ETV Bharat / bharat

Historic Result: ଭାଙ୍ଗିଲା ରେକର୍ଡ, ବ୍ରାଣ୍ଡ ମୋଦି ଆଗରେ ସବୁ ଚ୍ୟାଲେଞ୍ଜ ଫୁସ୍

author img

By

Published : Dec 8, 2022, 1:31 PM IST

Etv Bharat
Etv Bharat

ଗୁଜୁରାଟ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ୫୦ କିମି ରୋଡ ଶୋ ଆୟୋଜିତ ହୋଇଥିଲା (Pm Modi Holds 50 km long mega Roadshow in Ahmedabad) । ଯାହାର ସିଧା ସଳଖ ପ୍ରଭାବ ଅହମ୍ମଦାବାଦ ସହ ଆଖପାଖ ଜିଲ୍ଲାରେ ପଡିଥିଲା । ଆଉ ନିର୍ବାଚନୀ ଫାଇଦା ସିଧା ବିଜେପି ସପକ୍ଷରେ ଯାଇଥିଲା ।

ଗାନ୍ଧୀନଗର: ବର୍ଷ ଆରମ୍ଭ ହେଉ ହେଉ ଗୁଜୁରାଟ ବିଧାନସଭା ନିର୍ବାଚନ(Gujurat Assembly elections) ପୁରା ଦେଶର ରାଜନୀତିକୁ ସରଗରମ କରିଦେଇଥିଲା । ବର୍ଷର ପ୍ରଥମ ପାଖାପାଖି ୮ ରୁ ୧୦ ମାସ ଗୁଜୁରାଟ ନିର୍ବାଚନକୁ ନେଇ କ୍ଷମତାସୀନ ବିଜେପିର ଚାପ ବଢିବାରେ ଲାଗିଥିଲା । ରାଜନୈତିକ ମାହୋଲ, ପରିବେଶ ଓ ଚର୍ଚ୍ଚା ସମୀକରଣ ଆଦି ବିଜେପି (Bharatiya Janata Party ) ସପକ୍ଷରେ ନଥିଲା । ୨୭ ବର୍ଷର କ୍ଷମତାସୀନ ବିଜେପି ପାଇଁ ଏହା ବଡ ଆହ୍ବାନ ଥିଲା । ମୋଦି-ଶାହଙ୍କ ଗୃହରାଜ୍ୟରେ ବିଜେପିର ପ୍ରଦର୍ଶନ କଣ ହେବା ତାହା ସାରା ଦେଶର ନଜର ଥିଲା । ବିଜେପିର ଏହି ଆଶା ଆଶଙ୍କାରେ ନକଲି ମଦ ମୃତ୍ୟୁ, ମୋରବୀ ଦୁର୍ଘଟଣା ଆହୁରି ବଳ ଯୋଗାଇଥିଲା । ପୁଣି ଟିକେଟ ବଣ୍ଟନ ପରେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନେଇ ଦଳୀୟ ନେତୃତ୍ବ ଆହୁରି ସଂକଟରେ ଫସିଗଲା । ହେଲେ ମୋଦି-ଶାହଙ୍କ ଯୋଡି ଆଗରେ କୌଣସି ମାହୋଲ କାମ ଦେଲା ନାହିଁ । ସରକାରୀକୁ ବିରୋଧୀ ଝଡ ମାଡ ହେବା ତ ଦୂରର କଥା, ଝଡ ସୃଷ୍ଟିହେବାକୁ ବି ବଳ କି ସୁଯୋଗ ପାଇଲା ନାହିଁ । ୨୭ ବର୍ଷ ସରକାରୀ ବିରୋଧୀ ମାହୋଲ ବଦଳରେ ୨୭ ବର୍ଷ ବିକାଶ ଭାରିପଡିଲା । ‘ବ୍ରାଣ୍ଡ ମୋଦି’ ଆଗରେ ବିଜେପି ବିରୋଧୀ ଶକ୍ତି ପୁରା ସଫା ହୋଇଗଲା ।

ଏହାବି ପଢନ୍ତୁ- ଗୁଜୁରାଟରେ ବିଜୟ ମୁହାଁ ବିଜେପି: ହତାଶ କଂଗ୍ରେସ, ବିଧାନସଭାରେ ପ୍ରଥମ ଥର ଏଣ୍ଟ୍ରି ମାରିବ ଆପ୍ !

