ETV Bharat / bharat

Kanjhawala Accident: ନିନ୍ଦା କଲେ ମୁଖ୍ୟମନ୍ତ୍ରୀ-ଉପ ରାଜ୍ୟପାଳ, ପରିବାରର ଦୁଷ୍କର୍ମ ଅଭିଯୋଗ

author img

By

Published : Jan 2, 2023, 7:49 PM IST

ଦିଲ୍ଲୀରେ ଦୁର୍ଘଟଣା ପରେ ଯୁବତୀଙ୍କୁ ୪କିମି କାର ଘୋଷାଡ଼ିନେବା ଘଟଣା (Delhi Girl dragging accident) । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (CM Arvind kejriwal) ଓ ଉପ ରାଜ୍ୟପାଳ ଘଟଣାର ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଛନ୍ତି । ସେପଟେ ପରିବାରୁ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ କିରଛନ୍ତି । ଅଧିକ ପଢନ୍ତୁ

Kanjhawala Accident
Kanjhawala Accident

Kanjhawala Accident: ଘଟଣାକୁ ଉଭୟ ମୁଖ୍ୟମନ୍ତ୍ରୀ ଗଭର୍ଣ୍ଣରଙ୍କ ନିନ୍ଦା, ପରିବାରର ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୁର୍ଘଟଣା ପରେ ଯୁବତୀଙ୍କୁ ୪କିମି ଘୋଷାଡ଼ି ଆଣିବା ଘଟଣା (Delhi girl dragging accident)। ଏନେଇ ସୋମବାର ପ୍ରତିକ୍ରିୟା ପ୍ରକାଶ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (CM Arvind Kejriwal) ଓ ଉପ ରାଜ୍ୟପାଳ ବିନାଇ କୁମାର ସକ୍ସେନା । ମୁଖ୍ୟମନ୍ତ୍ରୀ ଏହାକୁ ଅତ୍ୟନ୍ତ ବିରଳ ଅପରାଧ କହିଥିବା ବେଳେ ଉପ ରାଜ୍ୟପାଳ (Delhi Lieutenant Governor VK Saxena) ଏହାକୁ ଅମାନବିକତା କାର୍ଯ୍ୟ ବୋଲି କହିଛନ୍ତି । ସେପଟେ ମୃତ ଯୁବତୀଙ୍କ ପରିବାର ଦୁଷ୍କର୍ମ ଅଭିଯୋଗ ଆଣିଛି । ପୋଲିସ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିବା ସହ ୫ ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡରେ ନେଇଛି ।

  • Spoke to Hon’ble LG on Kanjhawala incident. Requested him to take exemplary action against culprits, strictest sections of IPC shud be slapped against them. No leniency shud be showed even if they have high political connections.

    He assured that he will take strong action

    — Arvind Kejriwal (@ArvindKejriwal) January 2, 2023 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ-ଗଭର୍ଣ୍ଣରଙ୍କ ପ୍ରତିକ୍ରିୟା

ଏନେଇ ପ୍ରତିକ୍ରିୟା ରଖି କେଜ୍ରିୱାଲ କହିଛନ୍ତି, "ଏହା ଏକ ବିରଳ ଅପରାଧ । ସମାଜ କେଉଁ ଦିଗକୁ ଧୀରେ ଧୀରେ ଗତି କରୁଛି ମୁଁ ବୁଝିପାରୁନାହିଁ । ମୋତେ ମିଳିଥିବା ସୂଚନା ଅନୁସାରେ ମୃତ ଯୁବତୀଙ୍କ ବ୍ୟବଚ୍ଛେଦ କରାଯାଉଛି ।" ୫୦ ବୈଦ୍ୟୁତିକ ବସ୍‌ର ଉଦଘାଟନୀ ସମାରୋହରେ ଯୋଗଦେବା ସମୟରେ ଘଟଣା ଉପରେ ଏଭଳି ପ୍ରତିକ୍ରିୟା କରିଛନ୍ତି କେଜ୍ରିୱାଲ । ଏହାସହିତ ଯୁବତୀଙ୍କ ନ୍ୟାୟ ପ୍ରଦାନ ଲାଗି ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ନିଜେ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- Road Accident: ସ୍କୁଟି ଆରୋହୀ ଯୁବତୀଙ୍କୁ ୪କିମି ଘୋଷାଡିଲା କାର, ନଗ୍ନ ମୃତଦେହ ଉଦ୍ଧାର ସହ ୫ ଅଟକ

