ETV Bharat / bharat

Congress President Poll: ନାମାଙ୍କନ ଭରିଲେ ଥରୁର, ଖଡଗେ ଓ କ୍ରୀଷ୍ଣାନନ୍ଦ ତ୍ରିପାଠୀ

author img

By

Published : Sep 30, 2022, 3:42 PM IST

Shashi Tharoor, KN Tripathi and  Mallikarjun kharge filed nomination for Congress President Poll
Congress President Poll: ନାମାଙ୍କନ ଭରିଲେ ଥରୁର୍‌, ଖଡ୍‌ଗେ ଓ କ୍ରୀଷ୍ଣାନନ୍ଦ ତ୍ରିପାଠୀ

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଭରିଛନ୍ତି କଂଗ୍ରେସର ତିନି ଛାମୁଆ ନେତା । ଶଶି ଥରୁର, ମଲ୍ଲିକାର୍ଜୁନ ଖଡ୍‌ଗେ ଓ କ୍ରୀଷ୍ଣାନନ୍ଦ ତ୍ରିପାଠୀ ନିଜ ନିଜ ପ୍ରସ୍ତାବକଙ୍କ ସହ ଆସି ନାମାଙ୍କନ ଭରିଛନ୍ତି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଭରିଛନ୍ତି କଂଗ୍ରେସର ତିନି ତୁଙ୍ଗନେତା । ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର, ଭେଟେରାନ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଝାଡ଼ଖଣ୍ଡ କଂଗ୍ରେସ ନେତା କ୍ରୀଷ୍ଣାନନ୍ଦ ତ୍ରିପାଠୀ ଦିଲ୍ଲୀସ୍ଥିତ ଜାତୀୟ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି । ନାମାଙ୍କନ ଭରିବା ପୂର୍ବରୁ ଶଶି ଥରୁର ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହାକୁ ନେଇ କ୍ରୀଷ୍ଣାନନ୍ଦ ତ୍ରିପାଠୀ କହିଛନ୍ତି, "ଏ ଦେଶ ଏକ ଚାଷୀ ପରିବାରର ପୁଅକୁ ଦେଖୁଛି ଯିଏ କି ବାୟୁସେନାରେ ଯୋଗ ଦେଇ ଦେଶର ସେବା କରିଛି, ଝାଡ଼ଖଣ୍ଡ ବିଧାନସଭାରେ ଉପମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛି । ମୁଁ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ମଧ୍ୟ ଲଢ଼ି ପାରିବି ।"

ଏହାପୂର୍ବରୁ ଅଶୋକ ଗେହେଲଟ ଓ ଦିଗବିଜୟ ସିଂହ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରୁ ଓହରିଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି । ରାଜସ୍ଥାନରେ ରାଜନୈତିକ ସଙ୍କଟ ଯୋଗୁଁ ଅଶୋକ ଗେହେଲଟ ଅଧ୍ୟକ୍ଷ ପଦ ନିର୍ବାଚନରୁ ଓହରି ଯାଇଥିଲେ । ଗତ ଗୁରୁବାର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ନେଇଥିଲେ । ଶୁକ୍ରବାର ସେ ନାମାଙ୍କନ ଭରିବେ ବୋଲି ଆଲୋଚନା ହେଉଥିଲା । ତେବେ ଦିଗବିଜୟ ସିଂହ ଏହି ନିର୍ବାଚନ ପାଇଁ ନାମାଙ୍କନ ଭରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଶୁକ୍ରବାର ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, ଖଡଗେଙ୍କୁ ଭେଟିଥିଲେ । ଏହାକୁ ନେଇ ଦିଗବିଜୟ ସିଂହ କହିଛନ୍ତି, "ମୁଁ ଖଡଗେଙ୍କୁ କହିଥିଲି, ମୁଁ ଆପଣଙ୍କୁ ସମର୍ଥନ କରିବି । ଆପଣଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବା କଥା ମୁଁ ଭାବି ନାହିଁ । ମୁଁ ଆପଣଙ୍କ ପ୍ରସ୍ତାବକ ରହିବି ।"

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବା ସମୟ ଶୁକ୍ରବାର ଦିନ ୩ଟା ପର୍ଯ୍ୟନ୍ତ ରହିଥିଲା । ଅକ୍ଟୋବର ୮ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବାପରେ ୧୮ ତାରିଖରେ ମତଦାନ ଓ ୧୯ ତାରିଖରେ ଫଳାଫଳ ଘୋଷଣା ହେବ । ଗାନ୍ଧୀ ପରିବାରରୁ କେହି ବି ନାମାଙ୍କନ ଭରିନଥିବାରୁ ୨୫ ବର୍ଷ ପରେ ପ୍ରଥମ ଥର ପାଇଁ ଜାତୀୟ କଂଗ୍ରେସକୁ ଅଣଗାନ୍ଧୀ ଅଧ୍ୟକ୍ଷ ମିଳିବାକୁ ମିଳିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.