ଯୁବ ଖେଳାଳିଙ୍କୁ ରୋହିତଙ୍କ ପ୍ରଶଂସା, ଭିଡିଓ ସେୟାର କଲା BCCI

By ETV Bharat Odisha Team

Published : Feb 5, 2024, 10:40 PM IST

thumbnail

Rohit Sharma appreciate youngsters: ବିଶାଖାପାଟଣା: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଜିତିଛି ଟିମ୍‌ ଇଣ୍ଡିଆ । ହାଇଦ୍ରାବାଦରେ ପ୍ରଥମ ଟେଷ୍ଟ ହାରିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ବିଜୟ ଦଳକୁ ଆଗାମୀ ମ୍ୟାଚ୍‌ ପାଇଁ ମନୋବଳ ଯୋଗାଇବ ନିଶ୍ଚୟ । ବିରାଟ କୋହଲି, କେଏଲ୍‌ ରାହୁଲ, ରବୀନ୍ଦ୍ର ଦାଡେଜାଙ୍କ ଭଳି ବଡ଼ ଖେଳାଳି ଏହି ମ୍ୟାଚ୍‌ ଖେଳୁନଥିବାବେଳେ ଅଧିକାଂଶ ଯୁବ ଖେଳାଳିଙ୍କୁ ମିଳିଥିଲା ସୁଯୋଗ । ଏଭଳି ସ୍ଥିତିରେ ସେମାନେ ଦଳକୁ ବହୁ ଆବଶ୍ୟକୀୟ ବିଜୟ ଦେଇ ଇଂଲଣ୍ଡ ସିରିଜକୁ 1-1ରେ ବରାବର କରିବା ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ବେଶ ଖୁସି ଅନୁଭବ କରିଛନ୍ତି । ମ୍ୟାଚ୍‌ ପରେ ପ୍ରତିକ୍ରିୟା ଦେଇ ରୋହିତ ଯୁବ ଖେଳାଳିମାନଙ୍କୁ ପ୍ରଶଂସା କରିଛନ୍ତି । ଏଭଳି ପ୍ରଦର୍ଶନ ଆଗକୁ ବଜାୟ ରଖିବା ପାଇଁ ସେ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛି ବିସିସିଆଇ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.