ETV Bharat / bharat

ପ୍ରତିପକ୍ଷଙ୍କୁ ପରାସ୍ତ କରିବାରେ ମାହିର ରାଜନୈତିକ ଯାଦୁଗର ଅଶୋକ ଗେହଲଟ

author img

By

Published : Jul 14, 2020, 8:17 PM IST

Updated : Jul 14, 2020, 8:38 PM IST

ମୁଖ୍ୟମନ୍ତ୍ରୀ ଗେହଲଟ୍: ଜିତିଛନ୍ତି ଜନତାଙ୍କ ବିଶ୍ବାସ ଓ ଦଳୀୟ ଭରସା
ମୁଖ୍ୟମନ୍ତ୍ରୀ ଗେହଲଟ୍: ଜିତିଛନ୍ତି ଜନତାଙ୍କ ବିଶ୍ବାସ ଓ ଦଳୀୟ ଭରସା

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ । ରାଜନୀତିରେ ତାଙ୍କର 50 ବର୍ଷ ପାଖାପାଖି ଅଭିଜ୍ଞତା । 1971ରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୀତି ଜୀବନ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ସରଳ ଓ ସାଧାରଣ ବ୍ୟକ୍ତିତ୍ବ । ଲୋକଙ୍କ ପାଇଁ ସବୁବେଳେ ଉତ୍ସର୍ଗୀକୃତ । ସେବା ମନୋଭାବ । କର୍ମୀଙ୍କ ପ୍ରିୟ ଏବଂ ଜନତାଙ୍କ ଲୋକପ୍ରିୟ ନେତା । କେନ୍ଦ୍ରମନ୍ତ୍ରୀଠାରୁ ମୁଖ୍ୟମନ୍ତ୍ରୀ ସମସ୍ତ ପଦରେ ତାଙ୍କର ଅଭିଜ୍ଞତା । ରାଜନୀତିରେ ତାଙ୍କ ଚତ୍ମକାର ଗୋଟିଚାଳନା ଯୋଗୁଁ ତାଙ୍କୁ ରାଜନୈତିକ ଯାଦୁଗର କୁହାଯାଏ । ତାଙ୍କର ବୁଦ୍ଧି ଓ ଚାଲ ଆଗରେ ବିରୋଧୀ ହାର ମାନିଯାଇଛନ୍ତି । କଳେ ବଳେ କୌଶଳରେ କିପରି ବିରୋଧୀଙ୍କୁ ମାତ୍ ଦେଇ ହେବ ସେ ଭଲ ଭାବେ ଶିଖିଯାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଗେହଲଟ୍: ଜିତିଛନ୍ତି ଜନତାଙ୍କ ବିଶ୍ବାସ ଓ ଦଳୀୟ ଭରସା
ମୁଖ୍ୟମନ୍ତ୍ରୀ ଗେହଲଟ୍: ଜିତିଛନ୍ତି ଜନତାଙ୍କ ବିଶ୍ବାସ ଓ ଦଳୀୟ ଭରସା
ସେ ହେଉଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ । ରାଜନୀତିରେ ତାଙ୍କର 50 ବର୍ଷ ପାଖାପାଖି ଅଭିଜ୍ଞତା । 