ETV Bharat / bharat

ଅଙ୍ଗନବାଡି କର୍ମୀଙ୍କ ବର୍ବରକାଣ୍ଡ: ପ୍ୟାଣ୍ଟରେ ପରିସ୍ରା କରିବାକୁ 3 ବର୍ଷ ଶିଶୁର ଗୁପ୍ତାଙ୍ଗ ପୋଡିଦେଲେ

author img

By

Published : Aug 31, 2022, 9:23 AM IST

Updated : Sep 1, 2022, 6:47 AM IST

3 ବର୍ଷ ଶିଶର ଗୁପ୍ତଅଙ୍ଗ ଜାଳିଦେଲେ ଅଙ୍ଗନାବାଡୀ କର୍ମୀ ଓ ସହଯୋଗୀ
3 ବର୍ଷ ଶିଶର ଗୁପ୍ତଅଙ୍ଗ ଜାଳିଦେଲେ ଅଙ୍ଗନାବାଡୀ କର୍ମୀ ଓ ସହଯୋଗୀ

ପ୍ୟାଣ୍ଟରେ ପରିସ୍ରା କରିଦେବାରୁ 3 ବର୍ଷୀୟ ଶିଶୁର ଗୁପ୍ତାଙ୍ଗ ପୋଡି ଦେଲେ ଅଙ୍ଗନବାଡି କର୍ମୀ (Anganwadi worker) ଓ ତାଙ୍କ ସହଯୋଗୀ । ଆହତ ଶିଶୁ ହସ୍ପିଟାଲରେ ଭର୍ତ୍ତି । ତଦନ୍ତ କରୁଛି ପୋଲିସ ଓ ଚାଇଲ୍ଡ ଲାଇନ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କ୍ରୋଧରେ ନିୟନ୍ତ୍ରଣ ହରାଇଲେ ଅଙ୍ଗନବାଡି କର୍ମୀ (Anganwadi worker) । କ୍ରୋଧରୁ ବାଦ ପଡିଲାନି ଜଣେ କୋମଳମତି ଶିଶୁ । ଜଣେ ତିନି ବର୍ଷର ଶିଶୁ ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ରାଗରେ ନିୟନ୍ତ୍ରଣ ହରାଇ ଅଙ୍ଗନବାଡି କର୍ମୀ ଭିଆଇଲେ ବର୍ବରକାଣ୍ଡ । ଶିଶୁର ଗୁପ୍ତାଙ୍ଗକୁ ଅଙ୍ଗନବାଡି କର୍ମୀ ଓ ଜଣେ ସହଯୋଗୀଙ୍କ ସାହାଯ୍ୟରେ ପୋଡି ଦେଇଥିବା ଅଭିଯୋଗ ଆସିଛି । ଏପରି ବର୍ବରୋଚିତ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଟୁମୁକୁର ଜିଲ୍ଲାର ଏକ ଅଙ୍ଗନବାଡି କେନ୍ଦ୍ରରେ । ଏପରି ଘଟଣା ପରେ ସ୍ଥାନୀୟ ପୋଲିସରେ ଅଭିଯୋଗ କରିଛନ୍ତି ଶିଶୁର ଅଭିଭାବକ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ଉକ୍ତ ଶିଶୁର ଶରୀରର ସମ୍ବେଦନଶୀଳ ସ୍ଥାନରେ ଆଘାତ ଲାଗିଛି । ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇ ତାର ଚିକିତ୍ସା ଜାରି ରହିଛି । ଖବର ପାଇ ରାଜ୍ୟ ଶିଶୁ ମଙ୍ଗଳ ୟୁନିଟ ମଧ୍ୟ ନିଜ ଆଡୁ ଘଟଣାର ତଦନ୍ତ ଆରମ୍ଭ କରିଛି । ଜଣେ 3 ବର୍ଷୀୟ ଶିଶୁ ପ୍ରତି ଏପରି ଅମାନବୀୟ ବ୍ୟବହାର ଉକ୍ତ ଅଙ୍ଗନବାଡି କେନ୍ଦ୍ର ଯାଉଥିବା ଅନ୍ୟ କୋମଳମତି ଶିଶୁଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢିଛି । ଅଭିଭାବକମାନେ ମଧ୍ୟ ଚିନ୍ତା ପ୍ରକଟ କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ଗ୍ରାମରେ ଚାଇଲ୍ଡ ଲାଇନର ସଦସ୍ୟ ପହଞ୍ଚି ଉକ୍ତ ଅଙ୍ଗନବାଡି କେନ୍ଦ୍ରର ଅନ୍ୟ କର୍ମଚାରୀ ଓ ପୀଡିତ ଶିଶୁର ଅଭିଭାବକଙ୍କ ବୟାନ ମଧ୍ୟ ରେକର୍ଡ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 1, 2022, 6:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.