ETV Bharat / bharat

Gujarat Assembly Result: ସରିଲା ଗଣତି, ୧୫୦ ଆସନରେ ବିଜେପିର ଆଧିପତ୍ୟ

author img

By

Published : Dec 8, 2022, 8:02 AM IST

Updated : Dec 8, 2022, 4:50 PM IST

Gujarat Assembly Result
Gujarat Assembly Result

16:44 December 08

ସରିଲା ଭୋଟ ଗଣତି, ୧୫୦ ଆସନ କବଜ କଲା ବିଜେପି

ଗୁଜୁରାଟରେ ସରିଲା ଭୋଟ ଗଣତି । ଆସନ ବଳବଳତର ରଖିଲା ବିଜେପି । ୧୮୨ ଆସନରୁ ୧୫୦ ଆସନ କବଜ କଲା ବିଜେପି । କଂଗ୍ରେସ ମାତ୍ର ୧୫ଟି ଆସନ ଅକ୍ତିଆର କରିଥିବା ବେଳେ ଆପ ଓ ଅନ୍ୟାନ୍ୟ ଦଳ ୪ଟି ଲେଖାଏଁ ଆସନରେ ବାଜିମାତ କରିଛନ୍ତି ।

16:09 December 08

ଗୁଜୁରାଟରେ ଜାରି ରହିଛି ଭୋଟ ଗଣତି, ୧୬୮ ଆସନର ଫଳାଫଳ ସ୍ପଷ୍ଟ

ଗୁଜୁରାଟରେ ଜାରି ରହିଛି ଭୋଟ ଗଣତି । ୧୬୮ ଆସନର ଫଳାଫଳ ସ୍ପଷ୍ଟ ହୋଇଥିଲା ବେଳେ ଆଉ ମାତ୍ର ୧୪ଟି ଆସନର ଫଳାଫଳ ବାକି ରହିଛି । ବିଜେପି ୧୪୬ଟି ଆସନ ଅକ୍ତିଆର କରିଛି ।

15:29 December 08

୧୪୦ଟି ଆସନରେ ବିଜେପିର ବାଜିମାତ

ଗୁଜୁରାଟରେ ୧୪୦ଟି ଆସନରେ ବିଜେପିର ବାଜିମାତ । ୧୦ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୪ଟି ଆସନ ଆପ ଦଖଲରେ ।

15:04 December 08

ଖମ୍ବାଲିଆ ଆସନରୁ ହାରିଗଲେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ , ବିଜେପି ମାରିଲା ବାଜି

ଗୁଜୁରାଟରେ ଖମ୍ବାଲିଆ ଆସନରେ ହାରିଗଲେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭି । ବିଜୟ ହେଲେ ବିଜେପି ପ୍ରାର୍ଥୀ ମୁଲିଭାଇ ବେରାଙ୍କ ।

14:51 December 08

ବିଜୟୀ ହେବା ପୂର୍ବରୁ ଜାମନଗରରେ ରୋଡ ଶୋ କଲେ ଜାଡେଜାଙ୍କ ପତ୍ନୀ

  • #GujaratAssemblyPolls | BJP candidate from Jamnagar North, Rivaba Jadeja holds a roadshow in Jamnagar, along with her husband and cricketer Ravindra Jadeja.

    As per official EC trends, she is leading with a margin of 50,456 votes over AAP candidate Karshanbhai Karmur. pic.twitter.com/TgnDKGJB9Z

    — ANI (@ANI) December 8, 2022 " class="align-text-top noRightClick twitterSection" data=" ">

ଜାମନଗର ଉତ୍ତର ବିଧାନସଭା ଆସନରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ରିଭାବା ଜାଡେଜା । ୫୦ହଜାର ଭୋଟ ଆଗରେ ରହିଛନ୍ତି କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ । ବିଜୟୀ ହେବା ପୂର୍ବରୁ ସ୍ବାମୀଙ୍କ ସହ କଲେ ରୋଡ ଶୋ ।

14:32 December 08

୧୩୦ଟି ଆସନରେ ବିଜେପି ବାଜିମାତ

ଗୁଜୁରାଟରେ ଜାରି ରହିଛି ଭୋଟ ଗଣତି । ୨୬ ଆସନରେ ଲିଡ କରୁଥିବା ବେଳେ ୧୩୦ଟି ଆସନରେ ବିଜେପି ବାଜିମାତ କରିଛି । ସେହିପିର କଂଗ୍ରେସ ଖାତାକୁ ଯାଇଛି ମାତ୍ର୭ ଟି ଆସନ । ଆପ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୪ଟି ଆସନରେ ବିଜୟୀ ହୋଇଛନ୍ତି ।

