ETV Bharat / bharat

ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ସରକାର ଲୁଚାଉଛନ୍ତି ସତ: ରାହୁଲ

author img

By

Published : Dec 16, 2022, 8:30 PM IST

Rahul Gandhi
ରାହୁଲ ଗାନ୍ଧୀ

ରାଜସ୍ଥାନ ଜୟପୁରରେ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ (Rahul Gandhi on China) । କହିଲେ ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏପଟେ ସରକାର ସତ ଲୁଚାଉଛନ୍ତି । ଅଧିକ ପଢନ୍ତୁ

ଜୟପୁର: ଭାରତ ଯୋଡ ଯାତ୍ରାର ୧୦୦ ଦିନ ପୂରଣ କରିଛି (100 days of Bharat Jodo Yatra) । ଏହି ଅବସରରେ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ (Congress leader Rahul Gandhi) ରାଜସ୍ଥାନର ରାଜଧାନୀ ଜୟପୁରରେ ସାମ୍ବାଦିକ ସମ୍ମିଳନୀ କରି ଦେଇଛନ୍ତି ବଡ଼ ବୟାନ । ରାହୁଲ କହିଛନ୍ତି ଯେ ଚୀନ ଭାରତ ସହିତ ଯୁଦ୍ଧ କରିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ଏପଟେ କେନ୍ଦ୍ର ସରକାର ଏହି ସତ ଲୁଚାଉଛନ୍ତି ।

ରାହୁଲ କହିଛନ୍ତି ଯେ ସେ ଗତ ୨ରୁ ୩ ବର୍ଷ ଧରି ଚୀନ ସୀମା ମୁଦ୍ଦା ଉଠାଉଛନ୍ତି । ଚୀନ ପ୍ରାୟ ୨ ହଜାର କିଲୋମିଟର ପର୍ଯ୍ୟନ୍ତ ଭାରତ ସୀମା ଉପରେ କବଜା କରିଛି । ସରକାର ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ସେପଟେ ଚୀନ ଭାରତ ସହିତ ଯୁଦ୍ଧ କରିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ଏପଟେ କେନ୍ଦ୍ର ସରକାର ଚୁପ ବସିଥିବା ସେ କହିଛନ୍ତି । କେନ୍ଦ୍ରରେ ଥିବା ସରକାର କେବଳ ଇଭେଣ୍ଟ ପୂର୍ବକ କାମ କରିଥାଏ । ଆଜି ଏଠାରେ ଓ କାଲି ସେଠାରେ କାର୍ଯ୍ୟକ୍ରମର ଆୟୋଜନ କରିଥାଏ । ଏହି ସରକାର କୌଣସି ରଣନୀତି ଆପଣାଇନଥାଏ ବୋଲି କହିଛନ୍ତି ରାହୁଲ ।

ଏହା ବି ପଢନ୍ତୁ- 100ଦିନରେ ଭାରତ ଯୋଡ ଯାତ୍ରା, ସାମିଲ ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ

"ଦେଶକୁ ଅନ୍ତରାଷ୍ଟ୍ରୀୟ ସ୍ତରର ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକ ରହିଛି । ଏହି ପ୍ରସଙ୍ଗ ଗୁଡ଼ିକରେ ସରକାର ନିଜ ପ୍ରତିନଧି ମଣ୍ଡଳୀକୁ ତାଲିମ ଦେବା ଆବଶ୍ୟକ । ସୀମାରେ ଚୀନ ସେନା ଭାରତ ସୈନିକମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଗଲଓ୍ୱାନରେ ୨୦ ଜଣ ଭାରତୀୟ ସେନା ଶହୀଦ ହୋଇଛନ୍ତି । ହେଲେ ଭାରତ ସରକାର ଚୁପ୍‌ ବସିଛନ୍ତି । ଯେତେବେଳେ ସୀମା କଥା ଉଠେ, ସେତେବେଳେ ଇଭେଣ୍ଟରେ କାମ ଚଳିନଥାଏ । ଏଠାରେ ବଳର ଆବଶ୍ୟକ ରହିଥାଏ" ବୋଲି କହିଛନ୍ତି ରାହୁଲ ।

ବିଜେପିକୁ ହରାଇବ କଂଗ୍ରେସ :-

ରାହୁଲ କହିଛନ୍ତି ଯେ ବିଜେପିକୁ ହରାଇବାର କ୍ଷମତା କେବଳ କଂଗ୍ରେସ ପାଖରେ ରହିଛି । ଏହି ଦଳ ଯିଏକି ଗୈରିକ ଦଳରୁ ପରାଜୟର ସ୍ବାଦ ଚଖାଇପାରିବ । ଏହାରି ମଧ୍ୟରେ ଅନେକ କଂଗ୍ରେସ ନେତା ଦଳ ତ୍ୟାଗ କରୁଥିବାର ନଜିର ରହିଛି । ବିଜେପି ସହିତ ଯୁଦ୍ଧ କରିବା ଲାଗି ଯଦି କେଉଁ ନେତା ପ୍ରସ୍ତୁତ ନୁହଁନ୍ତି ସେମାନେ ଦଳ ଛାଡ଼ି ଯାଇପାରନ୍ତି ବୋଲି କହିଛନ୍ତି ରାହୁଲ । ଅନେକ ଭାବୁଛନ୍ତି କଂଗ୍ରେସ ଦଳର ପତ୍ତନ ଘଟିବ । କିନ୍ତୁ କଂଗ୍ରେସ ଦଳର କେବେ ବି ପତ୍ତନ ନାହିଁ ବୋଲି ଦୃଢତାର ସହ କହିଛନ୍ତି ରାହୁଲ । ରାହୁଲ କହିଛନ୍ତି ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ଦଳର ବଳ । ଯଦି ସମସ୍ତ କର୍ମୀ ଭଲ କାମ କରନ୍ତି ତେବେ ଆସନ୍ତା ରାଜସ୍ଥାନ ନିର୍ବାଚନରେ ଦଳ ବିଜୟୀ ହେବ ବୋଲି କହିଛନ୍ତି ରାହୁଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.