ଗରମରୁ ରକ୍ଷା ପାଇଁ ନିଆରା ତରିକା, କ୍ଲାସରୁମକୁ କରିଦେଲେ ସୁଇମିଂ ପୁଲ - Classroom turns swimming pool

By ETV Bharat Odisha Team

Published : May 1, 2024, 2:03 PM IST

thumbnail

ଲକ୍ଷ୍ନୌ: ଏବେ ଚାରିଆଡେ ଖରାର ରାଜୁତି । ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳିଗୁଳିରେ ଆଉଟୁପାଉଟୁ ହେଉଛି ଜନଜୀବନ । ମଣିଷଠୁ ପଶୁପକ୍ଷୀ ସମସ୍ତେ ଅସ୍ତବ୍ୟସ୍ତ ହୋଇପଡିଲେଣି  । ଏହାରି ଭିତରେ ବର୍ତ୍ତମାନ ସୋସିଆଲ ମିଡିଆରେ ଉତ୍ତରପ୍ରଦେଶରୁ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି  । ଯେଉଁଥିରେ ଗରମରୁ ରକ୍ଷା ପାଇଁ ଗୋଟିଏ ସ୍କୁଲର କ୍ଲାସରୁମକୁ ସୁଇମିଂ ପୁଲ କରିଦିଆଯାଇଥିବା ଦେଖିବାକୁ ମିଳୁଛି  । କଥାଟି ହେଉଛି, ଛାତ୍ରଛାତ୍ରୀଙ୍କୁ ଗରମରୁ ଆଶ୍ବସ୍ତି ଦେବାକୁ ସ୍କୁଲର ପ୍ରିନ୍ସିପାଲ କ୍ଲାସରୁମରେ ପାଣି ଭରି କୃତ୍ରିମ ସୁଇମିଂ ପୁଲ କରିଛନ୍ତି  । ଆଉ ଛୋଟ ଛୋଟି ପିଲାମାନେ ଏହି ସୁଇମିଂ ପୁଲର ଭରପୁର ମଜା ନେଇଥିଲା  । ପିଲାମାନେ ସେହି ପାଣିରେ ନାଚି ଖେଳି ମଜା ମସ୍ତ କରୁଥିବାର ଭିଡିଓରେ ଦେଖିବାକୁ ମିଳୁଛି  । ଯାହାକି ଏବେ ବେଶ୍ ଭାଇରାଲ ହୋଇଛି  । ଏହି ଭିଡିଓଟି ଉତ୍ତପ୍ରଦେଶ କନୌଜର ମହସୋନାପୁର ପ୍ରାଥମିକ ବିଦ୍ୟାଳୟର  । ଦେଖନ୍ତୁ ଏହି ଦୃଶ୍ୟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.