ETV Bharat / bharat

Dynasty politics statement: ରାହୁଲଙ୍କୁ ଜବାବ ଦେଲେ ବିଶ୍ବଶର୍ମା, କହିଲେ ସେ ହିଁ ବଂଶବାଦ ରାଜନୀତିର ମୂଳ

author img

By ETV Bharat Odisha Team

Published : Oct 18, 2023, 8:59 PM IST

Dynasty politics statement: ରାହୁଲଙ୍କୁ ଜବାବ ଦେଲେ ବିଶ୍ବଶର୍ମା, କହିଲେ ସେ ହିଁ ବଂଶବାଦ ରାଜନୀତିର ମୂଳ
Dynasty politics statement: ରାହୁଲଙ୍କୁ ଜବାବ ଦେଲେ ବିଶ୍ବଶର୍ମା, କହିଲେ ସେ ହିଁ ବଂଶବାଦ ରାଜନୀତିର ମୂଳ

ବଂଶବାଦ ରାଜନୀତି ପ୍ରସଙ୍ଗରେ ରାହୁଲଙ୍କ ମନ୍ତବ୍ୟକୁ ପାଲଟା ଟାର୍ଗେଟ କଲେ ବିଶ୍ବଶର୍ମା । କହିଲେ ପୁରା ପରିବାର କଂଗ୍ରେସକୁ ନିୟନ୍ତ୍ରଣ କରୁଛି । ସେ ହିଁ ବଂଶବାଦ ରାଜନୀତିର ମୂଳ ଜଡ । ଅଧିକ ପଢନ୍ତୁ

ଗୌହାଟି: କେନ୍ଦ୍ରରେ ଶାସନରେ ଥିବା ବିଜେପିରେ ବଂଶବାଦ ରାଜନୀତି ଚାଲିଥିବା ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମିଜୋରାମ ଗସ୍ତ ବେଳେ ବିଜେପିକୁ ଟାର୍ଗେଟ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ଭାରତୀୟ କ୍ରିକେଟ ବୋର୍ଡର ସଚିବ ଦାୟିତ୍ବରେ ରହିବା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂ ଉତ୍ତର ପ୍ରଦେଶରେ ବିଧାୟକ ହେବା ଘଟଣାକୁ ବଂଶବାଦ ଦର୍ଶାଇ ଭାଜପା ଉପରେ ବର୍ଷିଥିଲେ ରାହୁଲ । ଆଜି ଏହି ମନ୍ତବ୍ୟରେ ରାହୁଲଙ୍କୁ ପାଲଟା ଟାର୍ଗେଟ କରିଛନ୍ତି ଉତ୍ତର-ପୂର୍ବର ଫାଏରବ୍ରାଣ୍ଡ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ବିଶ୍ବଶର୍ମା କହିଛନ୍ତି ରାହୁଲ ନିଜେ ବଂଶବାଦର ଅର୍ଥ ଜାଣନ୍ତି ନାହିଁ । ସେ ନିଜେ ହିଁ ବଂଶବାଦ ରାଜନୀତିର ମୂଳ ଜଡ ।

ଆଜି (ବୁଧବାର) ଗୌହାଟୀରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିଶ୍ବଶର୍ମା କହିଛନ୍ତି, ଯଦି ବଂଶବାଦର ଆରୋପ ଆସେ, ତେବେ ରାହୁଲ ପ୍ରଥମେ ଏହାର ସଂଜ୍ଞା ଜାଣିବା ଉଚିତ । ରାହୁଲଙ୍କ ଅଭିଯୋଗ ଅନୁସାରେ, ଜୟ ଶାହ ବିସିସିଆଇର ସଚିବ ରହିଛନ୍ତିି । ବିସିସିଆଇ ବିଜେପିର କୌଣସି ଅଂଶ ନୁହେଁ । ଜୟ ଶାହ ମଧ୍ୟ ବିଜେପିରେ ନାହାନ୍ତି । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂ ଉତ୍ତର ପ୍ରଦେଶରେ ଜଣେ ବିଧାୟକ ମାତ୍ର । ସେ କ’ଣ ପ୍ରିୟଙ୍କା ଗାନ୍ଧୀଙ୍କ ସହ ତୁଳନୀୟ । ଗାନ୍ଧୀ ପରିବାରର ସମସ୍ତେ କଂଗ୍ରେସରେ ରହିଛନ୍ତି । ସେମାନେ ହିଁ କଂଗ୍ରେସକୁ ନିୟନ୍ତ୍ରଣ କରୁଛନ୍ତି । କ’ଣ ରାଜନାଥଙ୍କ ପୁଅ ପଙ୍କଜ ବିଜେପିକୁ ନିୟନ୍ତ୍ରଣ କରୁଛନ୍ତି । ବଂଶବାଦ ରାଜନୀତି ନେଇ ରାହୁଲ ଯେଉଁ ଅଭିଯୋଗ ଆଣୁଛନ୍ତି, ସେ ନିଜେ ହିଁ ବଂଶବାଦ ରାଜନୀତିର ମୂଳ ଜଡ । ରାହୁଲ ଜଣେ ଅଜ୍ଞ ବ୍ୟକ୍ତି । ସେ ଏସବୁ ଜାଣନ୍ତି ନାହିଁ ।

ଏହା ମଧ୍ୟ ପଢନ୍ତୁ:- ଜନ୍ମ ପ୍ରମାଣପତ୍ର ଜାଲିଆତି ମାମଲା: ପୁଅ ସମେତ ଆଜମ ଖାନ ଓ ପତ୍ନୀଙ୍କୁ 7 ବର୍ଷ ଜେଲ

କଂଗ୍ରେସକୁ ବଂଶବାଦ ରାଜନୀତିର ଦଳ ବୋଲି କହି ବିଜେପି ସବୁବେଳ ଅଭିଯୋଗ କରିଆସିଛି । ଦଳ ଗୋଟି ଏପରିବାର ନିକଟରେ ନିୟନ୍ତ୍ରଣାଧୀନ ବୋଲି ବିଜେପି କହିଆସିଛି । ମାତ୍ର ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଥିଲେ ରାହୁଲ । ଗତକାଲି (ମଙ୍ଗଳବାର) ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଉତ୍ତର-ପୂର୍ବ ରାଜ୍ୟ ମିଜୋରାମ ଗସ୍ତ କରିଥିବା ରାହୁଲ ଗାନ୍ଧୀ ବଂଶବାଦ ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ଟାର୍ଗେଟ କରିଥିଲେ । ବିଜେପି ବଂଶବାଦ ରାଜନୀତି କରେନାହିଁ ବୋଲି କହୁଥିବା ବେଳେ ଜୟ ଶାହ ଓ ପଙ୍କଜ ସିଂଙ୍କ କଥା ଉଦାହରଣ ଦେଇଥିଲେ ରାହୁଲ । ଏବେ ବିଶ୍ବଶର୍ମା ଏହି ମନ୍ତବ୍ୟକୁ ନେଇ ରାହୁଲଙ୍କୁ ଏପରି ଢଙ୍ଗରେ ପାଲଟା ଉତ୍ତର ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.