ETV Bharat / bharat

୨୪ରେ ସୁପ୍ରିମକୋର୍ଟର ୪ ବିଚାରପତିଙ୍କ ଅବସର, ତାଲିକାରେ CJI ଜଷ୍ଟିସ ଚନ୍ଦ୍ରଚୂଡ଼

author img

By ETV Bharat Odisha Team

Published : Jan 2, 2024, 6:16 PM IST

୨୪ରେ ସୁପ୍ରିମକୋର୍ଟର ୪ ବିଚାରପତିଙ୍କ ଅବସର, ତାଲିକାରେ CJI ଜଷ୍ଟିସ ଚନ୍ଦ୍ରଚୂଡ଼
୨୪ରେ ସୁପ୍ରିମକୋର୍ଟର ୪ ବିଚାରପତିଙ୍କ ଅବସର, ତାଲିକାରେ CJI ଜଷ୍ଟିସ ଚନ୍ଦ୍ରଚୂଡ଼

SC judges superannuation: ୨୦୨୪ରେ ଅବସର ନେବେ ସୁପ୍ରିମକୋର୍ଟର ୪ ଜଣ ବିଚାରପତି । ଏଥିରେ ଅଛନ୍ତି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ । ୪ ଜଣ ବିଚାରପତିଙ୍କ ଅବସରକୁ ନେଇ ଇଟିଭି ଭାରତର ସୁମିତ ସକ୍ସେନାଙ୍କ ରିପୋର୍ଟ ।

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବର୍ତ୍ତମାନ ବିଚାରାଧୀନ ରହିଛି ୮୦ ହଜାରରୁ ଅଧିକ ମାମଲା । ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ସମେତ ମୋଟ୍ ବିଚାରପତିଙ୍କ ସଂଖ୍ୟା ୩୪ । ଏଥିରୁ ଚଳିତବର୍ଷ ଅବସର ନେବେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ୪ ଜଣ ବିଚାରପତି । ଅନ୍ୟ ତିନି ଜଣ ବିଚାରପତି ହେଲେ, ଜଷ୍ଟିସ୍ ଅନିରୁଦ୍ଧ ବୋସ୍, ଜଷ୍ଟିସ ଏଏସ ବୋପାନ୍ନା ଏବଂ ଜଷ୍ଟିସ ହିମା କୋହଲି ।

ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ଯା ୩୪ । ଏଥିରେ ଥାଆନ୍ତି ଜଣେ ପ୍ରଧାନ ବିଚାରପତି ଏବଂ ୩୩ ଜଣ ବିଚାରପତି । ୨୦୨୩ ଡିସେମ୍ବରରେ ଅବସର ନେଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଂଜୟ କିଶାନ କୌଲ । ୨୦୨୪ ଏପ୍ରିଲରେ ଅବସର ନେବେ ଜଷ୍ଟିସ ଅନିରୁଦ୍ଧ ବୋଷ । ସେହିପରି ମେ ମାସରେ ସରୁଛି ଜଷ୍ଟିସ ଏ. ଏସ୍ ବୋପାନ୍ନାଙ୍କ କାର୍ଯ୍ୟକାଳ । ଜଷ୍ଟିସ ହିମା କୋହଲି ୨୦୨୪ ସେପ୍ଟେମ୍ବରରେ ଅବସର ନେବେ । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ଯକାଳ ଚଳିତବର୍ଷ ନଭେମ୍ବର ୧୧ ତାରିଖରେ ସରୁଛି ।

ଏହାମଧ୍ୟ ପଢ଼ନ୍ତୁ: ସିଇସି ଓ ଇସି ନିଯୁକ୍ତି ଚୟନ କମିଟିରେ CJIଙ୍କୁ ସାମିଲ ଦାବି: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ଚଳିତ ବର୍ଷ ଅବସର ନେବେ ସୁପ୍ରିମକୋର୍ଟର ୪ ଜଣ ବିଚାରପତି । ଏପ୍ରିଲରୁ ନଭେମ୍ବର ମଧ୍ୟରେ ସରିବ କାର୍ଯ୍ୟକାଳ । ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ଯକାଳ ଚଳିତବର୍ଷ ନଭେମ୍ବର ୧୧ ତାରିଖରେରେ ସରୁଥିବା ବେଳେ, ତାଙ୍କ ସ୍ଥାନ ନେବେ ଜଷ୍ଟିସ ସଂଜୀବ ଖାନ୍ନା । ଜଷ୍ଟିସ ସଂଜୀବ ଖାନ୍ନା, ୨୦୨୫ ମେ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ରହିବେ । ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ୬୫ ବର୍ଷ ।