‘ବ୍ରାଣ୍ଡ ମୋଦି’ ଚମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ହେଉଛନ୍ତି ଗୁଜୁରାଟୀଙ୍କ (Gujurat people) ସ୍ବାଭିମାନ । ମୋଦିଙ୍କୁ ନେଇ ପ୍ରତ୍ୟେକ ଗୁଜୁରାଟୀ ଗର୍ବ କରିଥାନ୍ତି । ମୋଦିଙ୍କ ବିରୋଧରେ କଂଗ୍ରେସର ତମାମ ଅପପ୍ରଚାର ଅପଶବ୍ଦ ପ୍ରୟୋଗକୁ ଗୁଜୁରାଟୀ ଗ୍ରହଣ କରିନାହଁନ୍ତି । ନିଜ ଭୂମିପୂତ୍ର (Bhumiputra) ଙ୍କ ଅପମାନ ଗୁଜୁରାଟୀ ଗ୍ରହଣ କରିବା ସ୍ଥିତିରେ ନଥିଲେ । ଯାହାର ଜବାବ ଭୋଟରେ ଦେଇଛନ୍ତି ଭୋଟର । ରାଜ୍ୟରେ ପଞ୍ଚାୟତ ଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନରେ ବ୍ରାଣ୍ଡ ମୋଦି ବିରୋଧୀଙ୍କ ଉପରେ ଭାରି ପଡୁଛି । ଏହାର ଅର୍ଥ କୌଣସି ସ୍ଥିତିରେ ମଧ୍ୟ ନିଜ ଭୂମିପୁତ୍ର ନିଜ ସ୍ବାଭିମାନ ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ଛାଡିବେ ନାହିଁ ଗୁଜୁରାଟୀ ।

ମୋଦିଙ୍କ ହାଇଟେକ ପ୍ରଚାର

ଗୁଜୁରାଟ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ୫୦ କିମି ରୋଡ ଶୋ ଆୟୋଜିତ ହୋଇଥିଲା (Pm Modi Holds 50 km long mega Roadshow in Ahmedabad) । ଯାହାର ସିଧା ସଳଖ ପ୍ରଭାବ ଅହମ୍ମଦାବାଦ ସହ ଆଖପାଖ ଜିଲ୍ଲାରେ ପଡିଥିଲା । ଆଉ ନିର୍ବାଚନୀ ଫାଇଦା ସିଧା ବିଜେପି ସପକ୍ଷରେ ଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବିଜେପି ନିର୍ବାଚନ ପ୍ରଚାର ପାଇଁ ବୃହତ ଟିମ କରିଥିଲା । ପୁରା ରାଜ୍ୟରେ ଯୋଜନାବଦ୍ଧ ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ କରିଥିଲା । କେଉଁଠି ସାଧାରଣ ସଭା, କେଉଁଠି ରୋଡ ଶୋ ପୂର୍ବ ଯୋଜନା ଅନୁସାରେ ହୋଇଥିଲା । କଂଗ୍ରେସର କୌଣସି ପ୍ରଭାବଶାଳୀ କେନ୍ଦ୍ରୀୟ ନେତା ସିଧାସଳଖ ଗୁଜୁରାଟ ମୈଦାନକୁ ଓହ୍ଲାଇଲେ ନାହିଁ । ଆମ ଆଦମୀ ପାର୍ଟି ବ୍ରାଣ୍ଡ ମୋଦି ଆଗରେ ପ୍ରଭାବ ତ ଦୂରର କଥା ସାମନ୍ୟ ଲଢେଇରେ ନଥିଲା ।

ଏହାବି ପଢନ୍ତୁ- Gujarat Assembly Result: ୨୧ଟି ଆସନରେ ବିଜେପିର ବାଜିମାତ, ଖାତା ଖୋଲିଲା ଆପ୍‌

ଗତ ୨୦୧୭ ବିଧାନସଭା ନିର୍ବାଚନ (Assembly Elections 2017) ରେ ପଟିଦାର ଆନ୍ଦୋଳନ ପାଇଁ ସୌରାଷ୍ଟ୍ର ରିଜନ (Saurashtra Region) ରେ ବିଜେପିକୁ ବଡ କ୍ଷତି ହୋଇଥିଲା । ପଟିଦାରଙ୍କ ସମ୍ପ୍ରଦାୟର ଅସନ୍ତୋଷ ଅଧିକ ସୌରାଷ୍ଟ୍ର ରିଜନରେ ପଡିଲା । ଯାହାର ଫଳ ଦଳ ମାତ୍ର ୯୯ ଆସନରେ ସୀମିତ ହୋଇଗଲା । ୨୦୧୭ ବିଧାନସଭା ପରେ ପରେ ପଟିଦାର ସମ୍ପ୍ରଦାୟର ସମସ୍ୟା ସାଧନ ପାଇଁ ବିଜେପି ଜୋର ଦେବାରେ ଲାଗିଲା । ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରି ପଟିଦାର ସମ୍ପ୍ରଦାୟରୁ ଆସୁଥିବା ଭୂପେନ୍ଦ୍ର ପଟେଲଙ୍କୁ ଦଳ ମୁଖ୍ୟମନ୍ତ୍ରୀ କଲା । ନିର୍ବାଚନରେ ୪୨ ଟି ଆସନ ପଟିଦାର ସମ୍ପ୍ରଦାୟ ଦଳୀୟ ନେତାଙ୍କୁ ଟିକେଟ ଦେଲା । ଯାହାର ଫଳ ଏବେ ବିଜେପିକୁ ମିଳିଛି । ଦଳ ନୂଆ ଇତିହାସ ରଚିବାକୁ ଯାଉଛି । ସୌରାଷ୍ଟ୍ର ରିଜନରେ ବିଜେପି କଂଗ୍ରେସକୁ ପୁରା ସଫା କରିଦେଇଛି ।