1971ରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୀତି ଜୀବନ । ଯେବେ ସେ ପୂର୍ବ ବେଙ୍ଗଲୀ ଶରଣାର୍ଥୀ ସଙ୍କଟ ସମୟରେ ରିଫ୍ୟୁଜି କ୍ୟାମ୍ପରେ କାର୍ଯ୍ୟ କରୁଥିଲେ । ତାଙ୍କ ସେବା ମନୋବୃତ୍ତିରେ ପ୍ରଭାବିତ ହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜନୀତିକୁ ଆମନ୍ତ୍ରଣ ଦେଇଥିଲେ । ପରେ ତାଙ୍କୁ ଭାରତୀୟ ଜାତୀୟ ଛାତ୍ର ପରିଷଦର ପ୍ରଥମ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଥିଲେ । ଯୋଧପୁରର ଜଣେ ଯାଦୁଗରଙ୍କ ପୁଅ ଥିଲେ ଗେହଲଟ୍ । ରାଜନୀତି ଜୀବନରେ ମଧ୍ୟ ସେ ଯାଦୁ ଦେଖାଇଥାନ୍ତି ବୋଲି ତାଙ୍କ ଅନୁଗାମୀ କହନ୍ତି । ସବୁବେଳେ ସେ କୌଶଳ ଓ ଚତୁରତାର ସହ ନିଷ୍ପତ୍ତି ନେଇଥାନ୍ତି ।ନେହେରୁ-ଗାନ୍ଧୀ ପରିବାରର ତିନି ପିଢି ସହ କାମ କରିଛନ୍ତି 69 ବର୍ଷିୟ ଅଶୋକ । ଇନ୍ଦିରା ଏବଂ ରାଜୀବ ଗାନ୍ଧୀଙ୍କ ଶାସନ ସମୟରେ ସେ କେନ୍ଦ୍ରମନ୍ତ୍ରୀ ଥିଲେ । ସେହିପରି ମନମୋହନ ସରକାର ଅମଳରେ ସେ ପର୍ଯ୍ୟଟନ, କ୍ରୀଡା, ବୟନ ଶିଳ୍ପ ଓ ବେସାମରିକ ମନ୍ତ୍ରଣାଳୟ ସମ୍ଭାଳିଥିଲେ । ଯଦିଚ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଅନେକ ଲୋକଙ୍କ ସହ ସମସ୍ୟା ଦେଖାଦେଇଥିଲା । ତେବେ ତାଙ୍କର ସ୍ବଳ୍ପଭାଷୀ, ସୁବ୍ୟବହାର, ସରଳ, ନମ୍ର ବ୍ୟକ୍ତିତ୍ବ ପାଇଁ ସେ ବର୍ଷ ବର୍ଷ ଧରି ଲୋକଙ୍କ ଦ୍ବାରା ଗ୍ରହଣୀୟ ହୋଇଛନ୍ତି । ସେ ସବୁବେଳେ କହନ୍ତି ମୁଁ ତମଠାରୁ ଦୂରରେ ନୁହେଁ । ଏଥିପାଇଁ ହିଁ ଜନତା ତାଙ୍କୁ ଅନେକ ଭଲ ପାଇବା ଦେବା ସହ ସାରା ରାଜ୍ୟର ଶାସନ ଭାର ସମ୍ଭାଳିବାର ଦାୟିତ୍ବ ଦେଇଛନ୍ତି । କଂଗ୍ରେସରେ ସେ ଜଣେ ଚତୁର ନେତା । ଦୀର୍ଘ ବର୍ଷ ଧରି ଦଳରେ ତାଙ୍କର ବିଶେଷ ସମ୍ମାନ ରହିଛି ।କଂଗ୍ରେସର ଆଭ୍ୟନ୍ତରୀଣ କାର୍ଯ୍ୟ ଓ ନୀତି ସେ ଭଲ ଭାବେ ବୁଝିଯାଇଛନ୍ତି । 1985ରେ ସେ ସର୍ବକନିଷ୍ଠ କଂଗ୍ରେସ ରାଜ୍ୟ ସଭାପତି ଭାବେ 34 ବର୍ଷ ବୟସରେ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ 13 ବର୍ଷ ଅପେକ୍ଷା ପରେ 1998ରେ 47 ବର୍ଷରେ ସେ ମୁଖ୍ୟମନ୍ତ୍ରୀ ବନିଥିଲେ । ଏବେ ସଚିନ ପାଇଲଟଙ୍କ ଭଳି ସେତେବେଳେ ଅଶୋକଙ୍କ ସାମନାରେ ଥିଲେ ଜଣେ ଭେଟରାନ ରାଜନେତା ପାରସରାମ ମାଦେର୍ନା । ରାଜସ୍ଥାନ ରାଜନୀତିରେ ଜାତି ଏକ ପ୍ରମୁଖ ଭୂମିକା ନେଇଥାଏ । 