ETV Bharat / bharat

ଆତ୍ମହତ୍ୟା କଲେ ଗୋଟିଏ ପରିବାରର 4 ସଦସ୍ୟ, କାରଣ ଅସ୍ପଷ୍ଟ

author img

By

Published : Aug 18, 2020, 6:24 PM IST

FAMILY SUICIDE in Nagpur 4 Death
ଆତ୍ମହତ୍ୟା କଲେ ଗୋଟିଏ ପରିବାରର 4 ସଦସ୍ୟ

ନାଗପୁରର କୋରାଡି ପୋଲିସଷ୍ଟେସନର ଓମନାଗର ଅଞ୍ଚଳରେ ରହୁଥିବା ଏକ ଦମ୍ପତି ଦୁଇ ଶିଶୁଙ୍କ ସହ ଆତ୍ମହତ୍ୟା କରିଛନ୍ତି ।

ମୁମ୍ବାଇ: ନାଗପୁରର କୋରାଡି ପୋଲିସ ଷ୍ଟେସନର ଓମନାଗର ଅଞ୍ଚଳରେ ରହୁଥିବା ଏକ ଦମ୍ପତି ଦୁଇ ଶିଶୁଙ୍କ ସହ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଦମ୍ପତିଙ୍କ ନାମ ଧୀରଜ ରାଣେ ଓ ସୁଷମା ରାଣେ । ତାଙ୍କର ଦୁଇ ପିଲାଙ୍କ ମୃତଦେହ ମଧ୍ୟ ମିଳିଛି ।

ଧୀରଜ ରାଣେ ସହରର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ପ୍ରଫେସର ଥିବାବେଳେ ତାଙ୍କ ପତ୍ନୀ ନାଗପୁରର ଏକ ଡାକ୍ତରଖାନାରେ ହୃଦ୍‌ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ଅପରାହ୍ନରେ ଏହି ସୂଚନା ସାମ୍ନାକୁ ଆସିଥିଲା । ସୁଷମା ରାଣେ ଫାସିଦେଇଥିବା ବେଳେ ପତି ଧୀରଜ ରାଣେ ଓ 11 ବର୍ଷିୟ ଧ୍ରୁବ ଓ 5 ବର୍ଷର ଝିଅ ଭାନିଆଙ୍କ ମୃତଦେହ ତଳେ ପଡିରହିଥିଲା । ତେବେ ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ମିଳିଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

........................

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.