ବର୍ଷାରେ ଭିଜି ହଣ୍ଡା ମାଜିଲେ ପିଲା: ଭିଡିଓ ଭାଇରଲ

By ETV Bharat Odisha Team

Published : Jan 25, 2024, 4:57 PM IST

thumbnail

Viral Video of School Students washing utensil: ଖୋର୍ଦ୍ଧା : ବର୍ଷାରେ ଭିଜି ହଣ୍ଡା ମାଜିଲେ ପିଲା । ଭିଡିଓ ହେଉଛି ଭାଇରଲ । ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ଦେଇ ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି ସରକାର । ପିଲା କେମିତି ଘରୋଇ ସ୍କୁଲରୁ ମୁହଁ ଫେରାଇବେ ଏବଂ ସରକାରୀ ବିଦ୍ଯାଳୟ ପ୍ରତି ଆକୁଷ୍ଟ ହେବେ ସେନେଇ ଗୋଟିଏ ପରେ ଗୋଟିଏ ଯୋଜନା ହାତକୁ ନେଇ ପ୍ରଚାର କରୁଛନ୍ତି ସରକାର । କିନ୍ତୁ ବାସ୍ତବରେ ତାହା ଅଭିଭାବକ ସହ ଛାତ୍ରଛାତ୍ରୀ ମାନଙ୍କୁ କେତେ ପ୍ରଭାବିତ କରୁଛି ତାହା ଦେଖିବାକୁ ମିଳୁନି ।  

ଏହା ମଧ୍ୟ ପଢ଼ନ୍ତୁ... ଗାଁକୁ ନାହିଁ ରାସ୍ତା, 1 କିମି ଷ୍ଟ୍ରେଚରରେ ବୁହାହେଲେ ଗୁରୁତର ରୋଗୀ

ସରକାରଙ୍କ ଲୋକାଭିମୁଖୀ ଯୋଜନା ଶିକ୍ଷା ଦାନରେ ଉନ୍ନତି ପାଇଁ ସରକାରୀ ସ୍କୁଲମାନଙ୍କରେ ଅତାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ସରକାରୀ ବିଦ୍ଯାଳୟର ଉନ୍ନତି କରଣ କରୁଛନ୍ତି । ଏଥି ପାଇଁ କୋଟି କେଟି ଟଙ୍କା ପାଣିପରି ଖର୍ଚ୍ଚ ହେଉଛି । ତାହା ସହିତ ବିଦ୍ଯାଳୟରେ ଶିକ୍ଷା ଉନ୍ନତି କରଣ ପାଇଁ ୫ଟିରେ ଅନ୍ତଭୁର୍କ୍ତ କରାଯାଉଛି । ଛାତ୍ରଛାତ୍ରୀ ମାନଙ୍କ ପାଇଁ ସାଇକେଲ ଜୋତା ସହ ପୋଷାକ ପୁସ୍ତକ ଭଳି ସାମଗ୍ରୀ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେଉଛନ୍ତି ସରକାର । କିନ୍ତୁ ଏସବୁ ସତ୍ତ୍ୱେ ଶିକ୍ଷା ଦାନ କ୍ଷେତ୍ରରେ ସେତେଟା ସୁଧାର ଆସୁନଥିବା ବେଳେ କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ମାନେ କାର୍ଯ୍ୟରେ ଲଗାଉଥିହା ଦୃଶ୍ୟ ଦେଖିବାକୁ ମିଳିଛି ।  ଛାତ୍ରଛାତ୍ରୀ ମାନଙ୍କୁ ହଣ୍ଡା ବାସନ ମାଜିବା ଦୃଶ୍ୟର ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । 

ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଗୋଷ୍ଠି ଶିକ୍ଷା ଅଧିକାରୀ ଅଧିନସ୍ଥ ସିମୋର କୁଞ୍ଜ ବିହାରୀ ଦେବ ଉଚ୍ଚ ବିଦ୍ଯାଳୟରେ ଆଜି ୫ଟି ସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମକୁ ମୁଖ୍ଯମନ୍ତ୍ରୀ ଭିଡିଓ କନ୍ଫରେନ୍ସ ମାଧ୍ଯମରେ ଉଦଘାଟନ ହୋଇଥିଲା । ଏଥିପାଇଁ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଭୋଜି ପ୍ରସ୍ତୁତି ହୋଇଥିଲା । ଭୋଜି ଶେଷ ପରେ ହଣ୍ଡାହାଣ୍ଡି ମାଜିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଇଥିଲା ଦାୟିତ୍ୱ । ଛାତ୍ରଛାତ୍ରୀ ମାନେ ବର୍ଷାରେ ଭିଜି ଅଇଁଠା ବାସନ ମାଜିବା ଦୁର୍ଶ୍ଯ ଦେଖିବାକୁ ମିଳିଛି । ଯାହାକୁ ନେଇ ଅଭିଭାବକ ସହ ବୁଦ୍ଧିଜୀବୀ ମଧ୍ଯରେ ଅସନ୍ତୁଷ୍ଟ ଦେଖାଯାଇଛି । ଏହି ନେଇ ପ୍ରଧାନଶିକ୍ଷକ ସହ ଯୋଗାଯୋଗ କରିଥିଲେ ସେ ଫୋନ ଉଠାଉନାହାନ୍ତି ।  

ଇଟିଭି ଭାରତ, ଖୋର୍ଦ୍ଧା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.