ସେପଟେ ଉପ ରାଜ୍ୟପାଳ ଘଟଣା ସମ୍ବନ୍ଧରେ ପ୍ରତିକ୍ରିୟା ରଖି କହିଛନ୍ତି, "ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମୁଁ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲି । ଏଭଳି ଅମାନବିକତା କାର୍ଯ୍ୟ କରିଥିବା ଅଭିଯୁକ୍ତଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଯୁବତୀ ଓ ପରିବାରକୁ ନ୍ୟାୟ ଦେବା ଲାଗି ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭବିଷ୍ୟତରେ ଏପରି କାର୍ଯ୍ୟକୁ ଏଡାଇବା ଲାଗି ଅଧିକ ଯତ୍ନବାନ ହେବା ଆବଶ୍ୟକ ।"

  • My head hangs in shame over the inhuman crime in Kanjhawla-Sultanpuri today morning and I am shocked at the monstrous insensitivity of the perpetrators.
    Have been monitoring with @CPDelhi and the accused have been apprehended. All aspects are being thoroughly looked into.

    — LG Delhi (@LtGovDelhi) January 1, 2023 " class="align-text-top noRightClick twitterSection" data=" ">

'ବାରମ୍ବାର ଯୁବତୀଙ୍କୁ ଗୋଟିଏ ରାସ୍ତାରେ ଘୋଷାଡ଼ିଥିଲା କାର'

ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଦୀପକ ଦହିୟା କହିଛନ୍ତି, "ପ୍ରାୟ ରାତି ୩.୨୦ଟା । ମୁଁ ମୋ ଦୋକାନ ବାହାରେ ଠିଆ ହୋଇଥିଲା । ମୁଁ ଜୋରରେ ଏକ ଶବ୍ଦ ଶୁଣିଲି । ଉକ୍ତ କାରଟି ମୋ ନିକଟରୁ ୧୦୦ମି ଦୂରରେ ରହିଥିଲା । ପ୍ରଥମେ ମୁଁ ଭାବିଥିଲି ହୁଏତ ଏହା ଟାୟାର ଫାଟିବାର ଶବ୍ଦ । କାରଟି ନିକଟକୁ ଆସିବା ପରେ ଏହା ତଳେ ଏକ ଯୁବତୀଙ୍କୁ ଦେଖିବାକୁ ପାଇଥିଲି । ଅଭିଯୁକ୍ତମାନେ ଯୁବତୀଙ୍କୁ ଉକ୍ତ ରାସ୍ତାରେ ବାରମ୍ବାର ନେଉଥିଲେ । ମୁଁ ସେମାନଙ୍କୁ ରୋକିବାକୁ ଉଦ୍ୟମ କରିଥିଲି, ହେଲେ ସେମାନେ ଶୁଣିନଥିଲେ । ପ୍ରାୟ ୧.୩୦ ଘଣ୍ଟା ଧରି ସେମାନେ ଯୁବତୀଙ୍କ ଶରୀରକୁ ୨୦କିମି ଘୋଷାଡ଼ି ନେଇଥିଲେ । ଯେତେବେଳେ ଯୁବତୀଙ୍କ ଶରୀର କାରରୁ ଖସିପଡ଼ିଥିଲା ଏହାପରେ ସେମାନେ ଫେରାର ହୋଇଯାଇଥିଲେ । ଏହା କେବଳ ଗୋଟିଏ ଦୁର୍ଘଟଣା ନୁହେଁ ।"

ଏହା ବି ପଢନ୍ତୁ- ଦିଲ୍ଲୀରେ ଯୁବତୀଙ୍କୁ କାର ଘୋଷାଡିବା ଘଟଣା, ବିଭିନ୍ନ ସ୍ଥାନରେ ବିକ୍ଷୋଭ

ପରିବାର ଆଣିଲା ଦୁଷ୍କର୍ମ ଅଭିଯୋଗ

ଏହି ଘଟଣା ସମ୍ପର୍କରେ ପରିବାରକୁ ପ୍ରାୟ ସକାଳ ୧୧ଟା ସମୟରେ ସୂଚନା ପାଇଥିବା ମୃତ ଯୁବତୀଙ୍କ ସମ୍ପର୍କୀୟ କହିଛନ୍ତି । ଯୁବତୀ ଜଣକ କାଞ୍ଝିୱାଲାରୁ କୌଣସି ଏକ ଇଭେଣ୍ଟରୁ ଫେରୁଥିଲେ । ଏହି ସମୟରେ ଯୁବତୀଙ୍କ ସହିତ ଏପରି ଦୁର୍ଘଟଣା ଘଟିଥିଲା । ତାଙ୍କ କହିବାନୁସାରେ ସେମାନେ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଛନ୍ତି । ଏହାପରେ ତାକୁ ହତ୍ୟା କରିଛନ୍ତି । ଏହାସହିତ ଯୁବତୀଙ୍କ ମାଆଙ୍କ କହିବାନୁସାରେ ସେ ଘରେ ଜଣାଇ ଇଭେଣ୍ଟ ପାଇଁ ଯାଇଥିଲେ ଏବଂ ଫେରିବା ବେଳକୁ ବିଳମ୍ବ ହେବ ବୋଲି ମଧ୍ୟ କହିଥିଲେ । ଯୁବତୀ ଜଣକ ସହିତ ଦୁଷ୍କର୍ମ ହୋଇଥିବା ନେଇ ମଧ୍ୟ ମାଆ ଅଭିଯୋଗ ଆଣିଛନ୍ତି ।

