ETV Bharat / bharat

Delhi Liquor Scam Case: ମୁଖ୍ୟମନ୍ତ୍ରୀ କେସିଆର ଝିଅଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

author img

By

Published : Feb 8, 2023, 9:33 AM IST

Updated : Feb 8, 2023, 2:02 PM IST

କେସିଆର ଝିଅଙ୍କ ପୂର୍ବତନ ଚାଚାର୍ଡ ଆକାଉଣ୍ଟାଣ୍ଟ ଗିରଫ
କେସିଆର ଝିଅଙ୍କ ପୂର୍ବତନ ଚାଚାର୍ଡ ଆକାଉଣ୍ଟାଣ୍ଟ ଗିରଫ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେସିଆର ଝିଅଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଧରପଗଡ ଜାରି ରହିଛି । ଏହି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଗତକାଲି ସନ୍ଧ୍ୟାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା MLC କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଏହି ଚାଟାର୍ଡ ଆକାଉଣ୍ଟାଣ୍ଟ ହେଉଛନ୍ତି ହାଇଦ୍ରାବାଦର ବୁଚିବାବୁ ଗୋରାଣ୍ଟଲା । ମଦ ଦୁର୍ନୀତି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ସୁରାକ ପାଇବା ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ଏବଂ କାର୍ଯ୍ୟକାରିତାରେ କବିତାଙ୍କ ଏହି ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ ଭୂମିକା ରହିଛି । ଏହାଦ୍ବାରା ଅବକାରୀ ପଲିସି ଅଧିନରେ ହାଇଦ୍ରାବାଦ ଭିତ୍ତିକ ହୋଲସେଲ ଓ ରିଟେଲ ଲାଇସେନ୍ସଧାରୀ ଓ ସେମାନଙ୍କର ମାଲିକମାନେ ଅନୁପଯୁକ୍ତ ଲାଭ ପାଇଥିଲେ । ତେଣୁ ଏହି ମାମଲାରେ ତାଙ୍କୁ ପଚରାଉଚରା ପାଇଁ ସିବିଆଇ ଦିଲ୍ଲୀ ଡକାଇଥିଲା । ହେଲେ ଜେରା ବେଳେ ସେ ସିବିଆଇକୁ ସହଯୋଗ କରିନଥିଲେ ଏବଂ ତାଙ୍କ ଉତ୍ତରରେ ତାଳମେଳ ରହିନଥିଲା । ଯାହାଫଳରେ ତାଙ୍କୁ ଗିରଫ କରାଯାଇଥିବା ଜଣେ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରକାଶଥାଉ କି, ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାର କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଅଭିଯୋଗ ଆଣିଥିଲେ । ଏହି ମାମଲାର ସିବିଆଇ ସିବିଆଇ ତଦନ୍ତ ପାଇଁ ସେ ଆବେଦନ କରିଥିଲେ । ଏହାପରେ ଏହି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଦିଲ୍ଲୀ ଓ ହାଇଦ୍ରାବାଦ ଭିତ୍ତିକ ବଡ ବଡ ବ୍ୟବସାୟୀଙ୍କ ନାଁ ଉଠିଥିଲା । ଏମିତିକି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା ଏବଂ ଆନ୍ଧ୍ରପ୍ରଦେଶ ସାଂସଦ ମଗୁନ୍ତ ଶ୍ରୀନିବାସଲୁ ରେଡ୍ଡୀଙ୍କ ନାଁ ଯୋଡି ହୋଇଥିଲା ।

ଅବକାରୀ ନୀତି ସହ ସାଉଥ୍‌ ଗ୍ରୁପର ଲିଙ୍କ ସାମ୍ନାକୁ ଆସିଥିଲା । ଏହି ଗ୍ରୁପର ପ୍ରମୁଖ ସଦସ୍ୟ ରହିଥିଲେ କବିତା । ଏହି ମାମଲାରେ ଗିରଫ ହୋଇଥିବା ଜଣେ ବ୍ୟବସାୟୀଙ୍କ ମାଧ୍ୟମରେ ସାଉଥ ଗ୍ରୁପ ଆପ୍ ସରକାରୀଙ୍କୁ ପ୍ରାୟ ୧୦୦ କୋଟି ଟଙ୍କା ଦେଇଥିବା ଇଡି କହିଥିଲା ।

Last Updated :Feb 8, 2023, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.