ETV Bharat / bharat

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କିଏ ? ମାମା, ମହାରାଜ ନା ସରପ୍ରାଇଜ

author img

By ETV Bharat Odisha Team

Published : Dec 3, 2023, 3:58 PM IST

ନୂଆ ରେକର୍ଡ ଅପେକ୍ଷାରେ ବିଜେପି । ପ୍ରଚଣ୍ଡ ବିଜୟ ଅଭିମୁଖେ ବଢୁଛି ଦଳ । ସାରା ପ୍ରଦେଶରେ ଉଡିବାକୁ ଯାଉଛି ଗେରୁଆ ବାନା । ଉତ୍ସବ ମୁଖର ଭୋପାଳ ବିଜେପି କାର୍ଯ୍ୟାଳୟ । ଉତ୍ସବ ପ୍ରସ୍ତୁତିରେ ନୂଆଦିଲ୍ଲୀ ମୁଖ୍ୟାଳୟ । କାମ ଦେଇଛି ମାମାଙ୍କ ଲାଡଲୀ ବେହନା ଯୋଜନା । ସଫଳ ହୋଇଛି ସିନ୍ଧିଆଙ୍କ ଗୋଟିଚାଳନା । ପୁଣି ଥରେ ଅକ୍ଷୁର୍ଣ୍ଣ ରହିଛି ମୋଦି ମ୍ୟାଜିକ । ଏବେ ବଡ ପ୍ରଶ୍ନ କିଏ ହେବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ? ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କିଏ? ମାମା, ମହାରାଜ ନା ସରପ୍ରାଇଜ
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କିଏ? ମାମା, ମହାରାଜ ନା ସରପ୍ରାଇଜ

ଭୋପାଳ/ହାଇଦ୍ରାବାଦ: ମଧ୍ୟ ପ୍ରଦେଶରେ ନୂଆ ରେକର୍ଡ ଅପେକ୍ଷାରେ ବିଜେପି । ପ୍ରଚଣ୍ଡ ବିଜୟ ଅଭିମୁଖେ ବଢୁଛି ଦଳ । ସାରା ପ୍ରଦେଶରେ ଉଡିବାକୁ ଯାଉଛି ଗେରୁଆ ବାନା । ଉତ୍ସବ ମୁଖର ଭୋପାଳ ବିଜେପି କାର୍ଯ୍ୟାଳୟ । ଉତ୍ସବ ପ୍ରସ୍ତୁତିରେ ନୂଆଦିଲ୍ଲୀ ମୁଖ୍ୟାଳୟ । କାମ ଦେଇଛି ମାମାଙ୍କ ଲାଡଲୀ ବେହନା ଯୋଜନା । ସଫଳ ହୋଇଛି ସିନ୍ଧିଆଙ୍କ ଗୋଟିଚାଳନା । ପୁଣି ଥରେ ଅକ୍ଷୁର୍ଣ୍ଣ ରହିଛି ମୋଦି ମ୍ୟାଜିକ । ଏବେ ବଡ ପ୍ରଶ୍ନ କିଏ ହେବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ? କର୍ଣ୍ଣାଟକ ପରାଜୟ ପରେ ଭିନ୍ନ ରଣନୀତିରେ ନିର୍ବାଚନ ଲଢିଥିବା ବିଜେପି କାହା ଉପରେ କରିବ ଆସ୍ଥା ? ଅନୁଭବୀ ପରିଶ୍ରମୀ ମାମା ରିପିଟ ହେବେ ? ନା ମହାରାଜା ସିନ୍ଧିଆଙ୍କୁ ମିଳିବ ସୁଯୋଗ ? କି ସରପ୍ରାଇଜ ଦେବେ ମୋଦି ଶାହ ଯୋଡି ? ଯଦି ସରପ୍ରାଇଜ କାର୍ଡ ଆସିବ କିଏ ମାରିବ ବାଜି ? କାହାର ଫିଟିବ ଭାଗ୍ୟ ? କିଏ ଅଛନ୍ତି ମୁଖ୍ୟମନ୍ତ୍ରୀ ଦୌଡରେ ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ।

