ETV Bharat / bharat

ମଧ୍ୟପ୍ରଦେଶ ବିଜୟର ପଟ୍ଟକଥା; ମୋଦି ମ୍ୟାଜିକ, ଶାହଙ୍କ ରଣନୀତି ସହ ସରକାରୀ ଯୋଜନା

author img

By ETV Bharat Odisha Team

Published : Dec 3, 2023, 7:40 PM IST

ଏମପି ବିଜୟର ପଟ୍ଟକଥା
ଏମପି ବିଜୟର ପଟ୍ଟକଥା

ଉତ୍ସବ ମୁଖର ଭୋପାଳ ବିଜେପି କାର୍ଯ୍ୟାଳୟ । କାମ ଦେଇଛି ମାମାଙ୍କ ଲାଡଲୀ ବେହନା ଯୋଜନା । କାମ ଦେଇଛି ବିଜେପି ଚାଣକ୍ୟ ଅମିତ ଶାହଙ୍କ ରଣନୀତି । ଅକ୍ଷୁର୍ଣ୍ଣ ରହିଛି ମୋଦି ମ୍ୟାଜିକ । ହେଲେ ବିଜେପିର ଏହି ପ୍ରଚଣ୍ଡ ବିଜୟର କାରଣ କଣ? କେଉଁ ରଣନୀତି ଆଧାରରେ ଜିତିଲା ବିଜେପି । ପଢନ୍ତୁ ଏହି ରିପୋର୍ଟ । ଅଧିକ ପଢନ୍ତୁ

ଭୋପାଳ/ହାଇଦ୍ରାବାଦ: ମଧ୍ୟ ପ୍ରଦେଶରେ ନୂଆ ରେକର୍ଡ କଲା ବିଜେପି । ୨୦୧୮ ପରାଜୟରୁ ଶିକ୍ଷା ଲାଭ କରି ୨୦୨୩ ରେ ପ୍ରଚଣ୍ଡ ବିଜୟ ପାଇଛି ଦଳ । ସାରା ରାଜ୍ୟରେ ଉଡିଛି ଗେରୁଆ ବାନା । ଉତ୍ସବ ମୁଖର ଭୋପାଳ ବିଜେପି କାର୍ଯ୍ୟାଳୟ । କାମ ଦେଇଛି ମାମାଙ୍କ ଲାଡଲୀ ବେହନା ଯୋଜନା । କାମ ଦେଇଛି ବିଜେପି ଚାଣକ୍ୟ ଅମିତ ଶାହଙ୍କ ରଣନୀତି । ଅକ୍ଷୁର୍ଣ୍ଣ ରହିଛି ମୋଦି ମ୍ୟାଜିକ । ହେଲେ ବିଜେପିର ଏହି ପ୍ରଚଣ୍ଡ ବିଜୟର କାରଣ କଣ ? କେଉଁ ରଣନୀତି ଆଧାରରେ ଜିତିଲା ବିଜେପି । ପଢନ୍ତୁ ଏହି ରିପୋର୍ଟ ।

ଅଧିକ ପଢନ୍ତୁ- ରାଜସ୍ଥାନ ଜନାଦେଶ 2023: ବଜାୟ ରହିଲା ପରମ୍ପରା, ବିଜେପିକୁ ପୂର୍ଣ୍ଣ ବହୁମତ

ଗତ ୨୦୦୩ ମସିହାରୁ ମଧ୍ୟ ପ୍ରଦେଶ କ୍ଷମତାରେ ଅଛି ବିଜେପି । ୨୦୧୮ ରେ କଂଗ୍ରେସ କ୍ଷମତାକୁ ଫେରିଥିଲା । ହେଲେ ଦେଢ ବର୍ଷ ପରେ କ୍ଷମତା ଛଡାଇ ନେଇଥିଲା ବିଜେପି । ପୁଣି ୨୦୨୩ ନିର୍ବାଚନରେ ବିପୁଳ ବିଜୟ ସହ କ୍ଷମତା ବଜାୟ ରଖିବାକୁ ଯାଉଛି ଦଳ । ହେଲେ ଏହି ବିଶାଳ ବିଜୟ ପରେ କାରଣ କଣ? ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ଯୋଜନା ନା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବ କି ଚାଣକ୍ୟ ଅମିତ ଶାହଙ୍କ ରଣନୀତି ।

ଅଧିକ ପଢନ୍ତୁ- ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କିଏ ? ମାମା, ମହାରାଜ ନା ସରପ୍ରାଇଜ

