ETV Bharat / bharat

ତ୍ରିପୁରାରେ କଂଗ୍ରେସ ସହ ମେଣ୍ଟ କରି ହାରିବାକୁ ଯାଉଛି CPIM: ଶାହ

author img

By

Published : Feb 12, 2023, 4:48 PM IST

ତ୍ରିପୁରାରେ କଂଗ୍ରେସ ସହ ମେଣ୍ଟ କରି ହାରିବ CPIM
ତ୍ରିପୁରାରେ କଂଗ୍ରେସ ସହ ମେଣ୍ଟ କରି ହାରିବ CPIM

ତ୍ରିପୁରାରେ ନିର୍ବାଚନୀ ସଭାକୁ ଶାହଙ୍କ ସମ୍ବୋଧନ । କହିଲେ ତ୍ରିପୁରାରେ କଂଗ୍ରେସ ସହ ମେଣ୍ଟ କରି ହାରିବ CPIM । ଘରେ ଘରେ ବିକାଶ ପହଞ୍ଚାଇଛି ବିଜେପି ସରକାର । ଅଧିକ ପଢନ୍ତୁ

ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ 16 ତାରିଖରେ ମତଦାନ ହେବାକୁ ଯାଉଛି । ଏହା ପୂର୍ବରୁ ଜୋରଦାର ପ୍ରଚାର ଜାରି ରଖିଛି ଭାରତୀୟ ଜନତା ପାର୍ଟି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଆଜି ଦଳର ଅନ୍ୟତମ ହେଭିଓ୍ବେଟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତ୍ରିପୁରାର ଚଣ୍ଡିପୁର ବିଧାନସଭା କ୍ଷେତ୍ରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରି CPIM ପରାଜିତ ହେବାକୁ ଯାଉଛି ବୋଲି ଶାହ କହିଛନ୍ତି ।

ଆଜି(ରବିବାର) ଚଣ୍ଡିପୁରରେ ଦଳ ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭା ‘ବିଜୟ ସଙ୍କଳ୍ପ ରାଲି’କୁ ସମ୍ବୋଧିତ କରିଥିଲେ କରିଥିଲେ ଶାହ । ଶାହ କହିଥିଲେ CPIM ଓ କଂଗ୍ରେସ ମେଣ୍ଟ କରିବା ପରେ ମଧ୍ୟ ସେମାନେ ବିଜେପିର ମୁକାବିଲା କରିପାରିବେ ନାହିଁ । ଏହି ମେଣ୍ଟ କାରଣରୁ ହିଁ CPIM ତ୍ରିପୁରାରେ ପରାଜିତ ହେବାକୁ ବାଧ୍ୟ ହେବ ।

ଶାହା କହିଛନ୍ତି," CPIM ସହିତ ମେଣ୍ଟ କରି କଂଗ୍ରେସ ଲଜ୍ଜା ଅନୁଭବ କରିବା ଉଚିତ । ସେମାନେ ଅନେକ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିଥିଲେ । ଏବେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିବାକୁ ଯାଉଛନ୍ତି । ବିଜେପି ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ବୀମା କରିଛନ୍ତି ଏବଂ ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି । ସେହିପରି ଗ୍ୟାସ ସିଲିଣ୍ଡର ଯୋଗାଇବା ସହ ଘରେଘରେ ଶୌଚାଳୟ ନିର୍ମାଣ କରିବା ଭାରତୀୟ ଜନତା ପାର୍ଟି ସରକାରରେ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ରାଜ୍ୟରେ ମାଣିକ ସାହା ସରକାର ଏକାଧିକ ଉନ୍ନତିମୂଳକ କାମ କରିଛି । ସେହିପରି ଗତ 5 ବର୍ଷ ମଧ୍ୟରେ ତ୍ରିପୁରାରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି ବୋଲି ଶାହ କହିଥିଲେ ।

ଆଜି ଶାହ ଦୁଇଟି ରାଲିକୁ ସମ୍ବୋଧିତ କରିବା ସହ ଏକ ରୋଡ ସୋ' କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ନିର୍ବାଚନୀ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସେ ଉଦୟପୁରରେ ଥିବା ମାତା ତ୍ରିପୁରା ସୁନ୍ଦରୀ ମନ୍ଦିରରେ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଆଜି ଅପରାହ୍ନ ପ୍ରାୟ 4 ଟାରେ ଶାହ ଏକ ରୋଡ୍‌ ସୋ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତ୍ରିପୁରାରେ ଦୁଇଟି ଜନସଭାକୁ ସମ୍ବୋଧିତ କରିଥିଲେ । ବିଜେପି ସରକାରଙ୍କ ବିକାଶର କଥା କହିବା ସହ ବାମ-କଂଗ୍ରେସ ମେଣ୍ଟକୁ ଭୀଷଣ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ।

16 ତାରିଖରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ତ୍ରିପୁରାର ସମସ୍ତ 60 ବିଧାନସଭା ଆସନରେ ଭୋଟିଂ ହେବାକୁ ଯାଉଛି । ମାର୍ଚ୍ଚ 2 ତାରିଖରେ ମତ ଗଣନା ହେବା ସହ ଜନାଦେଶ ପ୍ରକାଶ ପାଇବାକୁ ଯାଉଛି । ରାଜ୍ୟରେ ବର୍ତ୍ତମାନ ବିଜେପି କ୍ଷମତାରେ ରହିଛି । ଚଳିତବର୍ଷ ବିଜେପି 55 ଆସନରେ ନିର୍ବାଚନ ଲଢୁଥିବା ବେଳେ ସହଯୋଗୀ IPFT ଅବଶିଷ୍ଟ 5ଟି ଆସନରେ ପ୍ରାର୍ଥୀ ଦେଇଛି । କଂଗ୍ରେସ ଓ ସିପିଆଇଏମ ମେଣ୍ଟରେ ନିର୍ବାଚନ ଲଢୁଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.