  • #WATCH | Bhopal: BJP workers pour milk on a poster portraying Madhya Pradesh CM Shivraj Singh Chouhan as Lord Hanuman as the party leads towards a landslide victory in the state pic.twitter.com/JHi638VZsq

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ଅଧିକ ପଢନ୍ତୁ- ମଧ୍ୟପ୍ରଦେଶରେ ବିଜେପିକୁ ଝଟକା, ହାରିଲେ କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ

ଶିବରାଜ ସିଂ ଚୌହ୍ବାନ:- ଲୋକପ୍ରିୟତାର ଶୀର୍ଷରେ ଶିବରାଜ ସିଂ ଚୌହ୍ବାନ । ସରକାରୀ ଯୋଜନା, ସ୍ବଚ୍ଛ ଭାବମୂର୍ତ୍ତୀ, ତ୍ବରିତ ନିଷ୍ପତ୍ତି, ପ୍ରଶାସନିକ ଅନୁଭବ, ଲମ୍ବା ରାଜନୈତିକ ଯାତ୍ରା, ବିରୋଧୀଙ୍କୁ ସଠିକ ମୁକାବିଲା ଦିଗରେ ଆଗରେ ରହିଛନ୍ତି ଶିବରାଜ ସିଂ ଚୌହ୍ବାନ । ଏହାସହ ବୟସ ଦୃଷ୍ଟିରୁ ମଧ୍ୟ ଶିବରାଜଙ୍କ ପ୍ରତି କୌଣସି ସଂକଟ ନାହିଁ । ଏପରି ସ୍ଥିତିରେ ପୁଣି ଥରେ ମଧ୍ୟ ପ୍ରଦେଶ କମାଣ ଦେଇବ କି ବିଜେପି । ବିଶେଷ କରି ଗତ ୪ ବର୍ଷର ଶାସନ କାଳରେ ଶିବରାଜ ଯେଉଁଭଳି ଭାବେ ଆକ୍ରମଣାତ୍ମକ ଶୈଳୀରେ ସରକାର ପରିଚାଳନା କଲେ ତାହା ପ୍ରଶଂସନୀୟ । ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବାରେ ଶିବରାଜ ଆଗରେ ରହିଥିଲେ । ଯଦି ଏହି ସବୁ ଆଧାରରେ କେନ୍ଦ୍ରୀୟ ନେତା ମୁଖ୍ୟମନ୍ତ୍ରୀ ଚୟନ କରନ୍ତି ତେବେ ଶିବରାଜ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ହେଲେ ବିଜେପିର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂ ସେବକ(ଆରଏସଏସ) ସବୁବେଳେ ଭବିଷ୍ୟତକୁ ନେଇ ନୀତି ନିର୍ଦ୍ଧାରଣ କରିଥାଏ । ଆଗାମୀ ୨୦ ବର୍ଷକୁ ଆଖି ଆଗରେ ରଖି ସଂଘ ନିଷ୍ପତ୍ତି ନେଇଥାଏ । ଏପରି ସ୍ଥିତିରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସଂଘ ପରିବାର ସହମତି ଉପରେ ହିଁ ଚୂଡାନ୍ତ ହୋଇପାରେ । ଆଉ ଏକ ଆକଳନ ଅନୁସାରେ ବର୍ତ୍ତମାନ ଶିବରାଜଙ୍କୁ ଦଳ ରିପିଟ କରିପାରେ । ଆଗାମୀ ବର୍ଷ ସାଧାରଣ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଶିବରାଜ ସିଂ ଚୌହ୍ବାନ ମୁଖ୍ୟମନ୍ତ୍ରୀ ରହିପାରନ୍ତି । ସାଧାରଣ ନିର୍ବାଚନ ପରେ ବିଜେପି ଶିବରାଜଙ୍କୁ କେନ୍ଦ୍ରୀୟ ରାଜନୀତିକୁ ଆଣି ତାଙ୍କ ଭବିଷ୍ୟତ ଉତ୍ତରାଧିକାରୀ ବାଛିପାରେ । ଏହା ବ୍ୟତୀତ କେନ୍ଦ୍ରୀୟ ନେତା ଅନ୍ୟ କୌଣସି ନେତାଙ୍କ ଉପରେ ମଧ୍ୟ ଆସ୍ଥା ରଖିପାରେ ।