ଗେମ ଚେଞ୍ଜର ସରକାରୀ ଯୋଜନା:- କୁହାଯାଉଛି ମଧ୍ୟ ପ୍ରଦେଶରେ ଦମଦାର ପ୍ରଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜାନ ରହିଛି । ମୁଖ୍ୟମନ୍ତ୍ରୀ ଲାଡଲୀ ବେହନା ଯୋଜନା ବିଜେପି ବିଜୟରେ ବଡ ଭୂମିକା ତୁଳାଇଛି । ଯୋଜନା ଅଧିନରେ ସରକାର ୩୧ ଲକ୍ଷ ମହିଳାଙ୍କୁ ମାସକୁ ୧୨୫୦ ଟଙ୍କା ସହାୟତା ଦେଉଛି । ଫଳରେ ମହିଳା ଭୋଟର ବିଜେପିକୁ ବମ୍ପର ଭୋଟ ଦେଇଛନ୍ତି । କାରଣ ଚଳିତ ନିର୍ବାଚନରେ ୩୪ ବିଧାନସଭା ଆସନରେ ପୁରୁଷଙ୍କ ତୁଳନାରେ ମହିଳା ସର୍ବାଧିକ ଭୋଟ ଦେଇଛନ୍ତି । ଯାହାର ସିଧା ଫାଇଦା ବିଜେପିକୁ ମିଳିଛି । ଖାଲି ଏତିକି ନୁହେଁ ଏକାଧିକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି ଲାଡଲୀ ବେହନା ଯୋଜନାର ପ୍ରଶଂସା କରିଥିଲେ ।

କାମ ଦେଇଛି ହିନ୍ଦୁତ୍ବ କାର୍ଡ:- ପୁରା ନିର୍ବାଚନ ପ୍ରକ୍ରିୟାରେ ବିଜେପି ହିନ୍ଦୁତ୍ବକୁ ବଡ ପ୍ରସଙ୍ଗ କରିଥିଲା । ପ୍ରତି ସଭାରେ ବିଜେପି ଚାଣକ୍ୟ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ଶିବରାଜ ସିଂ ଚୌହ୍ବାନ ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗ ଉଠାଇ ମାହୋଲ ବନାଇଥିଲେ । ଏହା ସହ ବିରୋଧୀ ଇଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ଉଠାଇ ଆକ୍ରମଣ କରିଥିଲେ । ଏପରିକି ବିଜେପି ପୁରା ୨୩୦ ଆସନରେ ଗୋଟିଏ ବି ମୁସଲିମ ବର୍ଗର ପ୍ରାର୍ଥୀ କରିନଥିଲା । ଯାହା ବିଜେପିକୁ ସୁହାଇଛି ।

ଅଧିକ ପଢନ୍ତୁ- କମଲନାଥ ଓ ଦିବ୍ୟସିଂହ ଇତିହାସ, ବିକଶିତ ରାଷ୍ଟ୍ର ସ୍ବପ୍ନରେ ଆଗକୁ ବଢ: ଅଶ୍ବିନୀ ବୈଷ୍ଣବ

ସଠିକ ସୋସିଆଲ ଇଞ୍ଜିନିୟରିଂ:- ସବୁ ନିର୍ବାଚନରେ ବିଜେପି ସୋସିଆଲ ଇଞ୍ଜିନିୟରିଂକୁ ସର୍ବାଧିକ ଗୁରୁତ୍ବ ଦେଇଥାଏ । ଦଳର ବିସ୍ତାରକ, ବୁଥ କମିଟି, ମଣ୍ଡଳ ନେତୃତ୍ବ ମାନଙ୍କୁ ସଠିକ ତାଲିମ ଦେଇ ଦାୟିତ୍ବ ଦେଇଥାଏ । ବୁଥସ୍ତରରେ ଦଳର ଭୋଟ ଯେମିତି ଭୁଶୁଡି ପଡିବ ନାହିଁ ଏହି ଟିମ ତାର ପୁରା କାମ କରିବାରେ ସଫଳ ହୋଇଛି । ବିଜେପି ଆଦିବାସୀ, ଦଳିତ, ଓବିସି, ବ୍ରାହ୍ମଣ ଭୋଟକୁ ନିଜ ପକ୍ଷରେ ଆଣିବାରେ ନିଜ ରଣନୀତି ଅନୁସାରେ ସଫଳ ହୋଇଛି । ଯାହାର ବଡ ଭୂମିକା ନେଇଥିଲେ ଦଳର ବୁଥସ୍ତରର କର୍ମକର୍ତ୍ତା । ଏଥିରେ କଂଗ୍ରେସ ବିଫଳ ହୋଇଛି ।

