ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଭିଡିଓ ଭାଇରାଲ ମାମଲା: ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କଲେ ମନୀଷ କଶ୍ୟପ

author img

By

Published : Mar 18, 2023, 7:52 PM IST

ପ୍ରବାସୀ ଶ୍ରମିକ ଆକ୍ରମଣ ଭିଡିଓ ଭାଇରାଲ ମାମଲା: ଆତ୍ମସମର୍ପଣ କଲେ ମନୀଷ କଶ୍ୟପ

ଆତ୍ମସମର୍ପଣ କଲେ ମନୀଷ କଶ୍ୟପ । ନାଟକୀୟ ଢଙ୍ଗରେ ଥାନା ସମ୍ମୁଖରେେେ କଲେ ଭିଡିଓ ପୋଷ୍ଟ । ଅଜ୍ଞାତ ସ୍ଥାନକୁ ନେଲା ପୋଲିସ । ଅଧିକ ପଢନ୍ତୁ

ପ୍ରବାସୀ ଶ୍ରମିକ ଆକ୍ରମଣ ଭିଡିଓ ଭାଇରାଲ ମାମଲା

ପାଟନା: ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କୁ ଆକ୍ରମଣ ନେଇ ମିଥ୍ୟା ଭିଡିଓ ପୋଷ୍ଟ କରିଥିବା ଅଭିଯୋଗରେ ମାମଲାରେ ପକ୍ଷଭୁକ୍ତ ହୋଇଥିବା ୟୁଟ୍ଯୁବର ମନୀଷ କଶ୍ୟପ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଓ୍ବାରେଣ୍ଟ ଥିବା ମନୀଷଙ୍କର ଆଜିର ଆତ୍ମସମର୍ପଣ ଘଟଣା ଅତି ନାଟକୀୟ ଥିଲା । ତେବେ ଗିରଫଦାରୀକୁ ବାରମ୍ବାର ଏଡାଇ ଚାଲୁଥିବା ମନୀଷ ଶେଷରେ ନିଜେ ଜଗଦୀଶପୁର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଛନ୍ତି । ଥାନାରେ ପହଞ୍ଚି ସେ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ଥାନା ସମ୍ମୁଖରେ ଅତି ସ୍ବାଭାବିକ ଭାବେ ସେ ବସିଥିବା ଦେଖିବାକୁ ମିଳିଥିଲା । ପୋଷ୍ଟ ପ୍ରସାରିତ ହେବା ପରେ ଥାନା ବାହାରେ ମନୀଷଙ୍କର ସମର୍ଥକମାନେ ଏକାଠି ହୋଇ ନାରାବାଜୀ କରିଥିଲେ । ହେଲେ ପୋଲିସ କଡା ସୁରକ୍ଷା ମଧ୍ୟରେ ମନୀଷଙ୍କୁ ଜେରା କରିବା ପାଇଁ କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇଥିବା ସୂଚନା ମିଳିଛି ।

ଯୋଜନାବଦ୍ଧ ଭାବେ ଆତ୍ମସମର୍ପଣ:- ବିହାରର ଜଗଦୀଶପୁର ପୋଲିସ ଷ୍ଟେସନଠାରୁ ମାତ୍ର 20 କିଲୋମିଟର ଦୂରରେ ଥିବା ଆରେଜରୁ ଏକ କାରରେ ବସି ଜଗଦୀଶପୁର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ମନୀଷ । ସେ ପୂର୍ବରୁ ତାଙ୍କ ସମର୍ଥକଙ୍କୁ ସେ ଆତ୍ମସମର୍ପଣ କରିବା ନେଇ ସୂଚନା ଦେଇସାରିଥିଲେ । ପୋଲିସ ଷ୍ଟେସନରେ ପହଞ୍ଚିବା ପରେ ସେ ଥାନା ସମ୍ମୁଖରେ ନାଟକୀୟ ଭାବରେ ଚେୟାରରେ ବସି ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ପୋଷ୍ଟରେ କୁହାଯାଇଥିଲା ଯେ ମନୀଷ ଜଗଦୀଶପୁର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଛନ୍ତି । ଏହା ପରେ ସମର୍ଥକମାନେ ପୋଲିସ ଷ୍ଟେସନ ବାହାରେ ଏକାଠି ହେବା ଆରମ୍ଭ କରିଥିଲେ । ପୋଲିସ ବିରୋଧରେ ନାରାବାଜୀ କରିଥିଲେ । ସ୍ଥିତିକୁ ଦେଖି ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇଥିଲା । ତୁରନ୍ତ ତାଙ୍କୁ ଅନ୍ୟତ୍ର ପୋଲିସ ସ୍ଥାନାନ୍ତରିତ କରିଛି ।

ତାମିଲନାଡୁ ଆକ୍ରମଣ ମାମଲାରେ ଫୋରାର ଥିଲେ:- ତାମିଲନାଡୁରେ ବିହାର ଶ୍ରମିକଙ୍କୁ ଆକ୍ରମଣ କରାଯାଉଥିବା ନେଇ ଭାଇରାଲ ହେଉଥିବା ଭିଡିଓକୁ ପୋଷ୍ଟ କରିଥିଲେ ମନୀଷ । ଯାହା ପରେ ମିଥ୍ୟା ଭିଡିଓ ସାବ୍ୟସ୍ତ ହୋଇଥିଲା । ଯାହାକୁ ନେଇ ମନୀଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଓ୍ବାରେଣ୍ଟ ଜାରି ହେବା ପରେ ସେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଫେରାର ହେବାରେ ଲାଗିଥିଲେ । ଶେଷରେ ସେ ଜଗଦୀଶପୁର ପୋଲିସ ଷ୍ଟେସନରେ ଆଜି ଆତ୍ମସମର୍ପଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.