  • #WATCH | Madhya Pradesh: Union Minister and BJP candidate from Narsingpur, Prahlad Singh Patel says, "I had said that 2003 is being repeated in 2023 and today it can be seen in the results... I thank the people of Madhya Pradesh and the party workers...Congress has been… pic.twitter.com/wQYxsqPt65

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ଅଧିକ ପଢନ୍ତୁ- କମଲନାଥ ଓ ଦିବ୍ୟସିଂହ ଇତିହାସ, ବିକଶିତ ରାଷ୍ଟ୍ର ସ୍ବପ୍ନରେ ଆଗକୁ ବଢ: ଅଶ୍ବିନୀ ବୈଷ୍ଣବ

ଜ୍ୟୋତିରାଦିତ୍ୟ ସିନ୍ଧିଆ: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି । କାରଣ ସିନ୍ଧିଆ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଦୀର୍ଘ ଦିନ ଧରି ଆଶାୟୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ହୋଇନପାରିବା କାରଣରୁ କଂଗ୍ରେସ ଛାଡି ବିଜେପିକୁ ଆସିଛନ୍ତି ସିନ୍ଧିଆ । ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଥିଲେ ମଧ୍ୟ ତାଙ୍କର ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ଶତ ପ୍ରତିଶତ ରହିଛି । ଯାହ ସ୍ପଷ୍ଟ । ଗ୍ବାଲିୟର ରିଜନରେ ବିଜେପି ମଧ୍ୟ ଦମଦାର ପ୍ରଦର୍ଶନ କରୁଛି । ଯାହାର ଶ୍ରେୟ ସିନ୍ଧିଆଙ୍କ ପାଖକୁ ଯାଉଛି । ଖାଲି ଗ୍ବାଲିୟର ନୁହେଁ... ପୁରା ରାଜ୍ୟରେ ସିନ୍ଧିଆ କଠୋର ପରିଶ୍ରମ କରିଛନ୍ତି । ବିଜେପିକୁ ଆସିବା ପରଠାରୁ ଲଗାତାର ସାରା ରାଜ୍ୟ ଯାଇ ସଂଗଠନକୁ ସୁଦୃଢ କରିବାରେ ରାଜ୍ୟ ନେତୃତ୍ବକୁ ସହଯୋଗ କରିଆସିଛନ୍ତି । ହେଲେ ସିନ୍ଧିଆଙ୍କ ପାଇଁ ସମସ୍ୟା ହେଉଛି ବିଜେପିକୁ ଆସିବାର ୧୦ ବର୍ଷତ ଦୂରର କଥା ୫ ବର୍ଷ ବି ହୋଇନାହିଁ । ଏପରି ସ୍ଥଳେ ସିନ୍ଧିଆଙ୍କୁ ସୁଯୋଗ ଦେଲେ ପୁରୁଣା କ୍ୟାଡର ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢିପାରେ । ଏହାବାଦ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କଲେ ଗୋଷ୍ଠୀ କନ୍ଦଳ ମଧ୍ୟ ବଢିପାରେ । ସେହି ଦୃଷ୍ଟିରୁ ସିନ୍ଧିଆଙ୍କୁ କେନ୍ଦ୍ରୀୟ ରାଜନୀତିରେ ରଖିବାକୁ ଚାହିଁବ ବିଜେପି । ଏହାସହ ତାଙ୍କ ସହଯୋଗୀ ମାନଙ୍କୁ ମନ୍ତ୍ରୀ କରି ସନ୍ତୁଷ୍ଟ କରିପାରେ ।

