ETV Bharat / bharat

ପାଇଲଟଙ୍କୁ 'କନଫ୍ୟୁଜଡ୍' କହିଲେ ବିଜେପି ସାଂସଦ

author img

By

Published : Jun 11, 2023, 5:09 PM IST

ସଚିନ ପାଇଲଟଙ୍କୁ 'କନଫ୍ୟୁସଡ୍' କହିଲେ ବିଜେପି ସାଂସଦ
ସଚିନ ପାଇଲଟଙ୍କୁ 'କନଫ୍ୟୁସଡ୍' କହିଲେ ବିଜେପି ସାଂସଦ

ସରଗରମ ରହିଛି ରାଜସ୍ଥାନ ରାଜନୀତି । ଏହାରି ଭିତରେ ରାଜସ୍ଥାନର ପୂର୍ବତନ ଡେପୁଟି ସିଏମ ସଚିନ ପାଇଲଟଙ୍କୁ 'କନଫ୍ୟୁଜଡ୍' କହି କଡା ସମାଲୋଚନା କରିଛନ୍ତି ବିଜେପି ସାଂସଦ ସିଂ ଜୌନାପୁରିୟା । ଅଧିକ ପଢନ୍ତୁ

ଜୟପୁର: ଆଉ 5 ମାସ ପରେ ରାଜସ୍ଥାନରେ ପଡିବ ଭୋଟ୍ । ଟୋଙ୍କ୍ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କିଏ ନିର୍ବାଚନ ଲଢିବେ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଶାସକ କଂଗ୍ରେସ ପୁଣି ଥରେ ବାଜିମାତ କରିବାର ଦମ୍ଭୋକ୍ତି ଦେଖାଇଥିବାବେଳେ ପଛରେ ରହିନି ବିଜେପି । ରାଜସ୍ଥାନ ରାଜନୀତିରେ କନ୍ଦଳ କଥା କାହାକୁ ଅଛପା ନାହିଁ । ଏହାରି ଭିତରେ ରାଜସ୍ଥାନର ପୂର୍ବତନ ଡେପୁଟି ସିଏମ ସଚିନ ପାଇଲଟଙ୍କୁ କନଫ୍ୟୁଜ୍‌ ବୋଲି କହି କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଂସଦ ସୁଖବୀର ସିଂ ଜୌନାପୁରିୟା । ସେ କହିଛନ୍ତି, "କୌଣସି ଫୈସଲା ନେଇପାରୁନାହାନ୍ତି ସଚିନ ପାଇଲଟ । ଅଶୋକ ଗେହଲଟ ସଚିନଙ୍କୁ ନିକମ୍ମା କହିବା ପରେ ମଧ୍ୟ ସେ ତାଙ୍କୁ ଆଦରଣୀୟ ବୋଲି ସମ୍ବୋଧନ କରିଛନ୍ତି । ଆଉ ଯଦି ସଚିନଙ୍କ ପାଇଁ ଅଶୋକ ଗେହଲଟ ଆଦରଣୀୟ ତେବେ ଜନତାଙ୍କୁ ଭୁଆଁ ବୁଲାଇବାର କିଛି ଆବଶ୍ୟକତା ନାହିଁ ।"

ଏଭଳି ସ୍ଥିତିରେ ସଚିନ କ'ଣ କରିବା ଆବଶ୍ୟକ ବୋଲି ପଚରା ଯିବାରୁ ସାଂସଦ ସୁଖବୀର କହିଛନ୍ତି ଯେ, ଏବେ ସମୟ ଚାଲି ଯାଇଛି । ପାଇଲଟ ଚାହିଁଲେ ବି କିଛି କରିପାରିବେ ନାହିଁ । ପୂର୍ବରୁ ଯଦି ସେ ଚାହିଁଥାଆନ୍ତେ ହୁଏତ ସ୍ଥିତି ସୁଧୁରି ପାରିଥାଆନ୍ତା । 4ବର୍ଷ ପୂର୍ବେ ସେ ଯଦି କଂଗ୍ରେସ ଛାଡିଥାଆନ୍ତେ ତେବେ ଜନତା ଆଜି ତାଙ୍କୁ ସମର୍ଥନ କରିଥାଆନ୍ତେ । ସଚିନଙ୍କ ବୟାନକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି ସୁଖବୀର । ସେ କହିଛନ୍ତି ଯେ, ଯଦି କରୋନା ପରେ ବି ମୁଖ୍ୟମନ୍ତ୍ରୀ ସଚିନଙ୍କ ପାଇଁ ଆଦରଣୀୟ ହୋଇପାରିଛନ୍ତି । ଏହାସହ ଟୋଙ୍କ ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ ଓ ଜଳ ଯୋଗାଣ ସମସ୍ୟା ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଛନ୍ତି ସାଂସଦ ସୁଖବୀର । ଟୋଡାରାୟାସିଂହ ପଞ୍ଚାୟତ ସମିତିର ଇନ୍ଦିକିୟୋ ଗାଁରେ କିଛି ତଳେ ଆସିଥିବା ଝଡ ପରେ 10 ଦିନ ଧରି ବିଦ୍ୟୁତ କାଟ୍ ହୋଇଥିବା ସେ କହିଛନ୍ତି । ସେହିପରି ନିବାଇ ଅଞ୍ଚଳରେ ଥିବା 210ଟି ଗାଁରେ ଏଯାବତ ଜଳ ଜୀବନ ମିଶନ ଅନୁଯାୟୀ ଟେଣ୍ଡର ହୋଇନାହିଁ ।

ମୁଖ୍ୟମନ୍ତ୍ରୀ ଦାବିଦାରଙ୍କୁ ଭୋଟ ଦେଇଥିବା ମତଦାତାଙ୍କ ପ୍ରତି ସଚିନ ପାଇଲଟ କେତେ ନ୍ୟାୟ ପ୍ରଦାନ କରିଛନ୍ତି ତାହା ତ ନିର୍ବାଚନରେ ଜନତା ଜବାବ ଦେବେ ବୋଲି କହିଛନ୍ତି । ଅପରପକ୍ଷେ ପୂର୍ବରୁ ଦିଲ୍ଲୀରେ ଏକ ବୈଠକରେ ଯୋଗ ଦେଇ ହାଇକମାଣ୍ଡ ସହ ଆଲୋଚନା କରିଥିଲେ ସଚିନ ପାଇଲଟ । ନିଜ ନିଷ୍ପତ୍ତିରେ କାୟମ ରହିବେ ବୋଲି ଚେତାଇ ଦେଇଥିଲେ ସଚିନ୍ । ଯୁବବର୍ଗଙ୍କୁ ସବୁ ଦଳ ପ୍ରାଧାନ୍ୟ ଦେବା ଆବଶ୍ୟକ । କାରଣ ଆଜିର ଯୁବ ବର୍ଗ ହିଁ ଆଗାମୀ ପୀଢିର ଭବିଷ୍ୟତ ଏବଂ ସେ ସର୍ବଦା ଯୁବବର୍ଗଙ୍କ ହିତ ଚାହିଁ ଆସୁଥିବା କହିବା ସହ ଜନତାଙ୍କ ସମର୍ଥନ ଲୋଡିଥିବା ଦେଖିବାକୁ ମିଳିଥିଲା ।

ଗତ ଏପ୍ରିଲ 11ରେ ସଚିନ କରିଥିଲେ ଆମରଣ ଅନଶନ । ପରେ ଅଜମେର୍‌ଠୁ ଜୟପୁର ଏକ ଶୋଭାଯାତ୍ରାରେ ଯାଇ ଗେହଲଟ ସରକାରଙ୍କୁ ଦାବି ଜଣାଇଥିଲେ । ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିବାବେଳେ ବର୍ତ୍ତମାନ ସେ ନୂଆ ଦଳ ଗଢିବା ନେଇ ଚର୍ଚ୍ଚା ଭିତରେ ସରଗରମ ରହିଛି ରାଜସ୍ଥାନ ରାଜନୀତି । ଜୁନ 11 ତାରିଖ ଅର୍ଥାତ୍ ଆଜିର ଦିନରେ ସଚିନଙ୍କ ପିତା ରାଜେଶ ପାଇଲଟଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସଚିନ ନୂଆ ଦଳ ଘୋଷଣା କରିବା ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଆଗକୁ କଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.