ETV Bharat / bharat

ମୁସଲମାନଙ୍କ ପରି ଅନ୍ୟମାନଙ୍କୁ ଧର୍ମାନୁଷ୍ଠାନ ପରିଚାଳନା କ୍ଷମତା ମାମଲା: ‘ବ୍ୟବସ୍ଥାପିକା କ୍ଷେତ୍ରାଧିକାରରେ ନ୍ୟାୟପାଳିକା ପ୍ରବେଶ କରିପାରିବ ନାହିଁ’

author img

By ETV Bharat Odisha Team

Published : Oct 18, 2023, 9:48 PM IST

ମୁସଲମାନଙ୍କ ପରି ହିନ୍ଦୁଙ୍କୁ ଧାର୍ମାନୁଷ୍ଠାନ ପରିଚାଳନା କ୍ଷମତା ମାମଲା: ‘ବ୍ୟବସ୍ଥାପିକା କ୍ଷେତ୍ରାଧିକାରରେ ନ୍ୟାୟପାଳିକା ପ୍ରବେଶ କରିବ ନାହିଁ’
ମୁସଲମାନଙ୍କ ପରି ହିନ୍ଦୁଙ୍କୁ ଧାର୍ମାନୁଷ୍ଠାନ ପରିଚାଳନା କ୍ଷମତା ମାମଲା: ‘ବ୍ୟବସ୍ଥାପିକା କ୍ଷେତ୍ରାଧିକାରରେ ନ୍ୟାୟପାଳିକା ପ୍ରବେଶ କରିବ ନାହିଁ’

ମୁସଲମାନଙ୍କ ପରି ଅନ୍ୟମାନଙ୍କୁ ଧାର୍ମାନୁଷ୍ଠାନ ପରିଚାଳନା କ୍ଷମତା ପ୍ରଦାନ ମାମଲାକୁ ବିଚାରଯୋଗ୍ୟ ନୁହେଁ କହିଲେ ସର୍ବୋଚ୍ଚ କୋର୍ଟ । ଏହା ବ୍ୟବସ୍ଥାପିକା କ୍ଷମତା ଓ ଏଥିରେ ନ୍ୟାୟପାଳିକା ପ୍ରବେଶ କରିପାରିବ ନାହିଁ ଟିପ୍ପଣୀ ସହ ଶୁଣାଣି ରଦ୍ଦ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହିନ୍ଦୁ, ଜୈନ, ବୌଦ୍ଧ ଏବଂ ଶିଖ ଧର୍ମାବଲମ୍ବୀଙ୍କୁ ମୁସଲମାନ, ପାର୍ସୀ ଓ ଖ୍ରୀଷ୍ଟିଆନଙ୍କ ପରି ନିଜର ଧାର୍ମିକ ସ୍ଥାନ ପ୍ରତିଷ୍ଠା, ପରିଚାଳନା ତଥା ରକ୍ଷଣାବେକ୍ଷଣା ଅଧିକାର ପ୍ରଦାନ କରିବା ଦାବିରେ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଶୁଣାଣିରେ ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଛନ୍ତି, ଏହା ବ୍ୟବସ୍ଥାପିକା ଦ୍ବାରା ପ୍ରସ୍ତୁତ ହୋଇଥିବା ନିୟମ । ସମ୍ବିଧାନ ଦ୍ବାରା ହୋଇଥିବା ନିର୍ଣ୍ଣୟ । ତେଣୁ ବ୍ୟବସ୍ଥାପିକାର କ୍ଷେତ୍ରାଧିକାର ମଧ୍ୟରେ ନ୍ୟାୟପାଳିକା ପ୍ରବେଶ କରିପାରିବ ନାହିଁ ବୋଲି କହି ଏହି ମାମଲାର ଶୁଣାଣି ପାଇଁ ମନା କରିଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଜଷ୍ଟିସ ଜେବି ପର୍ଦ୍ଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ 3 ଜଣିଆ ଖଣ୍ଡପୀଠ ଆଜି (ବୁଧବାର) ଏହି ମାମଲାର ଶୁଣାଣି କରିଥିଲେ । ପ୍ରଧାନ ବିଚାରପତି ଏହି ମାମଲାର ବିଚାର ପ୍ରକ୍ରିୟା ଆଗକୁ ବଢାଇବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ । ଆବେଦନକାରୀ ଓକିଲ ଅଶ୍ବିନୀ ଉପାଧ୍ୟୟଙ୍କୁ ଏହା କଣ ଶୁଣାଣିଯୋଗ୍ୟ ଆବେଦନ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ ମଧ୍ୟ କରିଥିଲେ । ଶୁଣାଣିଯୋଗ୍ୟ ଆବେଦନ କରିବାକୁ ମଧ୍ୟ ପରାମର୍ଶ ଦେବା ସହ ଏହା ଏକ ଲୋକପ୍ରିୟତା ହାସଲ କରିବା ପାଇଁ ଉଦ୍ଦିଷ୍ଟ ପିଟିସନ ବୋଲି ଖଣ୍ଡପୀଠ କହିଥିଲେ ।

