ETV Bharat / bharat

4 ଆଇଏଏଫ ଅଧିକାରୀଙ୍କୁ ହତ୍ୟା ମାମଲା; 30 ବର୍ଷ ପରେ ୟାସିନ ମଲିକ ବିରୋଧରେ ମାମଲା ରୁଜୁ

author img

By

Published : Mar 17, 2020, 9:03 AM IST

4 IAF officer murder
4 ଆଇଏଏଫ ଅଧିକାରୀଙ୍କୁ ହତ୍ୟା ମାମଲା, 30 ବର୍ଷ ପରେ ୟାସିନ ମଲିକ ବିରୋଧରେ ମାମଲା ରୁଜୁ

4 ଆଇଏଏଫ ଅଧିକାରୀଙ୍କୁ ହତ୍ୟା ମାମଲାରେ ଦୀର୍ଘ 30 ବର୍ଷ ପରେ ଜେକେଏଲଏଫର ପ୍ରତିଷ୍ଠାତା ୟାସିନ ମଲିକ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଶ୍ରୀନଗର: 4 ଆଇଏଏଫ ଅଧିକାରୀଙ୍କୁ ହତ୍ୟା ମାମଲାରେ ଦୀର୍ଘ 30 ବର୍ଷ ପରେ ଜେକେଏଲଏଫର ପ୍ରତିଷ୍ଠାତା ୟାସିନ ମଲିକ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ସହିତ ଏହି ମାମଲାରେ ଅନ୍ୟ 6 ଜଣଙ୍କ ବିରୋଧରେ ମଧ୍ୟ ମାମଲା କରିବାକୁ ଟିଏଡିଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

1990ରେ ଶ୍ରୀନଗରରେ 4 ଜଣ ଆଏଏଫ(ଇଣ୍ଡିଆନ ଏୟାର ଫୋର୍ସ) ଅଧିକାରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପରିମାଣରେ ପ୍ରମାଣ ଥିବା ଦର୍ଶାଇ କୋର୍ଟ ଏହା କହିଛନ୍ତି । ସେପଟେ ତିହାର ଜେଲରେ ଥିବା ୟାସିନ ମଲିକ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ ଆଗରେ ହାଜର ହୋଇଥିବାବେଳେ ଏମାମଲାରେ ସେ ସମ୍ପୃକ୍ତ ନଥିବା କହି କୋର୍ଟରେ ଆଉ ଏକ ମାମଲା ରୁଜୁ କରିଛି । ଯାହାର ଶୁଣାଣି ମାର୍ଚ୍ଚ 30 ତାରିଖରେ ହେବ ବୋଲି କୁହାଯାଇଛି ।

ମଲିକ ହେଉଛି ଜମ୍ମୁକଶ୍ମୀର ଲିବରେସନ ଫ୍ରଣ୍ଟ(ଜେକେଏଲଏଫ)ର ପ୍ରତିଷ୍ଠାତା । ଯାହାକୁ 2019 ମାର୍ଚ୍ଚରେ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି । ତେବେ ମଲିକ ବର୍ତ୍ତମାନ 1989 ମସିହାରେ କେନ୍ଦ୍ରଗୃହମନ୍ତ୍ରୀ ମୁଫତି ମହମ୍ମଦ ସହିଦଙ୍କ ଝିଅଙ୍କୁ ଅପହରଣ କରିବା ମାମଲାରେ ତିହାର ଜେଲରେ ରହିଛି । ସୂଚନାଥାଉକି, 1990 ମସିହା ଜାନୁଆରୀ 25ରେ ରାୱଲପୋରା ଅଞ୍ଚଳରେ ଆଇଏଏଫ ଉପରକୁ ଫାୟାରିଂ କରାଯାଇଥିଲା ଯେଉଁଥିରେ 40 ଜଣ ଆହତ ହୋଇଥିବାବେଳେ 4 ଜଣ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.