୁ କାଶ୍ମୀରର ରଜୌରୀରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପର ତୀବ୍ରତା 3.6 ରେକର୍ଡ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-Earthquake: ଦିଲ୍ଲୀ,ଏନସିଆର ଓ ଜମ୍ମୁ କାଶ୍ମୀରରେ ଭୂମିକମ୍ପ ଝଟକା

ଏନସିଏସ ସୂଚନା ଅନୁଯାୟୀ, ଆଜି ଭୋର 3ଟା 49 ମିନିଟ ସମୟରେ ଜମ୍ମୁ କାଶ୍ମୀରରେ 3.6 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ଗଭୀରତା 10 କିଲୋମିଟର ରେକର୍ଡ କରାଯାଇଛି । ଭୂକମ୍ପର ଅକ୍ଷାଂଶ 33.33 ଏବଂ ଦ୍ରାଘିମା 74.20 ରହିଛି । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପ ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା।

ଏହା ମଧ୍ୟ ପଢନ୍ତୁ-ଭୂମିକମ୍ପରେ ଥରିଲା ଭାରତର ଭୂସ୍ବର୍ଗ

ଅଗଷ୍ଟ 5 ତାରିଖରେ ଜମ୍ମୁ-କାଶ୍ମୀରର ଗୁଲମାର୍ଗରେ 5.2 ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଉତ୍ତର-ଉତ୍ତର-ପଶ୍ଚିମର ୧୮୪ କିଲୋମିଟର ଦୂରରେ ରହିଥିଲା । ଏହାର ଗଭୀରତା 129କିମି ରେକର୍ଡ କରାଯାଇଥିଲା । ଏହାପରେ ଅଗଷ୍ଟ 6 ତାରିଖରେ ଜମ୍ମୁ-କାଶ୍ମୀର ସମେତ ଦିଲ୍ଲୀ ଓ ଏହାର ଉପକଣ୍ଠ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଜୁଲାଇ 4ରେ କାର୍ଗିଲ ଜିଲ୍ଲାର ଲଦାଖରେ 4.7 ତୀବ୍ରତାର ଭୂକମ୍ପ ହୋଇଥିଲା । ଏହି ଭୂମିକମ୍ପର କେଇ ମିନିଟ୍ ମଧ୍ୟରେ ପୁଣି କର୍ତ୍ତାରେ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1 ଥିଲା । ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-Earthquake in J&K: 4.1 ତୀବ୍ରତା ଭୂକମ୍ପରେ ଥରିଲା ଭାରତର ଭୂସ୍ବର୍ଗ

ଏହା ପୂର୍ବରୁ ଏପ୍ରିଲ 30 ତାରିଖରେ ଜମ୍ମୁ କାଶ୍ମୀରରେ 4.1 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ଗଭୀରତା 5 କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ 35.06 ଏବଂ ଦ୍ରାଘିମା 74.49 ରହିଥିଲା । ଜାନୁଆରୀ 9 ତାରିଖରେ ଜମ୍ମୁ କାଶ୍ମୀରର କିସ୍ତିଓ୍ବାରେ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ରିକ୍ଟଟର ସ୍କେଲରେ 3.6 ମ୍ୟାଗ୍ନିଚ୍ୟୁଡ ରହିଥିବା ରେକର୍ଡ କରାଯାଇଥିଲା । ଗଭୀରତା 10 କିଲୋମିଟର ରହିଥିବା ବେଳେ ଏହାର ଅକ୍ଷାଂଶ 33.54 ଏବଂ ଦ୍ରାଘିମା 76.24 ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.