ଅନୁଗୋଳରେ ସିରିଜ ଦୁର୍ଘଟଣା, ପରସ୍ପରକୁ ଧକ୍କା ଦେଇ ଜଳିଗଲା 3 ଗାଡି

By ETV Bharat Odisha Team

Published : Jan 29, 2024, 1:02 PM IST

thumbnail

Road Accident: ଅନୁଗୋଳ: ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ପରସ୍ପରକୁ ଧକ୍କା ଦେଇ ଜଳିଗଲା 3 ଗାଡି । ଅନୁଗୋଳ ଜିଲ୍ଲା ପାଳଲହଡା ଉପଖଣ୍ଡର ଖମାର ଥାନା ଅନ୍ତର୍ଗତ 149 ନଂ ଜାତୀୟ ରାଜପଥ ଟୋଲଗେଟ ନିକଟରେ ଏହି ଘଟଣା ଘଟିଛି । ଏକ ଟ୍ରଲରକୁ ଟ୍ରକ ଓ ପିକଅପ୍ ଧକ୍କା ଦେଇଥିଲା । ଫଳରେ ୩ଟି ଯାକ ଗାଡି ଜଳିଯାଇଥିଲା । ଏନେଇ ସୂଚନା ପାଇ ପାଳଲହଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଦୁର୍ଘଟଣାରେ ପିକଅପରେ ଥିବା ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଟୋଲଗେଟ କର୍ମଚାରୀ ଖମାର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଦୁଇ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିଲେ । ଏନେଇ ଖମାର ପୋଲିସ ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.