13:51 December 08

୧୦୬ଟି ଆସନରେ ବିଜେପିର ବାଜିମାତ

ଗୁଜୁରାଟରେ ବିଜୟ ମୁହାଁ ବିଜେପି । ୧୦୬ଟି ଆସନରେ ବିଜେପିର ବାଜିମାତ । ୫ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୩ଟି ଆସନ ଆପ ଦଖଲରେ ।

13:07 December 08

୬୪ଟି ଆସନରେ ବିଜେପିର ବାଜିମାତ, ଖାତା ଖୋଲିଲା ଆପ

ଗୁଜୁରାଟରେ ଜାରି ରହିଛି ଭୋଟ ଗଣତି । ୯୩ ଆସନରେ ଲିଡ କରୁଥିବା ବେଳେ ୬୪ଟି ଆସନରେ ବିଜେପି ବାଜିମାତ କରିଛି । ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୩ଟି ଆସନ । ଆପ ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।

12:17 December 08

୨୧ଟି ଆସନରେ ବିଜେପିର ବିଜୟ, ଖାତା ଖୋଲି ପାରିନି ଆପ୍

ଗୁଜୁରାଟରେ ଆଗେଇ ଚାଲିଛି ବିଜେପି । ୧୩୩ ଆସନରେ ଲିଡ କରୁଥିବା ବେଳେ ୨୧ଟି ଆସନରେ ବିଜେପିର ବିଜୟ । ଗୋଟିଏ ଆସନ ଜିତି ପଛରେ ରହିଛି କଂଗ୍ରେସ । ଆପ ହାତକୁ ଏପର୍ଯ୍ୟନ୍ତ ଯାଇପାରିନି ଗୋଟିଏ ବି ସିଟ୍ ।

11:42 December 08

୧୪ଟି ଆସନରେ ବିଜେପିର ବାଜିମାତ

ଗୁଜୁରାଟରେ ଜାରି ରହିଛି ଭୋଟ ଗଣତି । ୧୪୧ ସିଟରେ ବିଜେପି ଆଗରେ ରହିଥିବା ବେଳେ ୧୪ଟି ବିଧାନସଭା ଆସନରେ ବିଜେପିର ବାଜିମାତ । ସେହିପରି ୧୫ ଆସନରେ କଂଗ୍ରେସ ଆଗରେ ରହିଥିବା ବେଳେ ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହୋଇଛି । ଆପ ବର୍ତ୍ତମାନ ୪ଟି ଆସନରେ ଲିଡ କରୁଛି ।

11:28 December 08

୧୩ଟି ଆସନରେ ବିଜେପିର ବାଜିମାତ, ଖାତା ଖୋଲି ପାରିନି ଆପ୍

ଗୁଜୁରାଟରେ ଜାରି ରହିଛି ଭୋଟ ଗଣତି । ୧୪୪ ସିଟରେ ବିଜେପି ଆଗରେ ରହିଥିବା ବେଳେ ୧୩ଟି ବିଧାନସଭା ଆସନରେ ବିଜେପିର ବାଜିମାତ । ସେହିପରି ୧୫ ଆସନରେ କଂଗ୍ରେସ ଆଗରେ ରହିଥିବା ବେଳେ ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହୋଇଛି । ଆପ ବର୍ତ୍ତମାନ ୮ଟି ଆସନରେ ଲିଡ କରୁଛି ।

11:18 December 08

୪ଟି ଆସନରେ ବିଜେପିର ବାଜି ମାତ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ବିଜୟୀ

ଗୁଜୁରାଟରେ ଜାରି ରହିଛି ଭୋଟ ଗଣତି । ୪ଟି ଆସନରେ ବିଜେପିର ବାଜି ମାତ । ଏଲିସ୍ ବ୍ରିଜ୍ ଆସନରୁ ଅମିତାଭାଇ ଶାହା ବିଜୟୀ ହୋଇଥିବା ବେଳେ ଘାଟଲୋଦିଆରୁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ବିଜୟୀ ହୋଇଛନ୍ତି । ସେହିପରି ଜାଲାଲପୁରରେ ରମେଶଭାଇ ପଟେଲ ଓ ଜାମଲପୁର ଖଡିଆରେ ଇମ୍ରାନ ଖେଡାଓ୍ବାଲା ବିଜୟୀ ହୋଇଛନ୍ତି ।

