ETV Bharat / bharat

କେନ୍ଦ୍ର କ୍ୟାବିନେଟରେ ବଡ ନିଷ୍ପତ୍ତି, ଆହୁରି ବର୍ଷେ ମାଗଣା ରାସନ

author img

By

Published : Dec 24, 2022, 9:58 AM IST

ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଆଧାରରେ ଦେଶର ୮୦ କୋଟି ଜନତାଙ୍କୁ ମାଗଣାରେ ମିଳୁଥିବା ରାସନ ଅବଧିକୁ ଆଉ ବର୍ଷେ ବଢାଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ବର୍ଷ ଡିସେମ୍ବର ଯାଏଁ ମିଳିବ ମାଗଣା ରାସନ । ଅଧିକ ପଢନ୍ତୁ

free ration scheme
free ration scheme

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି(Cabinet Decision) । ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ସମୟ ଅବଧିକୁ ଆଉ ବର୍ଷେ ବଢାଇଲେ କେନ୍ଦ୍ର ସରକାର(Centre Extends Free Ration Scheme by 1 Year) । ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ଆସନ୍ତା ୨୦୨୩ ମସିହା ପର୍ଯ୍ୟନ୍ତ ଲାଗୁହେବ ।

  • More than 80 crore people will now get free foodgrains under National Food Security Act. They will not have to pay a single rupee to get food grains til Dec 2023. Govt will spend around Rs 2 lakh crores per year on this: Union Minister Piyush Goyal pic.twitter.com/ze89jBIB6u

    — ANI (@ANI) December 23, 2022 " class="align-text-top noRightClick twitterSection" data=" ">

ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ(Union Food Minister Piyush Goyal ) କହିଛନ୍ତି, " ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮୦ କୋଟି ହିତାଧିକାରୀଙ୍କୁ ଆଗାମୀ ୧ ବର୍ଷ ଯାଏଁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ(80 Crore People To Get Free Ration Under National Food Security Act For A Year) । ଏଥିପାଇଁ ହିତାଧିକାରୀଙ୍କୁ କୌଣସି ମୂଲ୍ୟ ଦେବାକୁ ପଡିବ ନାହିଁ । ଏଥିପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର ।"

ଏହା ମଧ୍ୟ ପଢନ୍ତୁ: ଋଣ ଜାଲିଆତି ମାମଲା: ପୂର୍ବତନ CEO ଚନ୍ଦା କୋଚର ଓ ସ୍ଵାମୀ ଦୀପକ କୋଚର ଗିରଫ

ତଥ୍ୟ ଅନୁସାରେ, କେନ୍ଦ୍ରସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ (NFSA) ଚାଉଳ କିଲୋପ୍ରତି ୩ ଟଙ୍କା ଏବଂ ଗହମ ୨ ଟଙ୍କାରେ ଯୋଗାଇ ଦେଉଛନ୍ତି । ଅନ୍ନଦାତା ଯୋଜନାରେ(AAY) ୩୫ କିଲୋ ରାସନ ମଧ୍ୟ ପ୍ରଦାନ କରାଯାଉଛି । ଏହି ଯୋଜନାରେ ହିତାଧିକାରୀଙ୍କୁ ୨୦୨୩ ଯାଏଁ ବିନା ମୂଲ୍ୟରେ ରାସନ ଦିଆଯିବା ନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ।

କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି," ସେପ୍ଟେମ୍ବର ମାସରେ ଏହି ଯୋଜନାର ସୀମାକୁ ୩ ମାସ ବୃଦ୍ଧି କରାଯାଇଥିଲା । କୋଭିଡ ସମୟରେ ଗରିବ ହିତାଧିକାରୀଙ୍କୁ ଯେଭଳି ଖାଦ୍ୟର ଅଭାବ ନହେବ, ତାହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ୧୮ ମାସ ମାଗଣା ରାସନ ଦେଇ କେନ୍ଦ୍ର ସରକାର ୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । "

ଏହା ମଧ୍ୟ ପଢନ୍ତୁ: ପୁରୀ ଗସ୍ତରେ 5T ସଚିବ, ଉନ୍ନତିମୂଳକ ପ୍ରକଳ୍ପର କଲେ ସମୀକ୍ଷା

ପ୍ରକାଶଯୋଗ୍ୟ ଯେ, ୨୦୨୦ ମସିହା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ଦେଶର ୮୦ କୋଟି ହିତାଧିକାରୀ ଏହାର ଲାଭ ଉଠାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.