ETV Bharat / bharat

Delhi liquor scam case: କବିତାଙ୍କୁ ସାଢେ ୭ ଘଣ୍ଟା ଘାଣ୍ଟିଲା CBI

author img

By

Published : Dec 12, 2022, 7:45 AM IST

Delhi liquor scam case
Delhi liquor scam case

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କବିତାଙ୍କୁ ସାଢେ ସାତ ଘଣ୍ଟା ଜେରା କଲା ସିବିଆଇ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା (Delhi liquor scam case) । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ଟିଆରଏସ(TRS) ବିଧାନ ପରିଷଦ ସଦସ୍ୟା କବିତା (MLC Kavitha)ଙ୍କୁ ଜେରା କଲା ସିବିଆଇ । ହାଇଦ୍ରାବାଦ ବଞ୍ଜାର ହିଲ ସ୍ଥିତ କବିତାଙ୍କ ବାସଭବନରେ ଦୀର୍ଘ ସାଢେ ସାତ ଘଣ୍ଟା ଧରି ଜେରା କରିଥିଲା ସିବିଆଇ । ସିବିଆଇ ଅଧିକାରୀଙ୍କ ଏକ ଟିମ୍‌ କବିତାଙ୍କ ବୟାନ ରେକର୍ଡ କରିଥିଲେ । ସକାଳ ୧୧ଟା ସମୟରେ କଡା ସୁରକ୍ଷା ମଧ୍ୟରେ ସିବିଆଇ ଅଧିକାରୀମାନେ ଦୁଇଟି ଗାଡିରେ ତାଙ୍କ ବାସଭବନରେ ପହଞ୍ଚି ପଚରାଉଚରା ଆରମ୍ଭ କରିଥିଲେ ।

ମଧ୍ୟାହ୍ନରେ କିଛି ସମୟ ପାଇଁ ପଚରାଉଚରା ବନ୍ଦ ରହିଥିଲା । ସିବିଆଇ ଅଧିକାରୀ କବିତାଙ୍କ ବାସ ଭବନରେ ପହଞ୍ଚିବା ପୂର୍ବରୁ ସମର୍ଥକ ଏବଂ ବିଆରଏସ ନେତା ତଥା କର୍ମୀଙ୍କୁ ଏକାଠି ନହେବାକୁ ଅନୁରୋଧ କରିଥିଲେ । ପୋଲିସ ପକ୍ଷରୁ ମଧ୍ୟ କବିତାଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । କବିତାଙ୍କୁ ସିବିଆଇ ଜେରା ସମୟରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସିଆରପିସି ଧାରା 160 ଅନୁଯାୟୀ କବିତାଙ୍କୁ ନୋଟିସ ଜାରି କରି ସ୍ପଷ୍ଟୀକରଣ ମାଗିଥିଲା ସିବିଆଇ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କର ସମ୍ପୃକ୍ତି ନେଇ କବିତାଙ୍କୁ ପଚରାଉଚରା କରିଥିଲା ସିବିଆଇ ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ପୁଣି ଗୁଜୁରାଟରେ BJP ସରକାର, ଶପଥ ନେବେ ଭୂପେନ୍ଦ୍ର ପଟେଲ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନା ମୁତାବକ, ସାଉଥ୍ ଗ୍ରୁପ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାରଙ୍କୁ ୧୦୦ କୋଟି ଟଙ୍କା ଦେଇଥିଲା । ଆଉ MLC କବିତା ଏହି ଗ୍ରୁପର ପ୍ରମୁଖ ସଦସ୍ୟ ଥିଲେ । ଦୁର୍ନୀତି ଚାଲିଥିବା ସମୟର ପ୍ରମାଣ ନଷ୍ଟ କରିବା ପାଇଁ ୧.୩୮ କୋଟି ଟଙ୍କାର ମୋଟ ୧୭୦ଟି ଫୋନ ନଷ୍ଟ କରାଯାଇଥିଲା । ଏହାମଧ୍ୟରୁ ୧୦ଟି ଫୋନ କବିତାଙ୍କର ଥିଲା । ତେଣୁ ଏହି ଦୁର୍ନୀତିରେ(Delhi liquor policy) କବିତାଙ୍କ ସମ୍ପୃକ୍ତି ଥିବା ନେଇ କେତେକ ପ୍ରମାଣ ମିଳିବା ପରେ ଜେରା ପାଇଁ ଡିସେମ୍ବର ୨ ତାରିଖରେ ସମନ କରାଯାଇଥିଲା ସିବିଆଇ । ଡିସେମ୍ବର ୬ ତାରିଖରେ ସିବିଆଇ କବିତାଙ୍କୁ ପଚରାଉଚରା ପାଇଁ କହିଥିଲା । କିନ୍ତୁ ହାଜର ହୋଇପାରିବେ ନାହିଁ ବୋଲି ଡିସେମ୍ବର ୫ ତାରିଖରେ ସିବିଆଇକୁ ଚିଠି ଲେଖି ଜଣାଇଥିଲେ କବିତା । ଏହାପରେ ରବିବାର କବିତାଙ୍କୁ ଜେରା କରିଥିଲା ସିବିଆଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.