ଆବେଦନକାରୀ ଓକିଲ ଏହି ମାମଲାର ଶୁଣାଣି ପ୍ରକ୍ରିୟା ଜାରି ରଖିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି କୋର୍ଟ କହିଥିଲେ, ଏହା କୌଣସି ଶୁଣାଣିଯୋଗ୍ୟ ପିଟିସନ ନୁହେଁ । ଏପରି ଆବେଦନକୁ ଜନସ୍ବାର୍ଥ ମାମଲା ବର୍ଗରେ ମଧ୍ୟ ଶ୍ରେଣୀଭୁକ୍ତ କରାଯାଇ ପାରିବନାହିଁ । ସେମାନଙ୍କୁ ମିଳିଥିବା କ୍ଷମତା ସମ୍ପର୍କିତ ନିୟମ ବ୍ୟବସ୍ଥାପିକା ଦ୍ବାରା ନିର୍ଣ୍ଣୟ ହୋଇଛି । ସମ୍ବିଧାନର ଧାରା-26 ଅନୁସାରେ ଏହା ସ୍ଥିର ହୋଇଛି । ତେଣୁ ଏହା ନ୍ୟାୟପାଳିକାର କ୍ଷେତ୍ରାଧିକାର ନୁହେଁ । ତେଣୁ ବ୍ୟବସ୍ଥାପିକାର କ୍ଷେତ୍ର ପରିସରରେ ନ୍ୟାୟପାଳିକା ପ୍ରବେଶ କରିପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Dynasty politics statement: ରାହୁଲଙ୍କୁ ଜବାବ ଦେଲେ ବିଶ୍ବଶର୍ମା, କହିଲେ ସେ ହିଁ ବଂଶବାଦ ରାଜନୀତିର ମୂଳ

ମୁସଲମାନ, ପାର୍ସୀ ଓ ଖ୍ରୀଷ୍ଟିଆନ ପରି ଧର୍ମରେ ନିଜର ଧାର୍ମିକ ସ୍ଥାନ ପ୍ରତିଷ୍ଠା, ପରିଚାଳନା ତଥା ରକ୍ଷଣାବେକ୍ଷଣା ଅଧିକାର ରହିଛି । ଏହା ଭାରତୀୟ ସମ୍ବିଧାନରେ ମଧ୍ୟ ଉଲ୍ଲେଖ ରହିଛି । ଏହି ପରି ଅଧିକାର ହିନ୍ଦୁ ଓ ଅନ୍ୟ କିଛି ଧର୍ମକୁ ମଧ୍ୟ ପ୍ରଦାନ କରିବା ପାଇଁ ଏହି ମାମଲା ସର୍ବୋଚ୍ଚ କୋର୍ଟରେ ଦାଏର ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.