ETV Bharat / bharat

ରାସ୍ତାରେ ସାଇଡ୍‌ ନଦେବାରୁ ଡ୍ରାଇଭରଙ୍କୁ ଛୁରାମାଡ଼, ନାବାଳକ ଅଟକ

author img

By ETV Bharat Odisha Team

Published : Dec 29, 2023, 9:14 PM IST

ab driver stab
ab driver stab

Cab driver stabbed to death in Delhi: ରାସ୍ତାରେ ଅତିକ୍ରମ କରିବା ପାଇଁ ସାଇଡ ନଦେବାରୁ ଦିଲ୍ଲୀରେ ଡ୍ରାଇଭରଙ୍କ ହତ୍ୟା । ନାବାଳକକୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାସ୍ତାରେ ସାଇଡ୍‌ ନ ଦେବାରୁ ବଚସା ଓ ପରେ ହତ୍ୟା । ଏଭଳି ଏକ ଘଟଣା ଦକ୍ଷିଣାଞ୍ଚଳ ଦିଲ୍ଲୀର ମହରୋଲିରୁ ସାମ୍ନାକୁ ଆସିଛି । ନାବାଳକଙ୍କ ଛୁରାମାଡ଼ରେ ଅକାଳରେ ଚାଲିଯାଇଛି ଜଣେ ଘରୋଇ କ୍ୟାବ ଡ୍ରାଇଭରଙ୍କ ଜୀବନ । ଓଭରଟେକ୍‌ ପାଇଁ ସ୍କୁଟି ଚଲାଉଥିବା ଯୁବକଙ୍କୁ କ୍ୟାବ ଡ୍ରାଇଭର ଜଣକ ରାସ୍ତା ନ ଛାଡ଼ିବା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ପୋଲିସ ଜଣେ ନାବାଳକକୁ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ।

ଏହା ବି ପଢନ୍ତୁ- ସୈତାନ ସାଜିଲା ସ୍ବାମୀ, ଛାଡ଼ପତ୍ର ନଦେବାରୁ ପତ୍ନୀର ଗଳାକାଟି ହତ୍ୟା

ମିଳିଥିବା ସୂଚନା ଅନୁସାରେ ମୃତ କ୍ୟାବ ଡ୍ରାଇଭରଙ୍କ ନାମ ମନୋଜ କୁମାର ବୋଲି ଜଣାପଡ଼ିଛି । ଏହି ହତ୍ୟାକାଣ୍ଡ କାଲୁରାମ ଛକ ନିକଟରେ ଘଟିଛି । ଗତ ଗୁରୁବାର ରାତିରେ ଏହି ରାସ୍ତା ଦେଇ ୩ ଜଣ ଯୁବକ ସ୍କୁଟିରେ ଯାଉଥିଲେ । ତେବେ କ୍ୟାବ ଡ୍ରାଇଭର ସ୍କୁଟି ଆରୋହୀଙ୍କୁ ରାସ୍ତା ନ ଛାଡ଼ିବା ଯୋଗୁଁ ପ୍ରଥମେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏପରିକି ଉଭୟ ଗୋଷ୍ଠୀ ହାତାହାତି ମଧ୍ୟ ହୋଇଥିଲେ । ଠିକ ଏହି ସମୟରେ ହଠାତ ଜଣେ ନାବାଳକ କ୍ୟାବ ଡ୍ରାଇଭରଙ୍କୁ ଛୁରାମାଡ଼ କରିଥିଲା । ଡ୍ରାଇଭରଙ୍କ ଛାତିରେ ଆଘାତ ଲାଗିବାରୁ ସେ ତତକ୍ଷଣାତ ତଳେ ପଡ଼ିଯାଇଥିଲେ । ଏହାପରେ ୩ ଜଣ ଯୁବକ ଉକ୍ତ ସ୍ଥାନରୁ ଫେରାର ହୋଇଯାଇଥିଲେ ।

ଏହା ବି ପଢନ୍ତୁ- ଦିଆସିଲି ପାଇଁ ଯୁବକଙ୍କୁ ଛୁରାମାଡ଼, ଦୁର୍ବୃତ୍ତ ଫେରାର

ଏହାପରେ ସ୍ଥାନୀୟ ଲୋକେ ପ୍ରଥମେ ଡ୍ରାଇଭରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏମ୍ସ ଟ୍ରମା ସେଣ୍ଟରକୁ ରେଫର କରିଥିଲେ ଡାକ୍ତର । ଏମ୍ସ ଟ୍ରମା ସେଣ୍ଟରେ ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭରଙ୍କ ଅକାଳ ବିୟୋଗ ଘଟିଛି । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି । ଏହି ହତ୍ୟା ମାମଲାରେ ଡିସିପି ଚନ୍ଦନ ଚୌଧୁରୀ କହିଛନ୍ତି, " ଡ୍ରାଇଭରଙ୍କ ନାମ ମନୋଜ କୁମାର ବୋଲି ଜଣାପଡ଼ିଛି । ସେ ଗୁରୁଗ୍ରାମ ଏକ କମ୍ପାନୀର ଡ୍ରାଇଭର ଭାବେ କାମ କରୁଥିଲେ । ସିସିଟିଭି ଫୁଟେଜକୁ ଭିତ୍ତି କରି ଜଣେ ନାବାଳକକୁ ଅଟକ ରଖାଯାଇଛି । ଏବେ ବାକି ୨ ଅଭିଯୁକ୍ତଙ୍କୁ ଧରିବା ଲାଗି ଛାନଭିନ ଜାରି ଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ କାବୁ କରିବ ପୋଲିସ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.