10:52 December 08

୧୫୨ ସିଟରେ ଲିଡ କରୁଛି ବିଜେପି

ଗୁଜୁରାଟରେ ଜାରି ରହିଛି ଭୋଟ ଗଣତି । ୧୫୨ ସିଟରେ ବିଜେପି ଲିଡ କରୁଥିବା ବେଳେ ୧୯ ସିଟରେ କଂଗ୍ରେସ ଲିଡ କରୁଛି । ସେହିପରି ୭ଟି ସିଟରେ ଆପ ଆଗରେ ରହିଛି । ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୪ ଆସନରେ ଆଗରେ ରହିଛନ୍ତି ।

10:34 December 08

୭ ହଜାର ଭୋଟରେ ଆଗୁଆ ବିଜେପି ପ୍ରାର୍ଥି ହାର୍ଦ୍ଦିକ ପଟେଲ

ବିରାମଗାମ ବିଧାନସଭା ଆସନରେ ୭ହଜାର ଭୋଟରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥି ହାର୍ଦ୍ଦିକ ପଟେଲ ।

10:34 December 08

ଗୋଦ୍ରା ନିର୍ବାଚନମଣ୍ଡଳୀରେ ଆଗରେ ବିଜେପି ପ୍ରାର୍ଥୀ

ଗୁଜୁରାଟ ବିଧାନସଭା ନିର୍ବାଚନ ଭୋଟ ଗଣତିରେ ଆଗେଇ ଚାଲିଛି ବିଜେପି । ଗୋଦ୍ରାଠାରେ 13,000 ରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ଶେହରା, କାଲୋଲ ଏବଂ ମୋରଭା ହଦାଫ ନିର୍ବାଚନମଣ୍ଡଳୀରେ ଆଗରେ ବିଜେପି ପ୍ରାର୍ଥୀ

10:14 December 08

୧୫୦ ସିଟରେ ଆଗରେ ବିଜେପି, କଚ୍ଛପ ଗତିରେ କଂଗ୍ରେସ

ଗୁଜୁରାଟରେ ତୀବ୍ର ବେଗରେ ଆଗେଇ ଚାଲିଛି ବିଜେପି । ୧୫୦ ସିଟରେ ବିଜେପି ଆଗରେ ରହିଥିବା ବେଳେ ୨୩ ସିଟରେ କଂଗ୍ରେସ ଆଗରେ ରହିଛି । ସେହିପରି ୫ଟି ସିଟରେ ଆପ ଆଗରେ ରହିଛି । ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୪ଟି ଆସନରେ ଲିଡ କରୁଛନ୍ତି ।

10:03 December 08

ଜାମନଗର ଉତ୍ତରରେ ଆଗୁଆ ଜାଡେଜାଙ୍କ ପତ୍ନୀ ରିଭାବା

ଗୁଜୁରାଟରେ ଆଗେଇ ଚାଲିଛି ବିଜେପି । ଜାମନଗର ଉତ୍ତରରେ ଲିଡ କରୁଛନ୍ତି ବିଜେପି ପ୍ରାର୍ଥୀ ରିଭାବା ଜାଡେଜା ।

09:55 December 08

ଗୁଜୁରାଟରେ ୧୪୪ ସିଟରେ ଆଗୁଆ ବିଜେପି

ଗୁଜୁରାଟରେ ଆଗେଇ ଚାଲିଛି ବିଜେପି । ୧୪୪ ସିଟରେ ବିଜେପି ଆଗରେ ରହିଥିବା ବେଳେ ୨୫ ସିଟରେ କଂଗ୍ରେସ ଆଗରେ ରହିଛି । ସେହିପରି ୧୦ଟି ସିଟରେ ଆପ ଆଗରେ ରହିଛି । ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୩ଟି ଆସନରେ ଲିଡ କରୁଛନ୍ତି ।

09:54 December 08

ଘାଟଲୋଡିଆରେ ଲିଡ କରୁଛନ୍ତି ଭୁପେନ୍ଦ୍ର ପଟ୍ଟେଲ

ଅହମ୍ମଦାବାଦରେ ଘାଟଲୋଡିଆରେ ୧୩ହଜାର ୫ଶହ ଭୋଟରେ ଆଗରେ ରହିଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭୁପେନ୍ଦ୍ର ପଟ୍ଟେଲ ।

09:40 December 08

ଜାମନଗର ରୁରାଲରେ ଆଗେର ବିଜେପି, ମାଣ୍ଡଭିରେ ଲିଡ କରୁଛି ଆପ୍

୩୭ଟି କେନ୍ଦ୍ରରେ ଜାରି ରହିଛି ଭୋଟ ଗଣତି । ଜାମନଗର ରୁରାଲରେ ବିଜେପି ପ୍ରାର୍ଥୀ ରାଘବଜି ପଟ୍ଟେଲ ଆଗରେ ରହିଛନ୍ତି । ସେହିପରି ମାଣ୍ଡଭିରେ ଆପର ପ୍ରାର୍ଥୀ ସୟାନବେନ ଗମତି ଆଗରେ ରହିଛନ୍ତି ।

09:27 December 08

ମୋରବି ବିଧାନସଭା ଆସନରେ ଆଗରେ କଂଗ୍ରେସ

ଗୁଜୁରାଟରେ ଜାରି ରହିଛି ଭୋଟ ଗଣତି । ମୋରବି ବିଧାନସଭା ଆସନରେ ଆଗରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ଜୟନ୍ତୀ ପଟ୍ଟେଲ ।

09:26 December 08

ବିରାମଗାମ ବିଧାନସଭା ଆସନରେ ଆଗରେ ବିଜେପି

ବିରାମଗାମ ବିଧାନସଭା ଆସନରେ ବିଜେପି ପ୍ରାର୍ଥି ହାର୍ଦ୍ଦିକ ପଟ୍ଟେଲ ଆଗରେ ।

09:06 December 08

୧୨୦ ଆସନରେ ଆଗରେ ରହିଛି ବିଜେପି

ଗୁଜୁରାଟରେ ଜାରି ରହିଛି ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ବିଜେପି ୧୨୦ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ୨୫ଟି ଆସନରେ ଆଗରେ ରହିଛି । ସେହିପରି ୧୧ଟି ଆସନରେ ଆଗରେ ରହିଛି ଆପ୍ । ଅନନ୍ୟା ଦଳ ୬ଟି ସିଟରେ ଆଗରେ ରହିଛନ୍ତି ।

08:59 December 08

ଜାମନଗର ଉତ୍ତର ବିଧାନସଭା ଆସନରେ ଆଗରେ ବିଜେପି

ଜାମନଗର ଉତ୍ତର ବିଧାନସଭା ଆସନରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ରିବାବା ଜାଡେଜା ।

08:59 December 08

ଗଉଭି ଖମ୍ବାଲିଆ ବିଧାନସଭା ଆସନରେ ଆଗରେ ଆପ୍

ଗଉଭି ଖମ୍ବାଲିଆ ବିଧାନସଭା ଆସନରେ ଆଗରେ ଆମ ଆଦମି ପାର୍ଟି । ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭି ଆଗରେ ରହିଥିବା ସୂଚନା ।

08:49 December 08

ଜାରି ରହିଛି ଭୋଟ ଗଣତି, ୧୦୬ଟି ସିଟରେ ଆଗରେ ବିଜେପି

37ଟି କେନ୍ଦ୍ରରେ ଜାରି ରହିଛି ଭୋଟ ଗଣତି । ୧୦୬ଟି ସିଟରେ ବିଜେପି ଆଗରେ ରହିଥିବା ବେଳେ ୪୩ଟି ସିଟରେ କଂଗ୍ରେସ ଆଗରେ ରହିଛି ।

08:16 December 08

ସରକାରୀ ବାଣିଜ୍ୟ କଲେଜରେ ଆରମ୍ଭ ହେଲା ଭୋଟ ଗଣତି

ଗାନ୍ଧୀନଗରର ସରକାରୀ ବାଣିଜ୍ୟ କଲେଜରେ ଆରମ୍ଭ ହେଲା ଭୋଟ ଗଣତି । ସୁରକ୍ଷା ଦୃଷ୍ଟିରୁ ସେଣ୍ଟରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

06:49 December 08

Gujarat Assembly Result: ୩୭ଟି କେନ୍ଦ୍ରରେ ଆରମ୍ଭ ହେଲା ଭୋଟ ଗଣତି

ଗାନ୍ଧୀନଗର: ଆଜି ଆସିବ ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ । ସକାଳ 8ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ରାଜ୍ୟରେ ମୋଟ 182 ଆସନ ପାଇଁ ମୋଟ 37କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି । 494 ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର, 182 ରିଟର୍ଣ୍ଣିଂ ଅଫିସର ଏବଂ 182 ଗଣନାକାରୀ ପର୍ଯ୍ୟବେକ୍ଷକ ଗଣନା ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି । ଭୋଟ ଗଣତିକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Last Updated :Dec 8, 2022, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.