ETV Bharat / bharat

ଆର୍ଯ୍ୟନ ଖାନଙ୍କୁ ଜ୍ବର, ଜେରା ପାଇଁ ହେଲେନି ହାଜର

author img

By

Published : Nov 7, 2021, 10:56 PM IST

ଆର୍ଯ୍ୟନ ଖାନଙ୍କୁ ଜ୍ବର, ଜେରା ପାଇଁ ହେଲେନି ହାଜର
ଆର୍ଯ୍ୟନ ଖାନଙ୍କୁ ଜ୍ବର, ଜେରା ପାଇଁ ହେଲେନି ହାଜର

ଜେରା ପାଇଁ NCBରେ ହାଜର ହେଲେନି ଆର୍ଯ୍ୟନ ଖାନ । ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅନୁପସ୍ଥିତ ଥିବା ଏନସିବି ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ମୁମ୍ବାଇ: ଆଜି ଡ୍ରଗ୍ସ କ୍ରୁଜ୍ ମାମଲାର ଜେରା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB)ର ଏସଆଇଟି ଦ୍ୱାରା ଘଟଣାର ଅଭିଯୁକ୍ତ ଆର୍ଯ୍ୟନ୍ ଖାନଙ୍କୁ ଡକାଯାଇଥିଲା। ତେବେ ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ଥିବା ଦର୍ଶାଇବା ସହ ସେ ଆଜି ହାଜର ହୋଇନଥିବା ନେଇ ସୂୂଚନା ଦେଇଛି NCB ।

ପୂର୍ବରୁ ଏହି ମାମଲା ମୁମ୍ବାଇ NCBର ଜୋନରେ ତଦନ୍ତ କରାଯାଉଥିବାବେଳେ ନଭେମ୍ବର ୨ତାରିଖରେ ଆର୍ଯ୍ୟନ୍ ଖାନଙ୍କ ସମେତ ୬ଟି ମାମଲାର ତଦନ୍ତ ଭାର ଦିଲ୍ଲୀର ଏନସିବି ଟିମକୁ ହସ୍ତାନ୍ତର କରାଯାଇଥିଲା । NCB ଏକ ବିବୃତ୍ତିରେ କହିଛି ଯେ ଯେଉଁ ମାମଲାଗୁଡ଼ିକର ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଲିଙ୍କ ରହିଛି, ସେହି ଘଟଣାର ଆଗାମୀ ତଦନ୍ତ ଓ ପୂର୍ବ ଘଟଣାବଳୀ ସମ୍ପର୍କରେ ଗଭୀର ଅନୁସନ୍ଧାନ ଜାରି ରଖିଛି ଦିଲ୍ଲୀ ଏନସିବିର SIT ।

ମାମଲାର ତଦନ୍ତ ମୁମ୍ବାଇରେ ଜାରି ରହିଥିବାବେଳେ ତଦନ୍ତର ନେତୃତ୍ୱ ନେଉଥିବା ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ଏକାଧିକ ଅଭିଯୋଗ ସାମ୍ନାକୁ ଆସିଥିଲା । ଆର୍ଯ୍ୟନ ଖାନଙ୍କୁ ମୁକ୍ତ କରିବା ପାଇଁ ଓ୍ବାଙ୍ଖଡେ ଏବଂ ଅନ୍ୟ କିଛି ଏନସିବି ଅଧିକାରୀ ଶାହରୁଖ ଖାନଙ୍କ ଠାରୁ 25 କୋଟି ଟଙ୍କା ଦାବି କରିଥିବା ଅଭିଯୋଗ କରିଥିଲେ ଘଟଣାର ସାକ୍ଷୀ ପ୍ରଭାକର ସେଲ । ତେବେ ଏପରି ସଙ୍ଗୀନ ଅଭିଯୋଗ ପରେ ତଦନ୍ତରୁ ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କୁ ହଟାଯିବା ସହ ମାମଲାକୁ ମୁମ୍ବାଇ ପରିବର୍ତ୍ତେ ଦିଲ୍ଲୀ ଏନସିବିକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାରେ ବେଲରେ ଥିବା ଅଭିଯୁକ୍ତ ଆର୍ଯ୍ୟନ ଖାନଙ୍କୁ ଆଜି ଜେରା ପାଇଁ ଡକା ଯାଇଥିବାବେଳେ ସେ ଅସୁସ୍ଥତା କାରଣ ଦର୍ଶାଇ ହାଜର ହୋଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.