ଚଳିତ ନିର୍ବାଚନରେ ବିଜେପି ସହ ସିଧାସଳଖ ଲଢେଇରେ କୌଣସି ଦଳ ନଥିଲେ । କଂଗ୍ରେସ କେନ୍ଦ୍ରୀୟ ନେତା ହାତଟେକି ଦେବା ପରେ, ସ୍ଥାନୀୟ ନେତା ନିଜ ନିଜ ଅଞ୍ଚଳରେ ସୀମିତ ରହିଗଲେ । ଆମ ଆଦମୀ ପାର୍ଟି ମୁଖ୍ୟ କେଜ୍ରିୱାଲ ରାଜ୍ୟରେ ଖୁବ ରାଲି, ରୋଡ ଶୋ କରିଥିଲେ ମଧ୍ୟ ଏହାର ପ୍ରଭାବ କୌଣସି ଭୋଟର ଉପରେ ପଡିନଥିଲା । ବିଜେପିର ବିଦ୍ରୋହୀ ପ୍ରାର୍ଥୀ ମଧ୍ୟ ବିରୋଧୀଙ୍କ ପରି ବ୍ରାଣ୍ଡ ମୋଦି ଆଗରେ ମୈଦାନରୁ ସଫା ହୋଇଗଲେ ।

ଏହାବି ପଢନ୍ତୁ- ପ୍ରଚଣ୍ଡ ବହୁମତ ଦିଗରେ ବିଜେପି, ଘାଟଲୋଡିଆରୁ ଜିତିଲେ ମୁଖ୍ଯମନ୍ତ୍ରୀ ଭୂପେନ୍ଦ୍ର ପଟେଲ

ରାଜ୍ୟରେ ବ୍ରାଣ୍ଡ ମୋଦିର ଜବରଦସ୍ତ ପ୍ରଭାବ ରହିଛି । ପୁରା ରାଜ୍ୟ ମୋଦିମୟ ହୋଇଯାଇଛି । ବିଜେପିକୁ କ୍ଷମତାଚ୍ୟୁତତ ଦୂରର କଥା ବିଜେପି ସହ ସିଧା ସଳଖ ଲଢେଇ ପାଇଁ କୌଣସି ନେତା କିମ୍ବା ଦଳ ମୈଦାନରେ ନଥିଲେ । ମୋଦିଙ୍କ ନେତୃତ୍ବ ଶାହଙ୍କ ରଣନୀତି ବଳରେ ଦ୍ବାରକାରୁ ଗୋଧ୍ରା- ସୋମନାଥରୁ ଆମ୍ବାଜୀ ଉଡିଛି ଭଗୱା । କାମ ଦେଇନାହିଁ ସରକାରୀ ବିରୋଧୀ ହାୱା ।

ଶେଷ ଖବର ସୁଦ୍ଧା ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳାରେ ଭାରତୀୟ ଜନତା ପାର୍ଟି ୮୫ ଟି ଆସନରେ ବିଜୟୀ ହୋଇଥିବା ବେଳେ, ୭୦ ରୁ ଅଧିକ ଆସନରେ ଆଗୁଆ ଚାଲିଛି । ସେହିପରି କଂଗ୍ରେସ ୪ ଟି ଆସନରେ ଜିତିଥିବା ବେଲେ, ୧୫ ଟି ଆସନରେ ଆଗୁଆ ରହିଛି । ଆମ ଆଦମୀ ପାର୍ଟି ମଧ୍ୟ ୨ ଟି ଆସନରେ ବିଜୟୀ ହୋଇଥିବା ବେଳେ ୩ ଟି ଆସନରେ ଆଗୁଆ ରହିଛି । ଅନ୍ୟାନ୍ୟ ଦଳ ୨ ଟି ଆସନରେ ବିଜୟୀ ହୋଇଥିବା ବେଳେ ଗୋଟିଆ ଆସନରେ ଆଗୁଆ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.