ETV Bharat / bharat

4 ତୀବ୍ରତା ଭୂକମ୍ପରେ ଦୋହଲିଲା ଦେବଭୂମି ଉତ୍ତରାଖଣ୍ଡ

author img

By ETV Bharat Odisha Team

Published : Oct 16, 2023, 12:52 PM IST

ଭୂକମ୍ପ ଝଟକାରେ ଦୋହଲିଲା ଦେବଭୂମି ଉତ୍ତରାଖଣ୍ଡ । 4 ତୀବ୍ରତାର ଭୂକମ୍ପ ହୋଇଥିବା ରେକର୍ଡ ହୋଇଛି । ଅଧିକ ପଢ଼ନ୍ତୁ

h
4 ତୀବ୍ରତା ଭୂକମ୍ପରେ ଦୋହଲିଲା ଦେବଭୂମି ଉତ୍ତରାଖଣ୍ଡ

ଡେରାଡୁନ: ଦେଶର ବିଭିନ୍ନ ସ୍ଥାନରେ କିଛି ଦିନ ହେବ ଭୂକମ୍ପ ହେଉଛି । ଦେବଭୂମିରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । 4 ତୀବ୍ରତା ଭୂକମ୍ପରେ ଦୋହଲିଲା ଦେବଭୂମି ଉତ୍ତରାଖଣ୍ଡ । ପିଥୋରଗଡଠାରୁ 48 କିଲୋମିଟର ଦୂର ଉତ୍ତରପୂର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହା ତୀବ୍ରତା 4 ରେକର୍ଡ କରାଯାଇଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ରିପୋର୍ଟ ଲେଖାଯିବା ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମଧ୍ୟ ଆସିନାହିଁ । ଲୋକମାନେ ଭୟଭୀତ ଥିବା ଦେଖିବାକୁ ମିଳିଛି ।

  • An earthquake of magnitude 4 strikes 48km NE of Pithoragarh, Uttarakhand: National Center for Seismology

    — ANI (@ANI) October 16, 2023 " class="align-text-top noRightClick twitterSection" data=" ">

ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ସାଢେ 10ଟାରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ପିଥୋରଗଡଠାରୁ 48 କିଲୋମିଟର ଦୂରରେ ରହିଛି । ଭୂକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ । କିଛି କ୍ଷୟକ୍ଷତି ହୋଇ ନଥିଲେ ବି ଲୋକମାନେ ଭୟଭୀତ ଅଛନ୍ତି । ଏହାପୂର୍ବରୁ ଅକ୍ଟୋବର 5 ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ହୋଇଥିଲା । ଭାରତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ଏହାର ତୀବ୍ରତା 3.2 ରେକର୍ଡ କରାଯାଇଥିଲା ।

ଏହା ବି ପଢନ୍ତୁ...ମୃଦୁ ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ-ଏନସିଆର, ତୀବ୍ରତା 3.1 ମାଗ୍ନିଚ୍ୟୁଡ

ଏହା ବି ପଢନ୍ତ....Afghanistan Earthquake: ଦୁଇ ଥର ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

ପ୍ରକାଶ ଥାଉ କି, ଗତକାଲି(ରବିବାର) ରାଜଧାନୀ ଦିଲ୍ଲୀ-ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରବିବାର ଅପରାହ୍ନରେ ମୃଦୁ ଭୂକମ୍ପରେ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳ ଓ ଏକାଧିକ ଉତ୍ତର ଭାରତୀୟ ରାଜ୍ୟରେ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲର ଏହାର ତୀବ୍ରତା 3.1 ମାଗ୍ନିଚ୍ୟୁଡ ରେକର୍ଡ ହୋଇଛି । କୌଣସି ସ୍ଥାନରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନଥିଲା ।

ସେପଟେ ଆଫଗାନିସ୍ତାନରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେବାରେ ଲାଗିଛି । ଗୋଟିଏ ଦିନରେ ପ୍ରଥମେ 6.2 ତ୍ରୀବ୍ରତାରେ ଭୂକମ୍ପ ହୋଇଥିବା ବେଳେ ପରେ 5.4 ତୀବ୍ରତାର ଭୂକମ୍ପ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଥିଲା । କିଛିଦିନ ପୂର୍ବେ ଆଫଗାନିସ୍ତାନରେ ଭୂକମ୍ପ ମୃତ୍ୟୁର ତାଣ୍ଡବ ରଚିଥିଲା। ଲଗାତାର ତିନିଥର ଭୂକମ୍ପ ହେବାରୁ 2ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଜି ପୁଣି ଥରେ ଦୁଇଥର ଭୂକମ୍ପ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.