ETV Bharat / bharat

କୁନି ହାତରେ ମହାନ କାର୍ଯ୍ୟ, କର୍କଟ ରୋଗୀଙ୍କୁ କଲେ କେଶ ଦାନ

author img

By

Published : Oct 22, 2022, 10:50 PM IST

କୁନି ହାତରେ ମହାନ କାର୍ଯ୍ୟ, କର୍କଟ ରୋଗୀଙ୍କୁ କଲେ କେଶ ଦାନ
କୁନି ହାତରେ ମହାନ କାର୍ଯ୍ୟ, କର୍କଟ ରୋଗୀଙ୍କୁ କଲେ କେଶ ଦାନ

କୁନି ହାତରେ ମହାନ କାର୍ଯ୍ୟ । କର୍କଟ ରୋଗୀଙ୍କୁ କେଶ ଦାନ କଲେ ୨ ବର୍ଷର ଶିଶୁକନ୍ୟା । ଆଉ ଏଭଳି ମହତ କାର୍ଯ୍ୟ କରି ସେ ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଉତ୍ସ । କର୍ଣ୍ଣାଟକ ମାଙ୍ଗାଲୁରୁରେ ଏହି ଶିଶୁକନ୍ୟାର ଜନ୍ମ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ସାନ ସିନା ଦାନ ତା ମହାନ । କୁନି ହାତରେ ମହାନ କାର୍ଯ୍ୟ । ଏହି କଥାକୁ ଆଉ ଥରେ ପ୍ରମାଣିତ କରିଛନ୍ତି କର୍ଣ୍ଣାଟକ ମାଙ୍ଗାଲୁରୁର ୨ବର୍ଷ ଶିଶୁକନ୍ୟା । ଏହି ବୟସରେ ସେ ମହାନ କାର୍ଯ୍ୟ କରି ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି (2 year old girl donated her hair for cancer patients) । ୨ ବର୍ଷର ଶିଶୁକନ୍ୟା କର୍କଟ ରୋଗୀଙ୍କୁ କେଶ ଦାନ କରିଛନ୍ତି ।

କୁନି ହାତରେ ମହାନ କାର୍ଯ୍ୟ, କର୍କଟ ରୋଗୀଙ୍କୁ କଲେ କେଶ ଦାନ
କୁନି ହାତରେ ମହାନ କାର୍ଯ୍ୟ, କର୍କଟ ରୋଗୀଙ୍କୁ କଲେ କେଶ ଦାନ

ଏହି କୁନିଝିଅର ନାମ ହେଉଛି ଆଦ୍ୟା କୁଲାଲ । କର୍କଟ ରୋଗୀଙ୍କ ଲାଗି ଆଦ୍ୟା ନିଜ କେଶ ଦାନ କରିଛନ୍ତି । ଯାହଦ୍ବାରା କର୍କଟ ରୋଗୀଙ୍କ ପାଇଁ ୱିଗ (Wig) ତିଆରି ହୋଇପାରିବ । ଏ ସମ୍ପର୍କରେ ମାଙ୍ଗାଲୁରୁ ବିଧାୟକ ବେଦବ୍ୟାସ କାମଥ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଏ ନେଇ ସେ ଲେଖିଛନ୍ତି, " ଆଦ୍ୟା କୁଲାଲ ନାମକ ଏକ ଶିଶୁର ସାହସ ଏବଂ ଆଗ୍ରହ ଦେଖି ମୁଁ ଉତ୍ସାହିତ ହୋଇଥିଲି । ଏତେ କମ ବୟସରେ ସେ କର୍କଟ ରୋଗୀଙ୍କୁ କେଶ ଦାନ କରିଛନ୍ତି । ଏହା ଦ୍ବାରା ସେ ସମାଜ ପାଇଁ ଏକ ଆଦର୍ଶ ପାଲଟିଛନ୍ତି ଏବଂ ଅନେକଙ୍କୁ ପ୍ରେରଣା ମଧ୍ୟ ଯୋଗାଇଛନ୍ତି ।

କୁନି ହାତରେ ମହାନ କାର୍ଯ୍ୟ, କର୍କଟ ରୋଗୀଙ୍କୁ କଲେ କେଶ ଦାନ
କୁନିଝିଅ ଆଦ୍ୟା

ଏହା ବି ପଢନ୍ତୁ- Cyber Terrorism Case: ସଫ୍ଟଓୟାର ଇଞ୍ଜିନିୟର ଦୋଷୀକୁ ଆଜୀବନ କାରାଦଣ୍ଡ

ସୁମାଲାଥା ଏବଂ ଭରତ କୁଲାଲ ସେମାନଙ୍କର ସାହସୀ ଝିଅକୁ ଉତ୍ତମ ଶିକ୍ଷା ଦେଇ ଲାଳନ ପାଳନ କରୁଛନ୍ତି । ପରେ ଯେତେବେଳେ ଝିଅଟି ବଡ ହୋଇ ଏ ସମ୍ପର୍କରେ ଜାଣିବ, ସେତେବେଳେ ସେ ବହୁତ ଖୁସି ହେବ ।" କର୍କଟ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେବା ପରେ ରୋଗୀଙ୍କ କେଶ ଝଡ଼ିଥାଏ । ଫଳରେ ରୋଗୀ ୱିଗର ସାହାରା ନେଇଥାନ୍ତି । ଦେଶର ଧୀରେ ଧୀରେ କର୍କଟ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ କୁନିଝିଅର ଏହି ଦାନ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.