ଅଧିକ ପଢନ୍ତୁ- ୪ ରାଜ୍ୟର ବିଧାନସଭା ନିର୍ବାଚନୀ ଫଳାଫଳ ପାଇଁ ଲିଙ୍କ୍ କ୍ଲିକ୍ କରନ୍ତୁ

ନରେନ୍ଦ୍ର ସିଂ ତୋମାର:- ମୋଦି କ୍ୟାବିନେଟରେ କୃଷିମନ୍ତ୍ରୀ ଥିବା ନରେନ୍ଦ୍ର ସିଂ ତୋମାର ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ଅଛନ୍ତି । ଏହି ଚର୍ଚ୍ଚାକୁ ଅଧିକ ବଳ ଯୋଗାଉଛି ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ବିଧାନସଭା ନିର୍ବାଚନ ଲଢାଇବା । ବିଜେପି ନେତୃତ୍ବ କୌଣସି ସମ୍ଭାବନା ରଖି ତୋମାରଙ୍କୁ ନିର୍ବାଚନ ଲଢାଇ ଥାଇପାରନ୍ତି । ଚର୍ଚ୍ଚାକୁ ନେଇ ପ୍ରଚାର ବେଳେ ତୋମାର କହିଥିଲେ ସେ କୌଣସି ଦୌଡରେ ନାହାଁନ୍ତି । ଦଳର ନିର୍ଦ୍ଦେଶ କେବଳ ପାଳନ କରୁଛନ୍ତି । ସାମୂହିକ ନେତୃତ୍ବରେ ନିର୍ବାଚନ ଦଳ ଲଢୁଛି । ମୁଖ୍ୟମନ୍ତ୍ରୀ କିଏ ହେବ ଦଳର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ହେଲେ ତୋମାର ସବୁବେଳେ କେନ୍ଦ୍ରୀୟ ନେତାଙ୍କ ପସନ୍ଦରେ ରହିଆସିଛନ୍ତି । ରାଜ୍ୟରେ ମଧ୍ୟ ତୋମାରଙ୍କ ଲୋକପ୍ରିୟତା ରହିଛି । ଏପରି ସ୍ଥିତିରେ ଶିବରାଜଙ୍କ ବିକଳ୍ପ ହୋଇପାରନ୍ତି ତୋମାର ।

  • #WATCH | Bhopal: "No anti-incumbency wave was there in Madhya Pradesh. There is a pro-incumbency wave in Madhya Pradesh...," says Madhya Pradesh CM Shivraj Singh Chouhan to party workers as the party leads towards a landslide victory in the state pic.twitter.com/LiSjX6ECh4

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ବିଡି ଶର୍ମା:- ରାଜ୍ୟ ସଭାପତି ବିଷ୍ଣୁ ଦତ୍ତ ଶର୍ମାଙ୍କୁ ନେଇ ମଧ୍ୟ ବିଜେପି ବଡ ରଣନୀତି କରିପାରେ । ବିଡି ଶର୍ମା ବ୍ରାହ୍ମଣ ବର୍ଗରୁ ଆସୁଥିବା ବେଳେ ଏବେ ସାଂସଦ ଅଛନ୍ତି । ବିଧାନସଭା ନିର୍ବାଚନ ଲଢିନଥିଲେ ମଧ୍ୟ ବିଡି ସାରା ରାଜ୍ୟରେ ଦଳର ପ୍ରଚାର ରଣନୀତି, ସଂଗଠନର ନେତୃତ୍ବ ନେଇଥିଲେ । ପୁରା ନିର୍ବାଚନରେ ଦଳର ଭୂମିକା, ପ୍ରଚାର, ଟିକେଟ ବଣ୍ଟନରେ ତାଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ । ଏହା ପ୍ରଧାନମନ୍ତ୍ରୀ ପ୍ରଚାର ହେଉକି ରୋଡ ଶୋ’ କେବଳ ତାଙ୍କର ଉପସ୍ଥିତି ରହୁଥିଲା । ରାଜ୍ୟ ସଭାପତି ଥିବାରୁ ତାଙ୍କ ନାଁ ଉପରେ ମଧ୍ୟ ମୋହର ବାଜିପାରେ ମୁଖ୍ୟମନ୍ତ୍ରୀ ଭାବେ ।

