ETV Bharat / bharat

ପୋଲିସ କଷ୍ଟଡିରେ କାନ୍ଦୁଛନ୍ତି ମନୀଷ କଶ୍ୟପ, ଭିଡିଓ ଭାଇରାଲ

author img

By

Published : Mar 19, 2023, 9:40 PM IST

ପୋଲିସ କଷ୍ଟଡିରେ କାନ୍ଦୁଛନ୍ତି ମନୀଷ କଶ୍ୟପ, ଭିଡିଓ ଭାଇରାଲ
ପୋଲିସ କଷ୍ଟଡିରେ କାନ୍ଦୁଛନ୍ତି ମନୀଷ କଶ୍ୟପ, ଭିଡିଓ ଭାଇରାଲ

ପୋଲିସ ଭ୍ୟାନରେ ଗିରଫ ୟୁଟ୍ଯୁବର ମନୀଷ କଶ୍ୟପ କାନ୍ଦୁଥିବାର ଭିଡିଓ ଭାଇରାଲ । ଗତକାଲି ନାଟକୀୟ ଢଙ୍ଗରେ କରିଥିଲେ ଆତ୍ମସମର୍ପଣ । ଅଧିକ ପଢନ୍ତୁ

ପୋଲିସ କଷ୍ଟଡିରେ କାନ୍ଦୁଛନ୍ତି ମନୀଷ କଶ୍ୟପ, ଭିଡିଓ ଭାଇରାଲ

ପାଟନା: ତାମିଲନାଡୁରେ ବିହାର ତଥା ଉତ୍ତର ଭାରତୀୟ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ସମ୍ପର୍କରେ ମିଥ୍ୟା ଭିଡିଓ ଭାଇରାଲ କରିବା ମାମଲାରେ ଗିରଫ ୟୁଟ୍ଯୁବର ମନୀଷ କଶ୍ୟପ ପୋଲିସ କଷ୍ଟଡିରେ କାନ୍ଦୁଥିବାର ଦେଖିବାକୁ ମିଳିଛି । ମନୀଷଙ୍କୁ ପୋଲିସ ଟିମ୍‌ ଏକ ଭ୍ୟାନରେ ନେଇଯାଉଥିବା ବେଳେ ସେ କାନ୍ଦୁଥିବାର ଭିଡିଓ ଭାଇରାଲ ହେଉଛି । ଅନ୍ୟ ଜଣେ ସମର୍ଥକ ତାଙ୍କୁ ସାନ୍ତ୍ବନା ଦେଉଥିବା ବେଳେ ମନୀଷ ତାଙ୍କ ହାତକୁ ଧରିଥିବା ଦେଖିବାକୁ ମିଳିଛି । କିଛି ସମୟ ପରେ ପୋଲିସ ଭ୍ୟାନରେ ମନୀଷଙ୍କୁ ନେଇ ଚାଲିଯାଉଥିବା ଭିଡିଓରେ ଦେଖାଯାଉଛି । ମନୀଷ ଗତକାଲି ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କରିବା ପରେ ପୋଲିସ ଏବେ ତାଙ୍କୁ କଷ୍ଟଡିରେ ରଖି ଜେରା କରୁଛି ।

ଏହା ମଧ୍ୟ ପଢନ୍ତୁ:- ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଭିଡିଓ ଭାଇରାଲ ମାମଲା: ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କଲେ ମନୀଷ କଶ୍ୟପ

ଗତକାଲି (ଶନିବାର) ମନୀଷ କଶ୍ୟପ ଅତି ନାଟକୀୟ ଢଙ୍ଗରେ ଜଗଦୀଶପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ତେବେ ମାମଲା ରୁଜୁ ହେବା ପରେ ଗିରଫଦାରୀକୁ ବାରମ୍ବାର ଏଡାଇ ଚାଲୁଥିବା ମନୀଷ ଶେଷରେ ଗତକାଲି ନିଜେ ଜଗଦୀଶପୁର ପୋଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ । ଥାନାରେ ପହଞ୍ଚି ସେ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ଥାନା ସମ୍ମୁଖରେ ଅତି ସ୍ବାଭାବିକ ଭାବେ ସେ ବସିଥିବା ଦେଖିବାକୁ ମିଳିଥିଲା । ପୋଷ୍ଟ ପ୍ରସାରିତ ହେବା ପରେ ଥାନା ବାହାରେ ମନୀଷଙ୍କର ସମର୍ଥକମାନେ ଏକାଠି ହୋଇ ନାରାବାଜୀ କରିଥିଲେ । ହେଲେ ପୋଲିସ କଡା ସୁରକ୍ଷା ମଧ୍ୟରେ ମନୀଷଙ୍କୁ ଜେରା କରିବା ପାଇଁ କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇଥିବା ସୂଚନା ମିଳିଛି ।

ସେ ପୂର୍ବରୁ ତାଙ୍କ ସମର୍ଥକଙ୍କୁ ସେ ଆତ୍ମସମର୍ପଣ କରିବା ନେଇ ସୂଚନା ଦେଇସାରିଥିଲେ । ପୋଲିସ ଷ୍ଟେସନରେ ପହଞ୍ଚିବା ପରେ ସେ ଥାନା ସମ୍ମୁଖରେ ନାଟକୀୟ ଭାବରେ ଚେୟାରରେ ବସି ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଆତ୍ମସମର୍ପଣ ପରେ ପୋଲିସ ତାଙ୍କୁ ହେପାଜତକୁ ନେବା ସହ ତୁରନ୍ତ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲା । ହେଲେ ସର୍ବଦା ନିଜ ୟୁଟ୍ୟୁବ୍‌ ଚାନେଲରେ ବିଭିନ୍ନ ସାମାଜିକ ସମସ୍ୟା ଭିତ୍ତିକ ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଓ ବିହାର ସରକାରଙ୍କୁ ଟାର୍ଗେଟ କରୁଥିବା ମନୀଷଙ୍କୁ ଆଜି ପୋଲିସ ଭ୍ୟାନରେ କାନ୍ଦିବା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ତାମିଲନାଡୁ ଆକ୍ରମଣ ମାମଲାରେ ଫୋରାର ଥିଲେ:- ତାମିଲନାଡୁରେ ବିହାର ଶ୍ରମିକଙ୍କୁ ଆକ୍ରମଣ କରାଯାଉଥିବା ନେଇ ଭାଇରାଲ ହେଉଥିବା ଭିଡିଓକୁ ପୋଷ୍ଟ କରିଥିଲେ ମନୀଷ । ଯାହା ପରେ ଏକ ମିଥ୍ୟା ଭିଡିଓ ସାବ୍ୟସ୍ତ ହୋଇଥିଲା । ଯାହାକୁ ନେଇ ମନୀଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଓ୍ବାରେଣ୍ଟ ଜାରି ହେବା ପରେ ସେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଫେରାର ହେବାରେ ଲାଗିଥିଲେ । ଶେଷରେ ସେ ଜଗଦୀଶପୁର ପୋଲିସ ଷ୍ଟେସନରେ ଗତକାଲି ଆତ୍ମସମର୍ପଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.