ମୋଦି ଶାହଙ୍କ ପ୍ରଚାର: - ମଧ୍ୟ ପ୍ରଦେଶ ନିର୍ବାଚନରେ ବିଜେପିର ହାଇଟେକ ପ୍ରଚାର ବିରୋଧୀ ଉପରେ ପୁରା ଭାରି ପଡିଛି । ଜନସଭା, ରାଲି, ପଥପ୍ରାନ୍ତ ସଭା, ଘରକୁ ଘରକୁ ପ୍ରଚାର, ବଡବଡ ରାଲି କରି ବିଜେପି ପୁରା ଛାଇଗଲା । ମୋଦି ଶାହ ବଡ ବଡ ରାଲି କରି ଦଳର ଲକ୍ଷ୍ୟ, ଯୋଜନା ସରକାର ବିକାଶ କାମକୁ ଲୋକଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି । ଏହାସହ ରୋଡ ଶୋ’ କରି ସିଧା ଲୋକଙ୍କ ନିକଟତର ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଅମିତ ଶାହ ରାଲି ପରେ ବିଶ୍ରାମ ନେବା ପରିବର୍ତ୍ତେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦଳୀୟ ନେତା କର୍ମୀ ବୁଥସ୍ତରର କର୍ମକର୍ତ୍ତାଙ୍କ ସହ ବୈଠକ କରି ପୁରା ପ୍ରକ୍ରିୟାର ସମୀକ୍ଷା କରୁଥିଲେ । ଯାହା ବିଜେପିର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲା ।

MP ଙ୍କୁ MLA ଟିକେଟ ମାଷ୍ଟରଷ୍ଟ୍ରୋକ: କର୍ଣ୍ଣାଟକ ପରାଜୟ ପରେ ବିଜେପି ହିନ୍ଦୀ ହାର୍ଟଲ୍ୟାଣ୍ଡରେ ସମ୍ପୂର୍ଣ୍ଣ ଭିନ୍ନ ରଣନୀତିରେ ନିର୍ବାଚନ ଲଢିଥିଲା । ଦଳ ଜାତୀୟ ପ୍ରସଙ୍ଗ ସମେତ ସ୍ଥାନୀୟ ପ୍ରସଙ୍ଗକୁ ବି ମୁଦ୍ଦା କରିଥିଲା । ଟିକେଟ ବଣ୍ଟନ ଠାରୁ ଆରମ୍ଭ କରି ପ୍ରସଙ୍ଗ ଓ ପ୍ରଚାରରେ ସଠିକ ରଣନୀତି ଆପଣାଇଥିଲା । ଯୋଜନାବଦ୍ଧ ଭାବେ ଦଳ ଗୋଟିଏ ପରେ ଗୋଟିଏ ବଡ ସଭା ସମିତି କରି ଭୋଟରଙ୍କ ନିକଟରେ ପହଞ୍ଚି ସରକାରୀ ଯୋଜନା ଓ ସରକାରଙ୍କ ଉପଲବ୍ଧି ରାଷ୍ଟ୍ରୀୟ ସୁରକ୍ଷା, ଆତ୍ମନିର୍ଭର ଭାରତ, ସମସ୍ତଙ୍କ ବିକାଶ, ସୁଦୃଢ ଅର୍ଥନୀତିକୁ ଭୋଟରଙ୍କୁ ବୁଝାଇବାରେ ସଫଳ ହୋଇଛି । ଏହାସହ କେନ୍ଦ୍ରୀୟ ନେତା ତଥା କେନ୍ଦ୍ରମନ୍ତ୍ରୀ, ସାଂସଦ ଓ କେନ୍ଦ୍ରୀୟ ସଂଗଠନର ମହାସଚିବଙ୍କୁ ଆଣି ରାଜ୍ୟ ବିଧାନସଭା ନିର୍ବାଚନ ଲଢାଇଥିଲା । ଯାହା ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହୋଇଥିଲା ।

ପ୍ରଭାବ ପକାଇଲା ବିଜେପିର ପ୍ରତିଶୃତି: - ପୁରା ନିର୍ବାଚନରେ କଂଗ୍ରେସ ଗ୍ୟାରେଣ୍ଟି ଦେବାରେ ଲାଗିଲା । ପାଣି, ବିଜୁଳି ଠାରୁ ଆରମ୍ଭ କରି ଗ୍ୟାସ, ରୋଷେଇ ସାମଗ୍ରୀ ଶସ୍ତାରେ ଦେବାକୁ ଘୋଷଣା କଲା । ମହିଳାଙ୍କ ପାଇଁ ମଧ୍ୟ ଲୋଭନୀୟ ପ୍ରତିଶୃତି ଘୋଷଣା କଲା । ଏହାର ଶାଣିତ ମୁକାବିଲା ପାଇଁ ବିଜେପି ମଧ୍ୟ ମହିଳାଙ୍କୁ ଶସ୍ତାରେ ଗ୍ୟାସ, ଆର୍ଥିକ ସହାୟତା ସହ ଲୋଭନୀୟ ପ୍ରତିଶୃତି ସଂକଳ୍ପପତ୍ରରେ ଜାରି କଲା । ଯାହାର ଫାଇଦା ଦଳକୁ ମିଳିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.