ETV Bharat / bharat

ଜେଲ ଯିବା ଭୟରେ ବିଜେପିରେ ମିଶିଲେ ସିନ୍ଦେଙ୍କ ସମେତ ବିଦ୍ରୋହୀ ବିଧାୟକ: ଆଦିତ୍ୟ ଠାକରେ

author img

By

Published : Apr 13, 2023, 11:04 PM IST

ଜେଲ ଯିବା ଭୟରେ ବିଜେପିରେ ମିଶିଲେ ସିନ୍ଦେଙ୍କ ବିଦ୍ରୋହୀ ବିଧାୟକ: ଆଦିତ୍ୟ ଠାକରେ
ଜେଲ ଯିବା ଭୟରେ ବିଜେପିରେ ମିଶିଲେ ସିନ୍ଦେଙ୍କ ବିଦ୍ରୋହୀ ବିଧାୟକ: ଆଦିତ୍ୟ ଠାକରେ

ଜେଲ ଯିବା ଭୟରେ ବିଜେପିରେ ମିଶିଲେ ସିନ୍ଦେଙ୍କ ସମେତ ବିଦ୍ରୋହୀ ବିଧାୟକ କହିଲେ ଆଦିତ୍ୟ ଠାକରେ । କହିଲେ ନହେଲେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଦୁର୍ନୀତି ମାମଲାରେ ହୋଇଥାନ୍ତେ ଗିରଫ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ସତ୍ତା ପରିବର୍ତ୍ତନ ଓ ଶିବସେନା ଦଳ ବିବାଦ ସାରା ଦେଶର ନଜରର କେନ୍ଦ୍ରରେ ରହିଥିଲା । କେବଳ ଉଦ୍ଧବ ଠାକରେଙ୍କ ସରକାର କ୍ଷମତାରୁ ବାହାରକୁ ରାସ୍ତା ଦେଖିବାକୁ ବାଧ୍ୟ ହୋଇଥିଲା ତାହା ନୁହେଁ ଶିବସେନା ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ଏବେ ଏହି ପ୍ରସଙ୍ଗରେ ଏକ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି, ଉଦ୍ଧବଙ୍କ ପୁଅ ତଥା ତତ୍କାଳୀନ କ୍ୟାବିନେଟରେ ସହଯୋଗୀ ଥିବା ଆଦିତ୍ୟ ଠାକରେ । କେନ୍ଦ୍ରରେ ଶାସନରେ ଥିବା ବିଜେପିର କାର୍ଯ୍ୟାନୁଷ୍ଠାନ ଭୟରେ ଦଳ ଛାଡି ବିଜେପିରେ ମିଶିବାକୁ ବାଧ୍ୟ ହୋଇଥିଲେ ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ବିଧାୟକ ।

ଏକନାଥ ସିନ୍ଦ ନିଜ ସମର୍ଥିତ ବିଧାୟକଙ୍କ ସହ ତାଙ୍କ ବାସଭବନ ମାତୋଶ୍ରୀ ଆସିଥିଲେ । ସେଠାରେ ସିନ୍ଦେଙ୍କ ସହ ତାଙ୍କ ସମର୍ଥିତ ବିଧାୟକମାନେ କାନ୍ଦିଥିଲେ । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର କାର୍ଯ୍ୟାନୁଷ୍ଠାନ ଭୟ ଓ ସେମାନଙ୍କ ପଦ ବଞ୍ଚାଇବା ପାଇଁ ସେମାନେ ଶିବସେନା ବିରୋଧରେ ବିଦ୍ରୋହ ପ୍ରଦର୍ଶନ କରି ଭାରତୀୟ ଜନତା ପାର୍ଟିରେ ସାମିଲ ହେବାକୁ ବାଧ୍ୟ ହୋଇଥିଲେ ବୋଲି ଆଦିତ୍ୟ କହିଛନ୍ତି ।

ଏକନାଥ ସିନ୍ଦେଙ୍କ ବିଦ୍ରୋହ ସମ୍ପର୍କରେ ସୂଚନା ଦେଇ ଆଦିତ୍ୟ ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି 40 ବିଧାୟକ (ଏକନାଥ ସିନ୍ଦେଙ୍କ ସମର୍ଥିତ) ନିଜ ଆସନର ସୁରକ୍ଷା ଏବଂ ଟଙ୍କା ପାଇଁ ବିଜେପି ସହ ଯାଇଛନ୍ତି । ସେଠାକୁ ଯିବାର କିମ୍ବା ଶିବସେନା ସହ ବିଦ୍ରୋହର ଅନ୍ୟ କୌଣସି ଦ୍ବିତୀୟ କାରଣ ନଥିଲା । କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି କ୍ଷମତାରେ ରହିଛି । କେନ୍ଦ୍ରୀୟ ତଦନ୍ତ ଏଜେନ୍ସିକୁ ସେମାନଙ୍କ ବିରୋଧରେ ବ୍ୟବହାର କରାଯାଇଥାନ୍ତା । ବିଭିନ୍ନ ଦୁର୍ନୀତି ମାମଲାରେ ସେମାନଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଥାନ୍ତା । ସେମାନେ ଏନେଇ ଭୟରେ ଥିଲେ । ବିଜେପିର ପ୍ରସ୍ତାବରେ ରାଜି ହେବାକୁ ବାଧ୍ୟ ହେଲେ । ଫଳରେ ସେତେବେଳେର ଶିବସେନା ମୂଳ ଗୋଷ୍ଠୀ ବିରୋଧରେ ବିଦ୍ରୋହ କଲେ । ବିଜେପି ସହ ମିଶି ସରକାର ମଧ୍ୟ ଗଠନ କଲେ ବୋଲି ଆଦିତ୍ୟ କହିଛନ୍ତି ।

ଏହି ବିଦ୍ରୋହୀ ନେତାଙ୍କ ସର୍ଦ୍ଦାର ଏବେର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ପ୍ରାୟ 40 ବିଧାୟକଙ୍କ ସହ ମାତୋଶ୍ରୀ ଆସିଥିଲେ । ସେ ସେଠାରେ ଏହି ପ୍ରସଙ୍ଗରେ ବିଜେପିର ଭୂମିକା ନେଇ ଚିନ୍ତା ପ୍ରକଟ କରିବା ସହ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଭୟରେ କାନ୍ଦିଥିଲେ । ପରେ ଭୟଭୀତ ହୋଇ ବିଜେପିକୁ ସମର୍ଥନ ଦେବା ପାଇଁ ସେମାନେ ଏପରି କରିବାକୁ ବାଧ୍ୟ ହୋଇଥିଲେ । ଆଦିତ୍ୟ ଠାକରେଙ୍କ ଏହି ବିବୃତ୍ତି ପରେ ମହାରାଷ୍ଟ୍ରର ରାଜନୈତିକ ମହଲରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.