  • #WATCH | Bhopal: Madhya Pradesh CM Shivraj Singh Chouhan, Union Ministers Jyotiraditya Scindia, Narendra Singh Tomar and state BJP president VD Sharma, in Bhopal as the party heads towards a massive victory in the state. pic.twitter.com/kFFf5KDTrP

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ଅଧିକ ପଢନ୍ତୁ- ମୋଦିଜୀ ଏମପି ମନରେ ଆଉ ଏମପି ମୋଦିଜୀଙ୍କ ମନରେ ଅଛି: ଶିବରାଜ ସିଂହ

କୈଳାଶ ବିଜୟବର୍ଗୀୟ:- ବିଜେପିର ଜଣେ ବରିଷ୍ଠ ଓ ଅନୁଭବୀ ନେତା ହେଉଛନ୍ତି କୈଳାଶ ବିଜୟବର୍ଗୀୟ । ୫ ଥର ବିଧାୟକ ହୋଇଥିବା କୈଳାଶ ଜାତୀୟ ରାଜନୀତିରେ ମଧ୍ୟ ନିଜ ଅଭିଜ୍ଞତା ହାସଲ କରିସାରିଛନ୍ତି । କୈଳାଶଙ୍କୁ ଜାତୀୟ ରାଜନୀତିରୁ ଆଣି ବିଜେପି ବିଧାନସଭା ଟିକେଟ ଦେଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ଚର୍ଚ୍ଚା ହେଉଛି । ହେଲେ କୈଳାଶଙ୍କ ଲୋକପ୍ରିୟତା ସବୁ ବର୍ଗର ଲୋକଙ୍କ ନିକଟରେ ଗ୍ରହଣୀୟ ହୋଇନପାରେ । କୈଳାଶଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ନକରି କେନ୍ଦ୍ରୀୟ ରାଜନୀତିରେ ଅଧିକ ଉପଯୋଗ କରିପାରେ ।

ଅଧିକ ପଢନ୍ତୁ- ହିଷ୍ଟ୍ରି କ୍ରିଏଟ... ସଂଧ୍ୟାରେ ପାର୍ଟି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଅନ୍ୟପଟେ ଚାରି ରାଜ୍ୟର ଭୋଟ ଗଣତି ଜାରି ରହିଛି । ଅପରାହ୍ନ ୩ଟା ସୁଦ୍ଧା ଆସିଥିବା ଫଳାଫଳ ଅନୁସାରେ ଆପାତତଃ ତିନି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ, ଗୋଟିଏ ରାଜ୍ୟରେ କଂଗ୍ରେସକୁ ପୂର୍ଣ୍ଣ ବହୁମତ ମିଳିବାକୁ ଯାଉଛି । ମଧ୍ୟ ପ୍ରଦେଶରେ ବିଜେପି ୧୬୨ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୬୭ ଟି ଆସନରେ ଆଗୁଆ ଅଛି । ରାଜସ୍ଥାନରେ ବିଜେପି ୧୧୨ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୭୦ଟି ଆସନରେ ଆଗୁଆ ଅଛି । ଛତିଶଗଡର ବିଜେପି ୫୭ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୧ଟି ଆସନରେ ଆଗୁଆ ରହିଛି । ତେଲଙ୍ଗାନାରେ କଂଗ୍ରେସ ୬୪ ଟି ଆସନରେ ଆଗୁଆ ଥିବା ବେଳେ ବିଆରଏସ ୩୯ଟି ଆସନରେ ଆଗୁଆ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.