ETV Bharat / bharat

ଲକଡାଉନ ଅମାନିଆଙ୍କୁ ଅଖା ପିନ୍ଧାଇଲା କର୍ଣ୍ଣାଟକ ପୋଲିସ

author img

By

Published : Apr 24, 2020, 11:26 AM IST

karnataka-police
ଲକଡାଉନ ଅମାନିଆଙ୍କୁ ଅଖା ପୋଷାକ ପିନ୍ଧେଇଲା କର୍ଣ୍ଣାଟକ ପୋଲିସ

ଲକଡାଉନ ଉଲ୍ଲଙ୍ଘନକାରୀଙ୍କୁ ଅଖା ପିନ୍ଧାଇଲା କର୍ଣ୍ଣାଟକ ପୋଲିସ। ଯେଉଁମାନେ ବିନା କାରଣରେ ବାହାରେ ବୁଲୁବାକୁ ଆସୁଛନ୍ତି ସେମାନଙ୍କୁ ଏହପରି ଭାବେ ଦଣ୍ଡ ଦିଆଯାଇଛି। ଅଧିକ ଖବର ପଢନ୍ତୁ...

ବେଙ୍ଗାଲୁର: କୋରୋନା ଭାଇରସ ପାଇଁ ସାରା ଦେଶ ଲକଡାଉନ। ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହେଲାଣି । ଏନେଇ ଯେତେ ନିୟମ କଡାକଡି କଲେ ମଧ୍ୟ ଲୋକମାନେ ମାନିବାକୁ ନାରାଜ। ବାହାରେ କିଛି ଜରୁରୀ କାମଧନ୍ଦା ନଥିଲେ ମଧ୍ୟ ଘରୁ ବାହାରୁଛନ୍ତି। ତେବେ ବାହାରେ ବୁଲୁଥିବା ଅମାନିଆଁକୁ ସାବାଡ କରିବାକୁ କର୍ଣ୍ଣାଟକ ପୋଲିସ ଏକ ଅଭିନବ ଉପାୟ ଆପଣାଇଛନ୍ତି।

ସୂଚନା ଥାଉକି, ଯେଉଁମାନେ ଲକଡାଉନ ନିୟମ ଭାଙ୍ଗି ବାହାରେ ବୁଲୁଛନ୍ତି ସେମାନଙ୍କୁ ଝୋଟ ଅଖାରେ ତିଆରି ପୋଷାକ ପିନ୍ଧିବାକୁ ଦଣ୍ଡ ସ୍ବରୂପ ଦିଆଯାଉଛି। ଏହି ଦୃଶ୍ୟ କର୍ଣ୍ଣାଟକ ଜିଲ୍ଲା କପାଲ ଜିଲ୍ଲାର ଅଶୋକା ସର୍କଲ ଅଞ୍ଚଳରେ ଦେଖିବାକୁ ମିଳିଛି।

ଏହି ଦଣ୍ଡର ଏକ ବାର୍ତ୍ତା ହେଉଛି, " ଲୋକମାନେ ଜାଣିବା ଦରକାର ଯେଉଁ କୋଭିଡ ଯୋଦ୍ଧାମାନେ ବିଭିନ୍ନ ଅସୁବିଧା ସମ୍ମୁଖୀନ ହୋଇ କୋରୋନା ରୋଗୀଙ୍କ ସେବା କରୁଛନ୍ତି। ଏହାସହ ଡାକ୍ତରମାନେ କୋରୋନା ପଜିଟିଭ ରୋଗୀଙ୍କ ସେବା କରିବା ସମୟରେ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ PPE ବ୍ୟବହାର କରୁଛନ୍ତି। ଯାହାକୁ ପିନ୍ଧି ଦିନସାରା କାର୍ଯ୍ୟ କରିବା ବହୁତ କଷ୍ଟ ସାଧ୍ୟ୍ୟ। ତେଣୁ ବିନା କାରଣରେ ଯେଉଁମାନେ ବାହାରକୁ ବାହାରୁଛନ୍ତି ସେମାନେ ଦଣ୍ଡ ଭାବରେ ମଇଦା ଅଖାରୁ ତିଆରି ପୋଷାକ ପିନ୍ଧିବା ଜରୁରୀ।

ଲକଡାଉନ୍ ଭାଙ୍ଗିଥିବା ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ, " ଆମେ ଏହି ଅଖା ପୋଷାକକୁ 15 ମିନିଟ୍ ପର୍ଯ୍ୟନ୍ତ ମଧ୍ୟ ପିନ୍ଧି ପାରିଲୁ ନାହିଁ। ପୋଲିସ୍ ଏବଂ ଡାକ୍ତରମାନେ ଆମକୁ ବଞ୍ଚାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଦୟାକରି ଅନାବଶ୍ୟକ ଭାବରେ ବାହାରକୁ ଆସନ୍ତୁ ନାହିଁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.