ETV Bharat / bharat

ଜମ୍ମୁକାଶ୍ମୀରରେ ଲାଗୁ ହେବ ଆରଟିଆଇ: ଜିତେନ୍ଦ୍ର ସିଂହ

author img

By

Published : Jan 15, 2020, 1:23 PM IST

misnister-of-pmo-jitendra-singh-says-all-provision-of-rti-will-be-applicable-in-jammu-and-kashmir
ସୂଚନା ଅଧିକାର ନିୟମ ଜମ୍ମୁ କାଶ୍ମୀରରେ ଲାଗୁ ହେବ: ଜିତେନ୍ଦ୍ର ସିଂହ

ଗତ ବର୍ଷ ନୂତନ ଭାବେ ସୃଷ୍ଟି ହୋଇଥିବା କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକାଶ୍ମୀରରେ ସୂଚନା ଅଧିକାର ଆଇନ(ରାଇଟ ଟୁ ଇନଫରମେସନ ଆକ୍ଟ-ଆରଟିଆଇ) ଲାଗୁ କରାଯିବ ଯିବ କହିଛନ୍ତି ଉଦ୍ଧାମପୁର ସାଂସଦ ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ଦାୟିତ୍ବରେ ଥିବା ମନ୍ତ୍ରୀ ଜିତେନ୍ଦ୍ର ସିଂ।


ନୂଆଦିଲ୍ଲୀ: କାଶ୍ମୀର ଘାଟିରୁ 370 ଓ 35(ଏ) ଧାରାକୁ ହଟାଇବା ସହ ଗତବର୍ଷ ଏହାକୁ ଜମ୍ମୁକାଶ୍ମୀର ଏବଂ ଲଦାଖ ନାମରେ ଦୁଇଟି ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିଛନ୍ତି କେନ୍ଦ୍ର ସରକାର । ଏବେ ସେଠାରେ ଭାରତ ସରକାରଙ୍କ ଆଇନ ସିଧାସଳଖ ଭାବେ କାର୍ଯ୍ୟକାରୀ ହେବ । ଏହିକ୍ରମରେ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକାଶ୍ମୀରରେ ସୂଚନା ଅଧିକାର ଆଇନ(ରାଇଟ ଟୁ ଇନଫରମେସନ ଆକ୍ଟ-ଆରଟିଆଇ) ଲାଗୁ କରାଯିବ ଯିବ କହିଛନ୍ତି ଉଦ୍ଧାମପୁର ସାଂସଦ ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ଦାୟିତ୍ବରେ ଥିବା ମନ୍ତ୍ରୀ ଜିତେନ୍ଦ୍ର ସିଂ ।


କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହେବା ପରେ ଜମ୍ମୁ ଓ କାଶ୍ମୀରର ଆରଟିଆଇ ପତ୍ର କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ପାଖରେ ରହିଛି। ଏନେଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଛନ୍ତି ଆୟୋଗ । ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରାଯିବ ଓ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଆରଟିଆଇକୁ କାର୍ଯ୍ୟକାରୀ କରାଯିବ । ଯଦି କୌଣସି ସରକାରୀ କାର୍ଯ୍ୟ ବାବଦରେ ଲୋକେ ଜାଣିବାକୁ ଚାହାଁନ୍ତି, ତାହେଲେ ସେମାନେ ଆରଟିଆଇ ମାଧ୍ୟମରେ ଆବେଦନ କରିପାରିବେ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.