ETV Bharat / bharat

ସୁସ୍ଥ ସମ୍ପର୍କର ରହସ୍ୟ ଯୋଗାଯୋଗ

author img

By

Published : May 4, 2020, 8:11 PM IST

ସୁସ୍ଥ ସମ୍ପର୍କର ରହସ୍ୟ ଯୋଗାଯୋଗ
ସୁସ୍ଥ ସମ୍ପର୍କର ରହସ୍ୟ ଯୋଗାଯୋଗ

ଯେଉଁଠି ଉଭୟ ପତି ଓ ପତ୍ନୀ ଚାକିରୀ କରିଛନ୍ତି ସେଠାରେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଅନେକ ତିକ୍ତତା ଆସିଥାଏ । ପ୍ରଫେସନାଲ ଲାଇଫ ପର୍ସନାଲ ଲାଇଫରେ ସମସ୍ୟା ସୃଷ୍ଟି କରିଥାଏ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଆଧୁନିକ ଯୁଗରେ ଯୋଗାଯୋଗ ଏକ ପ୍ରମୁଖ ମାଧ୍ୟମ । ଯାହା ବିନା କୌଣସି କାର୍ଯ୍ୟ ଅସମ୍ଭବ । ଏପରିକି ଏକ ସମ୍ପର୍କର ଆରମ୍ଭ ମଧ୍ୟ ଉତ୍ତମ ଯୋଗାଯୋଗରୁ ହିଁ ହୋଇଥାଏ । କଥାବାର୍ତ୍ତା ଦ୍ବାରା ପରସ୍ପରକୁ ଭଲ ଭାବେ ଜାଣି ହୋଇଥାଏ । ତେବେ ଆଜିର ଯୁଗରେ ପତିପତ୍ନୀ ମଧ୍ୟରେ ଏହି ଯୋଗାଯୋଗର ଘୋର ଅଭାବ ଦେଖାଦେଇଛି । ଯେଉଁଥିପାଇଁ ଅନେକ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି ।

communication is the key for healthy relationship
ସୁସ୍ଥ ସମ୍ପର୍କର ରହସ୍ୟ ଯୋଗାଯୋଗ

ଯେଉଁଠି ଉଭୟ ପତି ଓ ପତ୍ନୀ ଚାକିରୀ କରିଛନ୍ତି ସେଠାରେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଅନେକ ତିକ୍ତତା ଆସିଥାଏ । ପ୍ରଫେସନାଲ ଲାଇଫ ପର୍ସନାଲ ଲାଇଫରେ ସମସ୍ୟା ସୃଷ୍ଟି କରିଥାଏ । କର୍ମକ୍ଷେତ୍ରର ଚାପ ଓ ବ୍ୟସ୍ତମୟ ଜୀବନ ଯୋଗୁଁ ସମୟ ବଢିବା ସହ ପରସ୍ପରକୁ ସମୟ ଦେଇପାରିନଥାନ୍ତି । ଏହା ଉପରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲର ମନସ୍ତତ୍ତ୍ବବିଜ୍ଞାନୀ ଡା. ପ୍ରଶାନ୍ତ କୋଚେରଲାକୋଟା କହନ୍ତି ଉଭୟ ପତି ଓ ପତ୍ନୀଙ୍କ ଭିତରେ ଉତ୍ତମ ଯୋଗାଯୋଗ ରହିବା ନିହାତି ଆବଶ୍ୟକ । ଏଥିପାଇଁ ଏହି ଲକଡାଉନ ସଠିକ ସମୟ ।

ଏନେଇ ପ୍ରଶାନ୍ତ ଏହି ଲକଡାଉନରେ ସମସ୍ତ କପୁଲଙ୍କୁ କିଛି ଟିପ୍ସ ଦେଇଛନ୍ତି । ବିଶେଷ କରି ୱାର୍କିଂ କପୁଲ୍ସଙ୍କୁ ଏହି ସମୟରେ ଏକାଠି ସମୟ ବିତାଇବାକୁ ସେ ପରାମର୍ଶ ଦେଇଛନ୍ତି । 5 ମିନିଟି ହେଉ ଅବା ଏକ ଘଣ୍ଟା କିଛି ସମୟ ସାଥୀରେ ରହିବାକୁ ସେ କହିଛନ୍ତି । ଏହାସହ ଉଭୟ ସାଥୀରେ କିଛି ଗେମ ଖେଳନ୍ତୁ । ଲୁଡୋ, ଅନ୍ତାକ୍ଷରୀ ଭଳି ଖେଳ ପରିବାର ସହ ମଧ୍ୟ ଖେଳିପାରିବେ । କିଛି ଉତ୍ତମ ସମୟ ଏକାଠି କାଟିବା ଆଜିର ଯୁଗରେ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ । ଫଳରେ କର୍ମବ୍ୟସ୍ତ ଜୀବନରେ ହରାଇଥିବା ପ୍ରେମ ଓ ଖୁସି ପୁଣି ଫେରିପାଇବ ।