1998 ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ 150ଟି ସିଟରେ ବିଜୟୀ ହୋଇଥିଲା । ଜାଟ୍ ନେତା ପାରସରାମଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଛିଡା କରି କଂଗ୍ରେସ ଏଥିରେ ବିଜୟ ଲାଭ କରିଥିଲା । ଜାଟ୍ ସମ୍ପ୍ରଦାୟଙ୍କ ଦାବି ଯୋଗୁଁ ଦଳ ଏପରି ନିଷ୍ପତ୍ତି ନେଇଥିଲା । ହେଲେ ଗେହଲଟଙ୍କ ନିଷ୍ଠା ଏବଂ କାର୍ଯ୍ୟ ସହ ତାଙ୍କର ନେତୃତ୍ବ ନେବାର ଦକ୍ଷତା ଯୋଗୁଁ ତାଙ୍କୁ ଏହି ପଦବୀ ମିଳିଥିଲା ।ପାରସରାମ ଜଣେ ଅଭିଜ୍ଞ ନେତା ସହ ଜାଟ୍ ଲିଡର ଥିଲେ । ସେହିପରି ସେ ବିଧାନସଭାର ବିରୋଧୀ ଦଳ ନେତା ଥିଲେ । ହେଲେ ଗେହଲଟ୍ ଜଣେ ଯୁବ ଓ କଂଗ୍ରେସ ରାଜ୍ୟ ସଭାପତି ଥିଲେ ଯିଏ ଦଳୀୟ ହାଇକମାଣ୍ଡଙ୍କ ବିଶ୍ବାସ ଜିଣିଥିଲେ । ଏହାପରେ 2008 ବିଧାନସଭା ନିର୍ବାଚନ ସମୟରେ ଗେହଲଟ୍ ପୁଣି ବରିଷ୍ଠ ନେତା ସିପି ଯୋଶୀଙ୍କ ସହ ସଙ୍ଘର୍ଷ କରିଥିଲେ । ରାଜ୍ୟ କଂଗ୍ରେସ ସଭାପତି ଭାବେ ଯୋଶୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ । ହେଲେ ନିର୍ବାଚନରେ ମାତ୍ର ଗୋଟିଏ ଭୋଟରେ ପରାସ୍ତ ହୋଇଥିଲେ । ଫଳରେ ପୁଣିଥରେ ଗେହଲଟ୍ ମୁଖ୍ୟମନ୍ତ୍ରୀ ବନିଥିଲେ । ପୁଣିଥରେ ଜାଟ୍ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି ଉଠିଥିଲେ ମଧ୍ୟ ଗେହଲଟ୍ ବାଜି ମାରିନେଇଥିଲେ । ସରଳ ଭାଷୀ ଓ ମାପିଚୁପି କଥା କହୁଥିବା ତଥା ନିଜ ଶବ୍ଦର ଯାଦୁରେ ଲୋକଙ୍କ ମନ ଜିତୁଥିବା ଗେହଲଟ ରାଜନୀତିର କଳାରେ ବେଶ ନିପୁଣ । ମୁଖ୍ୟତଃ ଯେତେବେଳେ କଥା ଆସେ କଂଗ୍ରେସରେ ରହି ନିଜ ଦକ୍ଷତା ପ୍ରତିପାଦନର, ସେତେବେଳେ ନିଜ ଚତୁରତାର ପ୍ରମାଣ ଦେଇଛନ୍ତି ଗେହଲୋଟ । କେବଳ ସେତିକି ନୁହେଁ, କଂଗ୍ରେସର ଅନ୍ତରୀଣ ଅଙ୍କ କଷା ମଧ୍ୟ ତାଙ୍କୁ ବେଶ ଭଲ ଭାବେ ଜଣା । ପରାଶ୍ରମ ମାଡର୍ଣ୍ଣାଙ୍କ ବିରୋଧରେ ବାଜିମାତ:


