ETV Bharat / bharat

କବିତାଙ୍କୁ ଜନ୍ତରମନ୍ତରରେ ଆନ୍ଦୋଳନ ଅନୁମତି ଦେଲାନି ଦିଲ୍ଲୀ ପୋଲିସ

author img

By

Published : Mar 9, 2023, 10:53 PM IST

ଧାରଣା ପାଇଁ ଦିଲ୍ଲୀରେ କବିତା । ଜନ୍ତରମନ୍ତରରେ ଆନ୍ଦୋଳନ ଅନୁମତି ଦେଲାନି ଦିଲ୍ଲୀ ପୋଲିସ । ୧୧ରେ ହାଜର ହେବା ପାଇଁ ସାନି ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

କବିତାଙ୍କୁ ଜନ୍ତରମନ୍ତରରେ ଆନ୍ଦୋଳନ ଅନୁମତି ଦେଲାନି ଦିଲ୍ଲୀ ପୋଲିସ
କବିତାଙ୍କୁ ଜନ୍ତରମନ୍ତରରେ ଆନ୍ଦୋଳନ ଅନୁମତି ଦେଲାନି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ଗୋଟିିଏ ପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ, ଅନ୍ୟପଟେ ସେ ଏବେ ଦିଲ୍ଲୀର ଜନ୍ତରମନ୍ତରର ମହିଳା ସଂରକ୍ଷଣ ବିଲ ଦାବିରେ ଧାରଣା ଦେବାକୁ ଘୋଷଣା କରିଛନ୍ତି । ଆଜି ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କୁ ଜନ୍ତରମନ୍ତରରେ ଧାରଣା ଦେବା ପାଇଁ ଅନୁମତି ମିଳିନଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ କବିତା ତାଙ୍କ ଧାରଣାକୁ ୧୮ଟି ରାଜନୈତିକ ଦଳ ସମର୍ଥନ ଘୋଷଣା କରିଥିବା କହିଥିଲ । ହେଲେ ପୋଲିସ ଅନୁମତି ପାଇଁ ମନା କରିଥିବା ସୂଚନା ମିଳିଛି । କବିତା ମାର୍ଚ୍ଚ ୨ ତାରିଖରେ ଦିଲ୍ଲୀରେ ମହିଳା ସଂରକ୍ଷଣ ବିଲ ଦାବିରେ ଆମରଣ ଅନଶନ ଘୋଷଣା କରିଥିଲେ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ କବିତା ପ୍ରସ୍ତାବିତ ଧାରଣା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ହେଲେ ତାଙ୍କୁ ଆଜି ପୋଲିସର ଅନୁମତି ମିଳିନଥିବା ସୂଚନା ମିଳିଛି ।

କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ତଦନ୍ତ ପରିସରକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାଙ୍କୁ ପ୍ରଥମେ ୯ ତାରିଖରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିବା ବେଳେ ନିଜର ପ୍ରସ୍ତାବିତ ଧାରଣା ପାଇଁ ସେ ଅଧିକ ସମୟ ମାଗିଥିଲେ । କବିତା ୧୬ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିବା ବେଳେ ତଦନ୍ତକାରୀ ସଂସ୍ଥା ତାଙ୍କୁ ୧୧ ରେ ଦିଲ୍ଲୀରେ ହାଜର ହେବା ପାଇଁ ସାନି ନୋଟିସ ଜାରି କରିଥିଲା । ଏହି ଜେରାରେ ଇଡି ସ୍କାନରରେ ଥିବା ହାଇଦ୍ରାବାଦ ବ୍ୟବସାୟୀ ରାମଚନ୍ଦ୍ର ପିଲ୍ଲାଇ ଓ କବିତାଙ୍କୁ ସାମ୍ନାସାମ୍ନି ଜେରା କରାଯାଇପାରେ ବୋଲି ସୂଚନା ମିଳିଛି ।

ଏହା ପୂର୍ବରୁ କବିତା ତଦନ୍ତକାରୀ ସଂସ୍ଥା ତାଙ୍କୁ ହାଇଦ୍ରାବାଦ ସ୍ଥିତ ବାସଭବନରେ ଜେରା କରୁ ବୋଲି ପ୍ରସ୍ତାବ ଦେଇଥିଲେ । ସେ ଜଣେ ମହିଳା ହୋଇଥିବା କାରଣରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ ହାଇଦ୍ରାବାଦ ଆସି ତାଙ୍କ ବାସଭବନରେ ତାଙ୍କୁ ଜେରା କରୁ ବୋଲି ସଂସ୍ଥା ନିକଟରେ ପ୍ରସ୍ତାବ ରଖିଥିଲେ । ଯାହାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇନଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୧୧ ତାରିଖରେ ଦିଲ୍ଲୀ ସ୍ଥିତ ସଂସ୍ଥାର ମୁଖ୍ୟାଳୟରେ ହାଜର ହେବା ପାଇଁ ସାନି ନୋଟିସ ଜାରି କରିଛି ।

ଏହା ମଧ୍ୟ ପଢନ୍ତୁ:- Delhi Excise policy scam: ବାସଭବନରେ ଜେରା ପାଇଁ କବିତାଙ୍କ ପ୍ରସ୍ତାବ, ୧୧ରେ ଦିଲ୍ଲୀ ଡାକିଲା ସଂସ୍ଥା

ତେବେ ପ୍ରଥମ ସମନ ଅନୁସାରେ ଆଜି (ଗୁରୁବାର) କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାର ଥିଲା । ଦିଲ୍ଲୀରେ ତାଙ୍କର ଆମରଣ ଅନଶନ ଥିବାରୁ ସେ ସଂସ୍ଥାକୁ ଅଧିକ ସମୟ ମାଗିଥିଲେ । ଧାରଣା ଆରମ୍ଭ ହେବା ପୂର୍ବରୁ ସେ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କବିତା କହିଛନ୍ତି, ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଏପରି କରି ବିରୋଧୀ ଦଳମାନଙ୍କୁ ସମସ୍ୟାରେ ପକାଇବା ପ୍ରୟାସ କରୁଛି । ମହିଳା ସଂରକ୍ଷଣ ବିଲ୍‌ ଦାବିରେ ତାଙ୍କର ପ୍ରସ୍ତାବିତ ଧାରଣା ଥିବାରୁ ସେ କିଛି ଦିନ ପାଇଁ ସଂସ୍ଥା ଠାରୁ ଆଶ୍ବସ୍ତି ଚାହିଁଥିଲେ । ପରେ ସେ ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବା ନେଇ ମଧ୍ୟ ସଂସ୍ଥାକୁ ଅବଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.