ETV Bharat / bharat

ଆଜିଠୁ ପୁଣି ଗୁଜୁରାଟରେ BJP ସରକାର, ଶପଥ ନେବେ ଭୂପେନ୍ଦ୍ର ପଟେଲ

author img

By

Published : Dec 12, 2022, 7:33 AM IST

ଗୁଜୁରାଟର 18ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭୂପେନ୍ଦ୍ର ପଟେଲ । ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଆଜି ଶପଥ ନେବେ ଭୂପେନ୍ଦ୍ର ପଟେଲ
ଆଜି ଶପଥ ନେବେ ଭୂପେନ୍ଦ୍ର ପଟେଲ

ଗାନ୍ଧୀନଗର: ଗୁଜୁରାଟରେ ବିଜେପି ଲଗାତାର ସପ୍ତମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଭାରତୀୟ ଜନତା ପାର୍ଟି ନେତା ଭୂପେନ୍ଦ୍ର ପଟେଲ ଆଜି (ସୋମବାର) ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଲଗାତାର ଦ୍ବିତୀୟ ଥର ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଭୂପେନ୍ଦ୍ର ପଟେଲ । ରାଜ୍ୟର 18ତମ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର । ରାଜ୍ୟପାଳ ଆଚାର୍ଯ୍ୟ ଦେବରାତ ଶପଥ ପାଠ କରାଇବେ । ଏହାସହ 20ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଆଜି ଅପରାହ୍ନ 2ଟାରେ ଗାନ୍ଧୀନଗରର ନୂଆ ସଚିବାଳୟ ନିକଟରେ ଥିବା ହେଲିପ୍ୟାଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ସମସ୍ତ ବିଜେପି ନେତୃତ୍ବାଧୀନ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ।

ଗୁଜୁରାଟର ଘାଟଲୋଡିଆ ଆସନରୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବିଜୟୀ ହୋଇଥିଲେ । ଏହି ଆସନରେ କଂଗ୍ରେସ ଅମିବେନ ଯାଗ୍ନିକ ଏବଂ ଆପ୍ ବିଜୟ ପଟେଲଙ୍କୁ ଟିକେଟ ଦେଇଥିଲା । ଭୂପେନ୍ଦ୍ର ପଟେଲଙ୍କୁ 2,12,480 ଖଣ୍ଡ ଭୋଟ ମିଳିଥିବା ବେଳେ ୟାଗ୍ନିକଙ୍କୁ 21.120 ଓ ବିଜୟ ପଟେଲଙ୍କୁ 15,902 ଖଣ୍ଡ ଭୋଟ ମିଳିଥିଲା । 2017ରେ ଭୂପେନ୍ଦ୍ର ପଟେଲ 1.75 ଭୋଟରେ ଜିତିଥିଲେ । 2012ରେ ଏହି ଆସନରେ ବିଜେପି ବଡ ବିଜୟ ହାସଲ କରିଥିଲା । 1960ରେ ରାଜ୍ୟ ଗଠନ ପରେ ଚଳିତ ନିର୍ବାଚନରେ ବିଜେପିର ଏହା ବଡ ବିଜୟ ।

ସଂକ୍ଷେପରେ ଗୁଜୁରାଟ ସିଏମ...

ଭୂପେନ୍ଦ୍ର ପଟେଲ 1952 ମସିହା ଜୁଲାଇ 15ରେ ଜନ୍ମଗ୍ରହଣ କରିଥିଲେ । ଅହମ୍ମଦାବାଦର ସରକାରୀ ପଲିଟେକନିକରେ ସିଭିଲ ଇଞ୍ଜିନିୟରିଂ କରିଛନ୍ତି । ସେ ଆରଏସଏସର ଜଣେ ସଦସ୍ୟ ମଧ୍ୟ ଥିଲେ । ମେମନଗର ମ୍ୟୁନସିପାଲଟି ସଦସ୍ୟ ଭାବେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ 2017 ବିଧାନସଭା ନିର୍ବାଚନରେ ଘାଟଲୋଡିଆ ନିର୍ବାଚନମଣ୍ଡଳୀରୁ ସେ ବିଧାୟକ ନିର୍ବାଚିତ ହୋଇଥିଲେ । ନିଜ ରେକର୍ଡ ଭାଙ୍ଗି ପୁଣି ଥରେ ଘାଟଲୋଡିଆ ଆସନରୁ 1,91,000 ଭୋଟରେ ଚଳିତ ନିର୍ବାଚନରେ ବିଜୟୀ ହୋଇଛନ୍ତି । 1995ରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଭୂପେନ୍ଦ୍ର । ମ୍ୟୁନସିପାଲଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । 2015ରେ ସେ ଏୟୁଡିଏ (Ahmedabad Urban Development Authority) ଅଧ୍ୟକ୍ଷ ହୋଇଥିଲେ । 2017ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ଘାଟଲୋଡିଆ ଆସନରୁ 1,17.000 ଭୋଟରେ ବିଜୟୀ ହୋଇଥିଲେ ।

ଏହା ବି ପଢନ୍ତୁ...Universal Health Coverage Day: ଜାଣନ୍ତୁ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ

182 ଆସନରେ ସଦ୍ୟ ସମାପ୍ତ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ବମ୍ପର ବିଜୟ ହାସଲ କରିଛି । 156 ଆସନ ଆକ୍ତିଆର କରିଛି ଭାରତୀୟ ଜନତା ପାର୍ଟି । ବିରୋଧୀ ଦଳ କଂଗ୍ରେସ ମାତ୍ର 17ଟି ଆସନ ହାତେଇଥିବାବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ମାତ୍ର 5 ଟି ଆସନ ଜିତିଛି। ଅନ୍ୟ 3ଟି ଆସନ ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଯାଇଥିଲା । ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ଡିସେମ୍ବର 1 ଓ 5ରେ ଭୋଟ ଗ୍ରହଣ ହୋଇଥିବାବେଳେ 8ରେ ଫଳାଫଳ ପ୍ରକାଶ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.