ଏହାମଧ୍ୟ ପଢ଼ନ୍ତୁ: NJDG ରେ ଉପଲବ୍ଧ ହେବ ସର୍ବୋଚ୍ଚ କୋର୍ଟର ତଥ୍ୟ, ଐତିହାସିକ ଦିନ କହିଲେ CJI

୨୦୨୪ରେ ଅବସର ନେବାକୁ ଥିବା ସୁପ୍ରିମକୋର୍ଟ ବିଚାରପତିମାନେ, ୪ ବର୍ଷ କିମ୍ବା ତାଠାରୁ କମ୍ ସମୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ୨୦୧୬ ମେ ମାସରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କର ମୋଟ୍ କାର୍ଯ୍ୟକାଳ ୮ ବର୍ଷ ହୋଇଯିବ । ସେହିପରି ଜଷ୍ଟିସ କୋହଲିଙ୍କ ଅବସର ପରେ ସୁପ୍ରିମକୋର୍ଟରେ ଦୁଇ ଜଣ ମହିଳା ବିଚାରପତି ନିଯୁକ୍ତି ପାଇବେ । ସେମାନେ ହେଲେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ ବି. ଭି. ନାଗରତ୍ନା ।

ଏହାମଧ୍ୟ ପଢ଼ନ୍ତୁ: CJI ଚନ୍ଦ୍ରଚୂଡ ଦାୟିତ୍ବ ନେବା ପରେ ସୁପ୍ରିମକୋର୍ଟରେ ଶୀଘ୍ର ଶୁଣାଣି, 6844 ମାମଲା ସମାଧାନ

ଜଷ୍ଟିସ ନାଗରତ୍ନା ହେବେ ସୁପ୍ରି୍ମକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି । ସେ ୨୦୨୭ରେ ସୁପ୍ରିମକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରରପତି ଭାବେ ଦାୟିତ୍ବ ନେବେ । 2021 କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ତିନିଜଣ ମହିଳା ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ । ଆଜି ପର୍ଯ୍ୟନ୍ତ ସୁପ୍ରି୍ମକୋର୍ଟରେ ଆଠ ଜଣ ମହିଳା ବିଚାରପତି ରହିଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ ହେଉଛି, ସୁପ୍ରିମକୋର୍ଟ କଲେଜିୟମ ସର୍ବୋଚ୍ଚ ନ୍ୟାୟାଳୟରେ ଅଧିକ ମହିଳା ବିଚାରପତି ନିଯୁକ୍ତି ପାଇଁ ନିଷ୍ପତ୍ତି ନେଉଛନ୍ତି କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ।

ଏହାମଧ୍ୟ ପଢ଼ନ୍ତୁ: SC gets 5 new judges: ଶପଥ ନେଲେ 5 ନୂଆ ବିଚାରପତି

ବିଚାରପତିମାନେ ଅବସର ନେବା ମାତ୍ରେ ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୁଏ । ଯଦି କେନ୍ଦ୍ର ନିଯୁକ୍ତିରେ ବିଳମ୍ବ କରନ୍ତି, ତେବେ ଏହା ସୁପ୍ରିମକୋେର୍ଟରେ ବିଚାରାଧୀନ ମାମଲାଗୁଡ଼ିକ ଉପରେ ପ୍ରଭାବ ପକାଇବ । ଅବଶ୍ୟ, 2021 ପରଠାରୁ କେନ୍ଦ୍ର ସରକାର ବିଚାରପତିଙ୍କ ନାମ, ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟ ପାଇଁ ନାମଗୁଡିକ ଶୀଘ୍ର କ୍ଲିୟର କରି ଆସୁଛନ୍ତି । ଆପେକ୍ସ କୋର୍ଟ କଲେଜିୟମର ମୁଖ୍ୟ ଥିବା CJI ଚନ୍ଦ୍ରଚୂଡ଼ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ପଦୋନ୍ନତି ପାଇଁ ବିଚାର କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ବିଚାରପତିମାନଙ୍କୁ ସଠିକ ସମୟରେ ନିଯୁକ୍ତି, ନିଶ୍ଚିତ ଭାବେ ପଡ଼ି ରହିଥିବା ମାମଲାଗୁଡ଼ିକର ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ । ସୂଚନା ଅନୁସାରେ ବର୍ତ୍ତମାନ ସୁପ୍ରିମକୋର୍ଟରେ ୮୦,୭୬୫ଟି ମାମଲା ବିଚାରାଧୀନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.