ରାସ୍ତା ନାହିଁ ତ ଭୋଟ ନାହିଁ, ଜିଲ୍ଲାପାଳଙ୍କୁ ଫେରାଦ ଦେଲେ ଗ୍ରାମବାସୀ - Villagers Threat Election Boycott

By ETV Bharat Odisha Team

Published : Apr 8, 2024, 9:44 PM IST

thumbnail

Villagers Threat To Boycott Election: କେନ୍ଦୁଝର: ବଢି ଚାଲିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ନେତା ରାଜନୀତି କରିବା ପାଇଁ ବ୍ୟସ୍ତ ଥିବାବେଳେ ଜନତାଙ୍କ ଦୁଃଖ ବୁଝିବାକୁ କେହି ନାହାଁନ୍ତି । କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ଗ୍ରାମରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଯୋଗ୍ୟ ଯେ ଉକ୍ତ ଗ୍ରାମ ଦେଇ ପଳାସପଙ୍ଗା ବାମେବାରି ରାସ୍ତା ଯାଇଛି । ଏହି ରାସ୍ତାରେ ଆଇରନ ଟ୍ରକ୍ ସହଜରେ ପରିବହନ ପାଇଁ କିଡକୋ ସଂସ୍ଥା ଦ୍ବାରା ରାସ୍ତା ନିର୍ମାଣ କରାଯାଇଥିଲା । ଉକ୍ତ ରାସ୍ତାରେ ପ୍ରତିଦିନ ଆବଶ୍ୟକତା ଠାରୁ ଅଧିକ ଆଇରନ ଟ୍ରକ୍ ପରିବହନ କରି ଆସୁଛି । ଫଳରେ ଉକ୍ତ ରାସ୍ତାର ଅବସ୍ଥା ବିପର୍ଯ୍ୟୟ ହୋଇ ପଡ଼ିଛି ।

ବିଶେଷ କରି କଣ୍ଡରାପଶି ଠାରେ ଏହି ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ମଧ୍ୟରେ ବଡ ବଡ ଖାଲ ହୋଇ ଯାଇଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଏହା ସହ ଉକ୍ତ ରାସ୍ତା ନଷ୍ଟ ହୋଇ ଯାଇଥିବାରୁ ରାସ୍ତାର ଧୂଳି ଯୋଗୁଁ ରାସ୍ତା କଡ଼ରେ ଥିବା ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଖାଲଖମା ଯୋଗୁଁ ଆମ୍ବୁଲାନ୍ସ ସେବା ଉକ୍ତ ଅଞ୍ଚଳ ପାଇ ସାତ ସପନ ହୋଇଗଲାଣି । କୌଣସି ଟ୍ରକ ଯଦି ବ୍ରେକ ଡାଉନ୍ ଯୋଗୁଁ ରାସ୍ତା ଉପରେ ଛିଡା ହୋଇ ରହିଲା ଉକ୍ତ ଦିନ ନାହିଁ ନଥିବା ଜାମ ଯୋଗୁଁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  

ଏହା ମଧ୍ୟ ପଢନ୍ତୁ ...ବୌଦ୍ଧରେ ଜମୁଛି ଧୂଳି ଦଣ୍ଡ, ପଖାଳଖିଆ ଗୀତରେ କମ୍ପୁଛି ଗାଁ ଦାଣ୍ଡ - Danda Yatra 

ଏନେଇ କଣ୍ଡରାପଶି ଗ୍ରାମବାସୀ ବ୍ଳକରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ନୟାନ୍ତ ହୋଇ ପଡିଲେଣି । ବହୁବାର ରାସ୍ତା ଅବରୋଧ କରିବା ପରେ ଗତମାସ ଉକ୍ତ ରାସ୍ତା ଦେଇ ଚଳାଚଳ କରିଥିବା ଖଣି କମ୍ପାନୀର ଅଧିକାରୀ ମାନେ ରାସ୍ତା ମରାମତି କରିବା ସହ ଦୈନିକ ପାଣି ସିଞ୍ଚନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କିଛିଦିନ ପାଣି ଚିଞ୍ଚିବା ପରେ ବନ୍ଦ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଆଜି ଶତାଧିକ କଣ୍ଡରାପଶି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟକୁ ଆସି ଅଭିଯୋଗ କରିଥିଲେ । ଚବିଶ ଘଣ୍ଟା ମଧ୍ୟରେ ରାସ୍ତା ମରାମତି ଓ ପାଣି ସିଞ୍ଚନ ନକରିଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଜିଲ୍ଲାପାଳ ଯଥାଶୀଘ୍ର ଦାବି ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି ।

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.