ETV Bharat / bharat

ଆସନ୍ତାକାଲି ଭାରତ ବନ୍ଦ: ଜାଣନ୍ତୁ କଣ ଖୋଲା, କଣ ବନ୍ଦ...

author img

By

Published : Dec 7, 2020, 7:23 AM IST

ଜାଣନ୍ତୁ, ଭାରତ ବନ୍ଦ ଡାକରାରେ ବନ୍ଦ ଓ ଖୋଲା କଣ ରହିବ
ଜାଣନ୍ତୁ, ଭାରତ ବନ୍ଦ ଡାକରାରେ ବନ୍ଦ ଓ ଖୋଲା କଣ ରହିବ

ଭାରତ ବନ୍ଦ ଡାକରାରେ କଣ ବନ୍ଦ ଓ କଣ ଖୋଲାରହିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

ନୂଆଦିଲ୍ଲୀ: ଆସନ୍ତାକାଲି(ମଙ୍ଗଳବାର) ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ । ଅଖ ଚକ ବନ୍ଦ କରିବେ ଚାଷୀ । ନୂତନ କୃଷି ଆଇନ ବିରୋଧରେ ଗତ 11 ଦିନ ହେଲା ରାଜରାସ୍ତାରେ ଗର୍ଜୁଛନ୍ତି ଅନ୍ନଦାତା । ଏପଟେ ଦେଶରେ କଣ ରହିବ ଭାରତ ବନ୍ଦର ପ୍ରଭାବ । କେଉଁ କେଉଁ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି । ଜାଣନ୍ତୁ...

ଆସନ୍ତକାଲି(ମଙ୍ଗଳବାର) କୃଷକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ଅନେକ ସଙ୍ଗଠନ । ସକାଳ 8ଟାରୁ ହେବାକୁ ଥିବା ଏହି ଧର୍ମଘଟ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ । ଏହି ବନ୍ଦ ସମୟରେ ଦୋକାନ ବଜାର, ଅନ୍ୟାନ୍ୟ ବ୍ୟବସାୟ ବନ୍ଦ ରହିବ । ସେହିପରି ହରିୟାଣା, ପଞ୍ଜାବ ଓ ରାଜସ୍ଥାନରେ ସମସ୍ତ ମଣ୍ଡି ବନ୍ଦ ରହିବ । କିନ୍ତୁ ବିବାହ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି । ଆମ୍ବୁଲାନ୍ସ ସେବା ଭଳି ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି ।

କୃଷକ ନେତା ବଳଦେବ ସିଂହ କହିଛନ୍ତି, ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯିବ । ଆନ୍ଦୋଳନରେ କୌଣସି ହିଂସାକୁ ପ୍ରଶୟ ଦିଆଯିବ ନାହିଁ । ଭାରତ ବନ୍ଦରେ ଯେଉଁମାନେ ହିଂସାତ୍ମକ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.