ETV Bharat / bharat

AGR ବିବାଦ: ବକେୟା ପୈଠ ପାଇଁ ସମୟ ମାଗିଲେ ଟେଲିକମ କମ୍ପାନୀ

author img

By

Published : Feb 15, 2020, 11:37 PM IST

AGR ବିବାଦ: ବକେୟା ପିଇଠ କରିବାକୁ ସମୟ ମାଗିଲେ ଟେଲିକମ କମ୍ପାନୀ
AGR ବିବାଦ: ବକେୟା ପିଇଠ କରିବାକୁ ସମୟ ମାଗିଲେ ଟେଲିକମ କମ୍ପାନୀ

ଟେଲିକମ୍ୟୁନିକେଶନ ବିଭାଗକୁ ବକେୟା ଟଙ୍କା ଭରଣା କରିବାର ଡେଡ୍‌ଲାଇନ ସରିଯାଇଛି । ବକେୟା ପୈଠ ପାଇଁ ସମୟ ମାଗିଛନ୍ତି ଟେଲିକମ କମ୍ପାନୀ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଟେଲିକମ୍ୟୁନିକେଶନ ବିଭାଗକୁ ବକେୟା ଟଙ୍କା ଭରଣା କରିବାର ଡେଡ୍‌ଲାଇନ ସରିଯାଇଛି । ସମୟସୀମା ସରିବା ପରେ ଟେଲିକମ କମ୍ପାନୀଗୁଡିକ ପକ୍ଷରୁ ବୟାନ ସାମ୍ନାକୁ ଆସିଛି । ତେବେ ସରକାରଙ୍କୁ ଏଜିଆର ବକେୟା ଟଙ୍କା ଭରଣା କରିବାକୁ ପ୍ରସ୍ତାବ ଦେଇଛି ଟେଲିକମ କମ୍ପାନୀ ଭୋଡାଫୋନ-ଆଇଡିଆ । ଭୋଡାଫନ ପକ୍ଷରୁ ଜାରି ବୟାନ ଅନୁସାରେ ବର୍ତ୍ତମାନ ମୂଲ୍ୟାଙ୍କନ ଜାରି ରହିଛି । ତେବେ ଆଗାମୀ କିଛି ଦିନ ମଧ୍ୟରେ ଏହି ଟଙ୍କା ପୈଠ ହୋଇଯିବ ବୋଲି କହିଛି ଭୋଡାଫୋନ ।

ଭୋଡାଫନ-ଆଇଡିଆ କମ୍ପାନୀକୁ 50 ହଜାର କୋଟିରୁ ଅଧିକ ଟଙ୍କା ପୈଠ କରିବାକୁ ପଡିବ । ଏହି ଟଙ୍କା ପୈଠ କରିବାର ଡେଡେଲାଇନ ଶୁକ୍ରବାର ରାତି 12ଟାରେ ସରିଯାଇଛି । ଭୋଡାଫୋନ-ଆଇଡିଆ ବ୍ୟତିତ ଏୟାରଟେଲ ଓ ଅନ୍ୟ ଟେଲିକମ କମ୍ପାନୀଗୁଡିକୁ ମଧ୍ୟ ବକେୟା ଟଙ୍କା ଭରଣା କରିବାକୁ ପଡିବ ।

ପୂର୍ବରୁ ଭାରତୀ ଏୟାରଟେଲ ଶୁକ୍ରବାର 10 ହଜାର କୋଟି ଟଙ୍କା ଫେବୃଆରୀ 20 ସୁଦ୍ଧା ପୈଠ କରିବାକୁ କହିଥିଲା । ଏୟାରଟେଲ ଉପରେ ସରକାରଙ୍କର ପାଖାପାଖି 35 ହଜାର କୋଟି ଟଙ୍କା ବକେୟା ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.