ETV Bharat / bharat

ବୁଷ୍ଟର ଡୋଜ ଡ୍ରାଇଭ ବୃଦ୍ଧି ସପକ୍ଷରେ ୫୫ ପ୍ରତିଶତ ନାଗରିକ: Survey

author img

By

Published : Mar 30, 2022, 7:09 AM IST

ବୁଷ୍ଟର ଡୋଜ ଡ୍ରାଇଭ ବୃଦ୍ଧି ସପକ୍ଷରେ ୫୫ ପ୍ରତିଶତ: Survey
ବୁଷ୍ଟର ଡୋଜ ଡ୍ରାଇଭ ବୃଦ୍ଧି ସପକ୍ଷରେ ୫୫ ପ୍ରତିଶତ: Survey

ବୁଷ୍ଟର ଡୋଜ ଡ୍ରାଇଭ ଅବଧି ବଢାଇବା ସପକ୍ଷର ୫୫ ପ୍ରତିଶତ ଭାରତୀୟ ଥିବା ଅନୁଧ୍ୟାନରୁ ସୂଚନା । ଡ୍ରାଇଭ ବନ୍ଦ କରିବା ସପକ୍ଷରେ ମତ ଦେଇଛନ୍ତି 14% ଅଂଶଗ୍ରହଣକାରୀ । ମୋଟ 333ଟି ଜିଲ୍ଲାରୁ ସଂଗୃହିତ ହୋଇଥିଲା ଜନମତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆରମ୍ଭ କରାଯାଇଥିବା ବୁଷ୍ଟର ଡୋଜ ଡ୍ରାଇଭ ବୃଦ୍ଧି କରିବା ସପକ୍ଷରେ ପ୍ରାୟ 55% ଭାରତୀୟ ନାଗରିକଙ୍କ ମତ ରହିଛି । ସର୍ବେକ୍ଷଣରୁ ଏହା ମଧ୍ୟ ସାମ୍ନାକୁୁ ଆସିଛି ଯେ ବୁଷ୍ଟର ଡୋଜ ଗ୍ରହଣ କରିବାକୁ ଥିବା ପ୍ରତ୍ୟେକ ୨ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଅନ୍ୟ କୌଣସି ପୃଥକ ଟିକା ନେବାକୁ ଆଗ୍ରହୀ ଥିବା ମଧ୍ୟ ଜଣାପଡିଛି । ଲୋକାଲ୍ ସର୍କଲ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଏପରି ସୂଚନା ମିଳିଛି ।

ସର୍ଭେରେ କୁହାଯାଇଛି ଯେ ଅଧିକାଂଶ 55% ନାଗରିକ ବୁଷ୍ଟର ଡୋଜ ଡ୍ରାଇଭକୁ ସରକାର ବଢାନ୍ତୁ ଚାହୁଁଥିବା ବର୍ଗରେ ରହିଛନ୍ତି । ସର୍ଭେରେ ଏହି ମତ ସହ 9,770 ଜଣ ଅଂଶଗ୍ରହଣକାରୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ତଥାପି ଅନ୍ୟ ଏକ ଦିଗକୁ ବିଚାରକୁ ନେଲେ ସର୍ଭେ କରାଯାଇଥିବା ଜନସଂଖ୍ୟାର ଅତିକମରେ 31 ପ୍ରତିଶତ ମତାମତ, ସରକାର କେବଳ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଏହି ଡ୍ରାଇଭ ଉପଲବ୍ଧ କରାନ୍ତୁ ବୋଲି ମତ ପ୍ରକାଶ ପାଇଛି ।

ଅନ୍ୟପଟେ 14% ଅଂଶଗ୍ରହଣକାରୀ ଏହି ବୁଷ୍ଟର ଡୋଜ ଡ୍ରାଇଭକୁ ସ୍ଥଗିତ ରଖିବା ସପକ୍ଷରେ ଅଛନ୍ତି । COVID ସଂକ୍ରମଣ ମାମଲାର ତୀବ୍ର ହ୍ରାସ ଏବଂ ଜନସଂଖ୍ୟାର ଓମିକ୍ରନ ଭ୍ୟାରିଏଣ୍ଟର ଗମ୍ଭୀରତା ହ୍ରାସ ହେତୁ ଏହାର ଆବଶ୍ୟକତା ନଥିବା ଦର୍ଶାଇଛନ୍ତି ଏହି ବର୍ଗରେ ଥିବା ଅଂଶଗ୍ରହଣକାରୀ । ଏହି ସର୍ବେକ୍ଷଣରେ ଦେଶର 333ଟି ଜିଲ୍ଲାର ବାସିନ୍ଦାଙ୍କ ଠାରୁ 19,500ରୁ ଅଧିକ ମତାମତ ଗ୍ରହଣ କରାଯାଇଥିଲା । ସର୍ବେକ୍ଷଣରେ 67% ପୁରୁଷ ଅଂଶଗ୍ରହଣକାରୀ ଓ 33% ମହିଳା ଅଂଶଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.