ETV Bharat / bharat

ଶ୍ରୀନଗରରେ ମିଗ୍‌-୨୧ର ସ୍ଥାନ ନେଲା ମିଗ୍‌-୨୯ ସ୍କ୍ୱାର୍ଡନ

author img

By

Published : Oct 4, 2022, 10:51 PM IST

ACM VR Chaudhari press meet on preparedness of the Indian Air Force
ବାୟୁସେନାର ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ମିଳନୀ, ଶ୍ରୀନଗରରେ ମିଗ୍‌-୨୧ ବଦଳରେ ମିଗ୍‌-୨୯ ସ୍କ୍ବାଡ୍ରନ୍‌ ସାମିଲ

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିଗ୍‌-୨୧କୁ ଅବସର ଦିଆଯାଇଛି । ଶ୍ରୀନଗରରେ ଏହି ବିମାନ ବଦଳରେ ମିଗ୍‌-୨୯ ସ୍କ୍ୱାର୍ଡନ ସାମିଲ ହୋଇଛି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଗତ ସେପ୍ଟେମ୍ବର ୩୦ ତାରିଖରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିଗ୍‌-୨୧କୁ ଅବସର ଦିଆଯାଇଛି । ଶ୍ରୀନଗରରେ ଏହି ବିମାନ ବଦଳରେ ମିଗ୍‌-୨୯ ସ୍କ୍ୱାର୍ଡନ ସାମିଲ ହୋଇଛି । ୨୦୨୫-୨୬ ସୁଦ୍ଧା ଜାଗୁଆର ସ୍କ୍ୱାର୍ଡନ ମଧ୍ୟ ସେବାନିବୃତ୍ତ ହେବ । ଆଗାମୀ 5 ବର୍ଷ ମଧ୍ୟରେ ମଧ୍ୟରେ ଜାଗୁଆର, ମିରାଜ୍‌ ୨୦୦୦ ସ୍କ୍ବାଡ୍ରନ୍‌ ପର୍ଯ୍ୟାୟକ୍ରମେ ଅବସର ନେବେ । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବାୟୁସେନା ମୁଖ୍ୟ ଚିଫ୍‌ ଏୟାର ମାର୍ଶଲ ଭିଆର୍‌ ଚୌଧୁରୀ ସୂଚନା ଦେଇଛନ୍ତି ।

ଖାଲି ସେତିକି ନୁହେଁ ଅଗ୍ନିବୀର ଯୋଜନାରେ ୧୦ ପ୍ରତିଶତ ମହିଳାଙ୍କୁ ସାମିଲ କରାଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ବାୟୁସେନା । ବିଶ୍ବସ୍ତରର ଘଟଣାକ୍ରମକୁ ଦେଖିଲେ ବାୟୁସେନା ଯେକୌଣସି ଚ୍ୟାଲେଞ୍ଜ୍‌କୁ ସ୍ବୀକାର କରିବାକୁ ସକ୍ଷମ ରହିଛି । କଠିନରୁ କଠିନ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ସର୍ବଦା ବାୟୁସେନା ନିଜକୁ ପ୍ରସ୍ତୁତ କରୁଛି । LACରେ ଚୀନ ସେନାର ସମସ୍ତ ଗତିବିଧି ଉପରେ ନଜର ରଖାଯାଇଛି । ଏଥିପାଇଁ ବାୟୁସେନା ସବୁବେଳେ ସଜାଗ ଓ ସତର୍କ ରହିଛି ।

ନିକଟରେ LAC ଉପରେ ପଡ଼ୋଶୀ ଚୀନର ଯୁଦ୍ଧ ବିମାନ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଚୀନ୍‌କୁ ବାୟୁସେନା ପକ୍ଷରୁ ଏକ ମେସେଜ ଦିଆଯାଇଥିଲା । ପୂର୍ବ ଲଦ୍ଦାଖ୍‌ରେ ସ୍ଥିତି ସ୍ବାଭାବିକ କରିବା ପାଇଁ ସମସ୍ତ ଫ୍ରିକ୍ସନ ପଏଣ୍ଟରେ ସେନା ପ୍ରତ୍ୟାହାର କରିବାକୁ ହେବ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ।

ଭାରତର ଚାରି ପାଖରେ ଥିବା ପଡ଼ୋଶୀ ଶତୃ ସାଜିଛନ୍ତି । ସେମାନଙ୍କୁ ଉଚିତ ଜବାବ ଦେବାକୁ ଭାରତୀୟ ବାୟୁସେନାକୁ ୪୨ଟି ସ୍କ୍ବାଡ୍ରନ ଲଢ଼ୁଆ ବିମାନର ଆବଶ୍ୟକତା ରହିବ । ବର୍ତ୍ତମାନ ଚୀନ ଓ ପାକିସ୍ତାନର ଗତିବିଧି ଉପରେ ନଜର ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.