ଅଭିଯୁକ୍ତ ଗିରଫ

ଦୁର୍ଘଟଣା ଘଟାଇଥିବା କାର ମଧ୍ୟରେ ୫ଜଣ ଯୁବକ ରହିଥିଲେ । ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ଦୀପକ ଖନ୍ନା(୨୬), ଅମିତ ଖନ୍ନା (୨୫), କ୍ରିଶନ (୨୭), ମିଥୁନ (୨୬) ଓ ମନୋଜ ମିତ୍ତଲ । ଏମାନଙ୍କ ବିରୋଧରେ ପୋଲିସ IPC ଧାରା ୨୭୯ ଓ ୩୦୪-ଏ ଅନୁସାରେ ମାମଲା ରୁଜୁ କରିଛି । ଏହି ଗାଡ଼ିକୁ ଦୀପକ ନାମକ ଅଭିଯୁକ୍ତ ଚଲାଉଥିବା ବେଳେ ଅମିତ ଉତ୍ତମ ନଗର SBI କାର୍ଡର ଡିଲର ଥିଲା । ସେପଟେ କନୌଟ ପ୍ୟାଲେସ ନିକଟରେ କ୍ରୀଶନ କାମକରୁଥିବା ବେଳେ ମିଥୁନ ଜଣେ ହେୟାର ଆର୍ଟିଷ୍ଟ । ମିତ୍ତଲ ସୁଲତାନପୁରୀରେ ଫୁଡ ଡିଲର ଭାବେ କାର୍ଯ୍ୟ କରେ । ଅଭିଯୁକ୍ତଙ୍କ କହିବାନୁସାରେ ସେମାନେ ନିଶା ଦ୍ରବ୍ୟ ସେବନ କରିଥିବା ବେଳେ କାରରେ ଖୁବ ଜୋର ସାଉଣ୍ଡରେ ଗୀତ ବଜାଉଥିଲେ । ଯୁବତୀ ଜଣକ ସେମାନଙ୍କ କାର ତଳେ ଥିବା ସେମାନେ ଜାଣିପାରିନଥିବା କହିଛନ୍ତି । ସେପଟେ ପୋଲିସ ୫ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

ଏହା ବି ପଢନ୍ତୁ- ଦିଲ୍ଲୀରେ ଯୁବତୀଙ୍କୁ ଘୋଷାଡି ନେଲା କାର, ସାମ୍ନାକୁ ଆସିଲା CCTV ଫୁଟେଜ

କଣ ଥିଲା ଘଟଣା ?

ଗତ ଶନିବାର ଯୁବତୀ ଜଣକ ସ୍କୁଟିରେ ଆସୁଥିବା ବେଳେ ତାଙ୍କୁ କାର ଧକ୍କା ଦେଇଥିଲା । ଏହାପରେ ସେ ଯୁବତୀ ଜଣକ କାରର ଚକରେ ଫସିଯାଇଥିବା ବେଳେ କାରଟି ତାଙ୍କୁ ପ୍ରାୟ ୪କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଏଥିରେ ଯୁବତୀ ଜଣକ ପିନ୍ଧିଥିବା କପଡ଼ା ଚିରି ହୋଇଯାଇଥିବା ବେଳେ ସେ ଉଲଗ୍ନ ହୋଇପଡ଼ିଥିଲେ । ଏହାସହିତ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ଯୁବତୀଙ୍କ ନଗ୍ନ ମୃତଦେହକୁ ଉଦ୍ଧାର କରାଯାଇଛି । ଘଟଣା ସମ୍ପର୍କରେ ପୋଲିସକୁ ରାତି ୩.୨୪ରେ କେହି ଯୋଗାଯୋଗ କରିଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏହାପରେ ଆଉ ଗୋଟିଏ ନମ୍ବରରୁ ୪.୨୩ରେ ପୋଲିସକୁ ଫୋନ ଆସିଥିଲା । ଏକ ମୃତଦେହ ମିଳିଥିବା ନେଇ ପୋଲିସ ଜାଣିବା ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.