ଘର କାମରେ ପୁରୁଷଙ୍କୁ ହାତ ବାଣ୍ଟିବାର ଏବେ ଉପଯୁକ୍ତ ସମୟ । ଯେହେତୁ ଉଭୟ ଅଫିସ କାମରେ ବ୍ୟସ୍ତ ରହୁଛନ୍ତି ତେଣୁ କେବଳ ମହିଳାମାନେ ଘର କାମ କରିବା ଦ୍ବାରା ସେମାନଙ୍କ ଉପରେ ଅଧିକ ଚାପ ରହୁଛି । ଘର କାମର ଏକ ତାଲିକା କରି ବାଣ୍ଟି ଦିଅନ୍ତୁ । ଉଭୟ ଏକାଠି ବସି ଘର ସଜାଡିବାର କିଛି ନୂଆ ଉପାୟ ଆପଣାଇପାରନ୍ତି । ସୁଖ ଓ ଶାନ୍ତି ବଜାୟ ରଖିବାରେ ଏହା ସାହାଯ୍ୟ କରିବେ । ଉଭୟ ହସଖୁସିରେ ଏକାଠି କାମ କଲେ ଏକ ସକରାତ୍ମକ ପରିବେଶ ସୃଷ୍ଟି ହୁଏ ଯାହାର ପ୍ରଭାବ ଆପଣଙ୍କ ସମ୍ପର୍କ ସହ ପିଲାଛୁଆଙ୍କ ଉପରେ ମଧ୍ୟ ପଡିବ ।

ଅନ୍ୟର କଥା ଧୈର୍ଯ୍ୟର ସହ ଶୁଣନ୍ତୁ । କାରଣ ଶୁଣିବା ଦ୍ବାରା ଆପଣଙ୍କ ଉପରେ ବିପରୀତ ଲୋକର ବିଶ୍ବାସ ଦୃଢ ହୁଏ । ଏହାସହ ସେ ଖୁସିରେ ଅନେକ କଥା କୁହେ । ଆପଣ ମଧ୍ୟ ଶୁଣିବା ଫଳରେ ବହୁତ କଥା ବୁଝିପାରିବେ । ନଶୁଣି ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ଦେବା ଉଚିତ ନୁହେଁ । ଏହା ଗୋଟିଏ କଥାର ଅନେକ ଅର୍ଥ ବାହାର କରିବା ସହ ସମ୍ପର୍କ ଖରାପ କରିଥାଏ । ଭଲ କରି ଘରଲୋକଙ୍କ କଥା ଶୁଣନ୍ତୁ । ଦେଖିବେ ଘରର ପ୍ରତିଟି କଥା ସହ ଅଫିସରେ ଥିବା ସମସ୍ୟାର ସମାଧାନ ନିଶ୍ଚିତ ଭାବେ ଯୋଡି ହୋଇଥିବ । ସବୁ ଜିନିଷ ପାଇଁ ସବୁଦିନ ସମୟ ବାହାର କରନ୍ତୁ । ଯାହା ଛାଡି ଯାଉଛନ୍ତି ସେଥିପାଇଁ ମଧ୍ୟ ସମୟ ବାହାର କରନ୍ତୁ ।

ବ୍ୟାୟାମ କରନ୍ତୁ । ବାହାରକୁ ମର୍ଣ୍ଣିଂ ୱାକରେ ଯାଇପାରୁନାହାନ୍ତି । ତେଣୁ ଘରେ ସେପରି ସୁବିଧା କରନ୍ତୁ । ସ୍କିପିଂ, ଜଗିଂ, ଯୋଗ କରନ୍ତୁ । ଘରୁ କାମ କରୁଛନ୍ତି । ତେଣୁ ଏବେ ଆପଣଙ୍କ ପାଖରେ ଯଥେଷ୍ଟ କ୍ବାଲିଟି ସମୟ ରହଛି । ଚେଷ୍ଟା କରନ୍ତୁ ଏକାଠି ସବୁଦିନ ଖାଇବା ପାଇଁ ଯାହା ଉଭୟଙ୍କ ଭିତରେ ସମ୍ପର୍କ ଦୃଢ କରିବ । ଏକାଠି ଫିଲ୍ମ ଦେଖନ୍ତୁ । ପରସ୍ପରର ଅତୀତ ବିଷୟରେ ଗପନ୍ତୁ । ଜୀବନରେ ବିତାଇଥିବା କିଛି ସ୍ମରଣୀୟ ମୂହୂର୍ତ୍ତ ମନେ ପକାନ୍ତୁ । ଉଭୟ ପରସ୍ପରଠାରୁ କିଛି ଶିଖିବାକୁ ଚେଷ୍ଟା କରନ୍ତୁ । ବ୍ୟସ୍ତମୟ ଜୀବନରେ ପରସ୍ପର ପ୍ରତି ଅବହେଳାକୁ ଏବେ ସୁଧାରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.