ETV Bharat / bharat

Communal Harmony: ଜଲପାଇଗୁଡିରେ ୨୫୦ବର୍ଷ ପୁରାତନ କାଳୀ ମନ୍ଦିର, ପୂଜା କରନ୍ତି ମୁସଲିମ ସେବାୟତ

author img

By ETV Bharat Odisha Team

Published : Nov 10, 2023, 10:24 PM IST

Devi Chaudhurani Shashankali Temple
Devi Chaudhurani Shashankali Temple

ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଅନନ୍ୟ କାଳୀ ମନ୍ଦିର । ଯେଉଁଠି ମୁସଲିମ ସେବାୟତଙ୍କଠାରୁ ପୂଜା ପାଆନ୍ତି ପାପ ନାଶିନୀ ମା' । ଅଧିକ ପଢନ୍ତୁ

କୋଲକାତା: ପଶ୍ଚିମବଙ୍ଗର ଜଲପାଇଗୁଡ଼ି ନିକଟ ଗୋଶାଳା ମୋରରେ ରହିଛି ୨୫୦ ବର୍ଷ ପୁରାତନ ଦେବୀ ଚୌଧୁରାଣୀ ଶାସନକାଳୀ ମନ୍ଦିର । ଯେଉଁଠି ଦେଖିବାକୁ ମିଳେ ଭାଇଚାରର ନିଦର୍ଶନ । ମୁସଲିମ ଓ ହିନ୍ଦୁ ଭାଇ-ଭାଇ, ଯାହା ପୁଣି ଏଠାରେ ପ୍ରମାଣିତ ହୋଇଛି । କାରଣ ଉତ୍ତର ବେଙ୍ଗଲ ସ୍ଥିତ ଏହି ମନ୍ଦିରରେ ମା' କାଳୀଙ୍କୁ ପୂଜା କରିଥାନ୍ତି ମୁସଲିମ ସେବାୟତ । ଏହି ସେବାୟତଙ୍କ ପରିବାର ଗତ ୨୫୦ ବର୍ଷ ଧରି ପିଢି ପରେ ପିଢି ମା'ଙ୍କ ପୂଜା ସମ୍ବନ୍ଧୀୟ କାର୍ଯ୍ୟର ପରିଚାଳନା କରିଆସୁଥିବା ଜଣାପଡ଼ିଛି ।

ଏବେ ଏହି ପୁରାତନ ମନ୍ଦିରରେ ପୂଜକ ହେଉଛନ୍ତି ମୁମତାଜ ମହମ୍ମଦ । ସ୍ଥାନୀୟ ବାସୀ ଓ ପୂଜକଙ୍କ ସୂଚନା ଅନୁସାରେ ଏହି ମନ୍ଦିରରେ ମା' କାଳୀଙ୍କୁ ମାଛ ସହିତ ମାଂସ ମଧ୍ୟ ଭୋଗ ଲାଗି କରାଯାଏ । ମୁମତାଜ ମହମ୍ମଦ ନିଜେ ପୂଜା ଲାଗି ସମସ୍ତ ପ୍ରସ୍ତୁତି କରିଥାନ୍ତି । ପୂଜା ପାଇଁ ଫୁଲ ତୋଳିବା ଠାରୁ ଆରମ୍ଭ କରି ମନ୍ଦିର ପରିସରର ପରିଷ୍କାର ପରିଚ୍ଛନତା ସମ୍ପର୍କରେ ସମସ୍ତ କଥା ସେ ବୁଝିଥାନ୍ତି ବୋଲି କହିଛନ୍ତି । ତେବେ ଆଉ ଦିନକ ପରେ ମା' କାଳୀପୂଜା ଅନୁଷ୍ଠିତ ହେବ । ଏଥିଲାଗି ମୁସଲିମ ସେବାୟତ ମୁମତାଜ ମହମ୍ମଦ ବ୍ୟସ୍ତ ଥିବା କହିଛନ୍ତି । ସେ ଶାନ୍ତ ମନ ଓ ନିଷ୍ଠାର ସହିତ ଏହି ପୂଜା ସମ୍ପାଦନ କରିଥାନ୍ତି ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- ୩୬୦ ବର୍ଷର ନିଆରା ପରମ୍ପରା, ମହରମରେ ହିନ୍ଦୁ ଘରୁ ବାହାରୁଛି ତାଜିଆ ଶୋଭାଯାତ୍ରା

ପ୍ରତିବର୍ଷ ପରି ଚଳିତ ବର୍ଷ ଏହି ପୁରାତନ ମନ୍ଦିରରେ ଧୁମଧାମରେ ପୂଜା ଆୟୋଜିତ ହେବ । ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ସେବାୟତ ମହମ୍ମଦ କହିଛନ୍ତି । କାଳୀ ପୂଜା ଦିନ ଏହି ମନ୍ଦିରରେ ଭାଇଚାରର ଝଲକ ଦେଖିବାକୁ ମିଳିଥାଏ । ହିନ୍ଦୁଙ୍କ ପରି ମୁସଲିମ ଧର୍ମାବଲମ୍ବୀ ମଧ୍ୟ ଏହି ମନ୍ଦିରରକୁ ଦିନକୁ ୨ଥର ଆସିଥାନ୍ତି । ଜଣେ ଶ୍ରଦ୍ଧାଳୁ ମହମ୍ମଦ ସୈଦୁଲ ହକ୍‌ କହିଛନ୍ତି, " କାମକୁ ଯିବା ପୂର୍ବରୁ ଓ ଆସିବା ପରେ ମୁଁ ମା' କାଳୀଙ୍କ ଦର୍ଶନ କରିଥାଏ । ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରେ । ମା' ମୋର ସମସ୍ତ ମନବାଞ୍ଛା ପୂରଣ କରିଛନ୍ତି । ମା'ଙ୍କୁ ଦର୍ଶନ କରିବା ପରେ ମୋ ମନରେ ଏକ ଅଜଣା ଶାନ୍ତି ଜାଗ୍ରତ ହୁଏ ।"

ଦେବୀ ଚୌଧୁରାଣୀ ମନ୍ଦିରର ମୁଖ୍ୟ ସୁଭାଷ ଚୌଧୁରୀ କହିଛନ୍ତି, " ଏଠାରେ ମା' କାଳୀଙ୍କୁ ତନ୍ତ୍ର ସାଧନା କରାଯାଏ । ଏଠାରେ ସମସ୍ତ ଧର୍ମର ଶ୍ରଦ୍ଧାଳୁ ମା'ଙ୍କୁ ଦର୍ଶନ କରିଥାନ୍ତି । ଗତ ୨୫୦ ବର୍ଷ ଧରି ମନ୍ଦିରରେ ଏହି ପୂଜାର୍ଚ୍ଚନା ହୋଇଆସୁଛି । ଏଠାରେ ମା'ଙ୍କ ନିକଟରେ ଉଭୟ ନିରାମିଷ ଓ ଆମିଷ ଭୋଜନ ଲାଗି କରାଯାଏ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.