ରଘୁନାଥପଲ୍ଲୀରେ ବିପୁଳ ଭୋଟରେ ବିଜୟୀ ହେବୁ: ବିଜେଡି ପ୍ରାର୍ଥିନୀ ଅର୍ଚ୍ଚନା - ARCHANA BEHERA

By ETV Bharat Odisha Team

Published : May 9, 2024, 7:36 AM IST

thumbnail
ରଘୁନାଥପାଲ୍ଲୀରେ ରେକର୍ଡ ସଂଖ୍ୟକ ବିଜୟୀ ହେବ : ବିଜେଡି ପ୍ରାର୍ଥୀ ଅର୍ଚ୍ଚନା (ETV Bharat Odisha)

ରାଉରକେଲା: ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରରେ ସରଗରମ ରହିଛି ରାଜନୀତି । ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି ତ୍ରିମୁଖୀ ଲଢେଇ । ସେପଟେ ରଘୁନାଥପଲ୍ଲୀରେ ଚତୁର୍ଥ ