ETV Bharat / bharat

100ଦିନରେ ଭାରତ ଯୋଡ ଯାତ୍ରା, ସାମିଲ ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ

author img

By

Published : Dec 16, 2022, 10:36 AM IST

କଂଗ୍ରେସର ଭାରତ ଯୋଡ ଯାତ୍ରା( Bharat Jodo Yatra) ଶୁକ୍ରବାର ଦିନ 100 ଦିନ ପୂରଣ କରିଛି । 100ଦିନରେ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ ହିମାଚଳ ପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ଅଧିକ ପଢନ୍ତୁ

Bharat Jodo Yatra
100ଦିନରେ ଭାରତ ଯୋଡ ଯାତ୍ରା, ସାମିଲ ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ

ଜୟପୁର: ସେପ୍ଟେମ୍ବର ୭ ତାରଖରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା( Bharat Jodo Yatra) ଶୁକ୍ରବାର ଦିନ 100 ଦିନ ପୂରଣ କରିଛି । ଏହାରି ଭିତରେ ରାହୁଲ ଗାନ୍ଧୀ ୨୮୦୦ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ସାରିଲେଣି । କଂଗ୍ରେସର 100 ଦିନର ଭାରତ ଯୋଡ ଯାତ୍ରାରେ ରାଜସ୍ଥାନର ଅନେକ ବରିଷ୍ଠ କର୍ମୀ ଯୋଗଦେଇଥିଲେ ।

  • बेरोज़गारी के खिलाफ़
    महंगाई के खिलाफ़
    नफ़रत के खिलाफ़

    हमारी इस तपस्या को
    न कोई रोक पाया है, न रोक पाएगा!#100DaysOfYatra pic.twitter.com/EyQKLcY11w

    — Rahul Gandhi (@RahulGandhi) December 16, 2022 " class="align-text-top noRightClick twitterSection" data=" ">

ତେବେ ଗତକାଲି ହିମାଚଳ ପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଦିଲ୍ଲୀରୁ ରାଜସ୍ଥାନ ଆସି ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଜାତିସଂଘରେ ପୁଣି ବର୍ଷିଲେ ଜୟଶଙ୍କର, କହିଲେ ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ

ରାଜସ୍ଥାନରେ ଡିସେମ୍ବର 4ତାରିଖରେ କଂଗ୍ରେସର ଭାରତ ଯୋଡ ଯାତ୍ରା ପହଞ୍ଚି ଥିଲା । ରାଜସ୍ଥାନରେ 17 ଦିନ ଭିତରେ 500 କିଲୋମିଟର ଯାତ୍ରା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ଡିସେମ୍ବର 21 ତାରିଖରେ ହରିୟାଣାରେ ପ୍ରବେଶ କରିବ ଏହି ଯାତ୍ରା ।

ତେବେ ଏନେଇ ବିଜେପିକୁ କଟାକ୍ଷ କରିଛନ୍ତି ରାହୁଲ ଗାନ୍ଧୀ । ଆଜି(ଶୁକ୍ରବାର) ରାହୁଲ ଗାନ୍ଧୀ ଏକ ଟ୍ବିଟ କରି କହିଛନ୍ତି, " ବେକାରୀ ବିରୁଦ୍ଧରେ, ମୁଦ୍ରାସ୍ଫୀତି ଏବଂ ଘୃଣା ବିରୁଦ୍ଧରେ ଆମର ଏହି ତପସ୍ୟା 100 ଦିନରେ ପହଞ୍ଚିଛି । ଅଟକେଇବାକୁ କେହି ନାହାନ୍ତି କି ଅଟକାଇ ପାରିବେ ନାହିଁ ।"

ସେପ୍ଚେମ୍ବର 7 ତାରିଖରୁ କଂଗ୍ରେସର ଭାରତ ଯୋଡ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ବେଳେ କାଶ୍ମୀରରେ ଶେଷ ହେବ । ଏହି ଭାରତ ଯୋଡ ଯାତ୍ରା ସମୁଦାୟ 3ହଜାର 570 କିଲୋମିଟର ଅତିକ୍ରମ କରିବ । ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଆଉ ଏବେ ୮ମ ରାଜ୍ୟ ରାଜସ୍ଥାନରେ ଚାଲିଛି କଂଗ୍ରେସର ଭାରତ ଯୋଡ ଯାତ୍ରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.