ଭୁବନ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା, ଦମ୍ପତିଙ୍କ ସହ ପୁଅ ଗୁରୁତର - road accident in bhuban

By ETV Bharat Odisha Team

Published : Apr 15, 2024, 9:02 PM IST

thumbnail

ROAD ACCIDENT IN BHUBAN: ଢେଙ୍କାନାଳ: ଅଜଣା ଗାଡ଼ି ଧକ୍କାରେ ଦମ୍ପତିଙ୍କ ସମେତ ପୁଅ ଗୁରୁତର । ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ସ୍ଥିତ ସାମଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଏହି ଦମ୍ପତି ପୁଅକୁ ନେଇ ସ୍କୁଟି ଯୋଗେ ଯାଉଥିଲେ । ସେହି ସମୟରେ ପଛ ପଟୁ ଧକ୍କା ଦେଇଥିଲା ଏକ ଗାଡ଼ି । ଦୁର୍ଘଟଣାରେ ସମସ୍ତେ ଗୁରୁତର ଥିବା ଜଣାପଡ଼ିଛି  ।

ଏହା ମଧ୍ୟ ପଢନ୍ତୁ....ଟ୍ରକରେ ଆସିଥିଲା ମୃତ୍ୟୁ ! ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା 5 ଜୀବନ - Bagalkote Accident 

ସୂଚନା ଅନୁସାରେ, ଗୁରୁତର ଥିବା ବ୍ୟକ୍ତିମାନେ ହେଉଛନ୍ତି ପରଜଙ୍ଗ ଗ୍ରାମର ରବି ନାରାୟଣ ତ୍ରିପାଠୀ, ତାଙ୍କ ସ୍ତ୍ରୀ ଓ ୮ ବର୍ଷର ପୁଅ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିବା ଜଣାପଡିଛି । ଦୁର୍ଘଟଣାରେ ରବି ନାରାୟଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାବେଳେ ବାମ ହାତ ଭାଙ୍ଗି ଯାଇଛି । ସେହିପରି ତାଙ୍କ ସ୍ତ୍ରୀଙ୍କର ଗୋଡରେ ଶକ୍ତ ଆଘାତ ଲାଗିଥିବାବେଳେ ପୁଅର ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ମେଡିକାଲରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.