1985 ମସିହାରେ ମାତ୍ର 34 ବର୍ଷ ବୟସରେ ସର୍ବକନିଷ୍ଠ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଜ ସ୍ଥାନ ସୁରକ୍ଷିତ କରିଥିଲେ ଗେହଲଟ । ହେଲେ ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କୁ ଦୀର୍ଘ 13 ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ଏହାପରେ 1998 ମସିହାରେ 49 ବର୍ଷୀଯ ଗେହଲଟ ବର୍ତ୍ତମାନର ଯୁବ ନେତା ସଚିନ ପାଇଲଟଙ୍କ ପରି ସେହି ସମୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବରିଷ୍ଠ ନେତା ପରାଶ୍ରମ ମାଡର୍ଣ୍ଣାଙ୍କ ବିରୋଧରେ ପ୍ରତିଦ୍ବନ୍ଦିତା କରିଥିଲେ । ଯାହାର ଫଳାଫଳର ରାଜସ୍ଥାନ ରାଜନୀତିରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ।

1998 ସଂସଦୀୟ ନିର୍ବାଚନରେ ଜାଟ୍‌ ନେତା ପରାଶ୍ରମ ମାଡର୍ଣ୍ଣାଙ୍କ ନେତୃତ୍ବରେ କଂଗ୍ରେସ 150ଟି ସିଟ୍‌ ଅକ୍ତିଆର କରିବାରେ ସଫଳ ହୋଇଥିଲା । ଏନେଇ ଜାଟମାନେ ମଧ୍ୟ ନିଜ ସମ୍ପ୍ରଦାୟର ଜଣଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ଦାବି କରିଥିଲେ । ହେଲେ ଶେଷରେ ବାଜିମାତ କରି ନେଇଥିଲେ ଅଶୋକ ଗେହଲଟ ।

ଗେହଲଟ ଓ ମାଡର୍ଣ୍ଣାଙ୍କ ମଧ୍ୟରେ ଲଢେଇ ଅତି କଡାକଡି ହୋଇଥିବା ବେଳେ ବିରୋଧୀ ଦଳ ନେତା ଭାବେ ମାଡର୍ଣ୍ଣା ନିଜ ପଦର ମଜା ଉଠାଇଥିଲେ । ଅପର ପକ୍ଷେ କଂଗ୍ରେସ ବରିଷ୍ଠ ନେତାଙ୍କ ବିଶ୍ବାସ ଜିତି ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭାବେ ପଦ ହାତେଇଥିଲେ ଗେହଲୋଟ ।

ଗେହଲଟ-ସି.ପି. ଜୋଶୀ ଫାଇଟ:

2008 ସଂସଦୀୟ ନିର୍ବାଚନରେ କଂଗ୍ରେସ ବରିଷ୍ଠ ନେତା ସି.ପି. ଜୋଶୀ ଓ ଗେହଲଟଙ୍କ ମଧ୍ୟରେ କଡାକଡି ଟକ୍କର ହୋଇଥିଲା । ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭାବେ ଜୋଶୀ ପ୍ରତିଯୋଗିତାରେ ଜଣେ ଦକ୍ଷ ପ୍ରତିଯୋଗି ଭାବେ ଉଭା ହୋଇଥିଲେ । ହେଲେ ମାତ୍ର ଗୋଟିଏ ଭୋଟରେ ତାଙ୍କୁ ପରାଜୟ ସ୍ବୀକାର କରିବାକୁ ପଡିଥିଲା । ଫଳରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବେ ସଫଳତାର ସହ ନିଜ ଦ୍ବିତୀୟ ପାଳି ଆରମ୍ଭ କରିଥିଲେ ଗେହଲଟ ।

ହେଲେ ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ସିସ ରାମ ଓଲା, ପୂର୍ବତନ ରାଜସ୍ଥାନ ବାଚସ୍ପତି ମାଡର୍ଣ୍ଣା ଓ ବିଧାୟକ ସୋନାରାମ ଜାଟ ସମ୍ପ୍ରଦାୟରୁ ଜଣେ ମୁଖ୍ୟମନ୍ତ୍ରୀ ଚୟନ କରିବା ପାଇଁ ଦାବି ଜାରି ରଖିଥିଲେ । ହେଲେ ସେମାନଙ୍କ ଦାବି ଆଜି ବି ଅଣଦେଖା ହୋଇ ରହିଛି ଓ ରାଜସ୍ଥାନରେ ନିଜ ରାଜନୀତିର ଯାଦୁ ଜାରି ରଖିଛନ୍ତି ଗେହଲୋଟ ।

Last Updated :Jul 14, 2020, 8:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.