ETV Bharat / bharat

West Bengal: ନିଖୋଜ ଥିବା BJP ନେତାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, TMC ବିରୋଧରେ ହତ୍ୟା ଅଭିଯୋଗ ଆଣିଲା ଦଳ

author img

By ETV Bharat Odisha Team

Published : Nov 8, 2023, 10:26 PM IST

ପଶ୍ଚିମବଙ୍ଗରେ BJP ନେତାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, TMC ବିରୋଧରେ ହତ୍ୟା ଅଭିଯୋଗ ଆଣିଲା ଦଳ
ପଶ୍ଚିମବଙ୍ଗରେ BJP ନେତାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, TMC ବିରୋଧରେ ହତ୍ୟା ଅଭିଯୋଗ ଆଣିଲା ଦଳ

ସପ୍ତାହେ ଧରି ନିଖୋଜ ଥିବା ବିଜେପି ନେତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର । ଟିଏମସି ଗୁଣ୍ଡାଙ୍କ ଦ୍ବାରା ହତ୍ୟା କରାଯାଇଥିବା ଅଭିଯୋଗରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ଅଧିକ ପଢନ୍ତୁ

କୋଲକାତା: ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ ଜଣେ ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ନେତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ଏହି କାର୍ଯ୍ୟକର୍ତ୍ତାଙ୍କ ନାମ ସୁଦୀପ ମିଶ୍ର । ସେ ଜଣେ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟକର୍ତ୍ତା ଥିଲେ । ସେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ତେବେ ସେ ଗତ ସପ୍ତାହେ ଧରି ନିଖୋଜ ଥିବା ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ । ଆଜି ସକାଳେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ଉଦ୍ଧାର କରାଯାଇଥିଲା । ବିଜେପି ଏହାକୁ ତୃଣମୂଳ କଂଗ୍ରେସର ଗୁଣ୍ଡାଙ୍କ ଦ୍ବାରା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛି । ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହି ଘଟଣାରେ ଶାସକ ଦଳର ଭୂମିକା ଥିବା ଦର୍ଶାଇ ସିବିଆଇ ତଦନ୍ତ ଦାବି କରିଛନ୍ତି ।

  • TMC goons have murdered Subhadeep Mishra and hung his body from a tree with his hands tied.

    Subhadeep Mishra of Bankura District was a @BJP4Bengal Candidate who contested the 2023 Panchayat Elections from the Nidhirampur 257 No. Booth; at Lotiyaboni Anchal of Gangajalghati Block… pic.twitter.com/DT09YXpJec

    — Suvendu Adhikari • শুভেন্দু অধিকারী (@SuvenduWB) November 8, 2023 " class="align-text-top noRightClick twitterSection" data=" ">

ତେବେ ଆଜି ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ପରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ସମ୍ପର୍କରେ ଜଣା ପଡିବା ପରେ ବିଜେପି ବିଧାୟକ ଚନ୍ଦନା ବାଉରୀ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିଥିଲେ । ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟା କିମ୍ବା ଆତ୍ମହତ୍ୟା ନେଇ କୌଣସି ପ୍ରତିକ୍ରିୟା ରଖିନି ।

ଅନ୍ୟପଟେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ମୃତ ସୁଦୀପ ସ୍ଥାନୀୟ ଅଞ୍ଚଳରେ ବିଜେପିର ଜଣେ ଲୋକପ୍ରିୟ କାର୍ଯ୍ୟକର୍ତ୍ତା ଥିଲେ । ତାଙ୍କୁ ଟିଏମସିର ଗୁଣ୍ଡାମାନେ ଅପହରଣ ହତ୍ୟା କରି ଗଛରେ ଟାଙ୍ଗୀ ଦେଇଥିବା ଅଭିଯୋଗରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଅଧିକାରୀ । ସେହିପରି ସେ ସ୍ଥାନୀୟ ଏସପି ବୈଭବ ତିଓ୍ବାରୀଙ୍କ ଭୂମିକାକୁ ମଧ୍ୟ ହତ୍ୟାକାଣ୍ଡ ସହ ଯୋଡିଛନ୍ତି । ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଅଧିକାରୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- LK Advani Birthday: ଜନ୍ମଦିନରେ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଟିମ୍‌

ରାଜନୈତିକ ହିଂସାକାଣ୍ଡ ପାଇଁ ପଶ୍ଚିମବଙ୍ଗର କୁଖ୍ୟାତି ରହିଛି । 2020 ବିଧାନସଭା ନିର୍ବାଚନରେ ବିଜେପି ଓ ମମତାଙ୍କ ନେତୃତ୍ବାଧୀନ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ସେତେବେଳେ ମଧ୍ୟ ବିଭିନ୍ନ ଦଳର ଏକାଧିକ କାର୍ଯ୍ୟକର୍ତ୍ତା ହତ୍ୟାର ଶିକାର ହୋଇଥିଲେ । ଏପରିକି ନିର୍ବାଚନ ଶେଷ ହେବା ପରେ କିଛିମାସ ପର୍ଯ୍ୟନ୍ତ ରାଜ୍ୟର ଏକାଧିକ ସ୍ଥାନରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଥିଲା । ଚଳିତବର୍ଷ ପ୍ରାରମ୍ଭରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ଯ ଏକାଧିକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ମମତାଙ୍କ ଶାସନରେ ଆଇନଶୃଙ୍ଖଳା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.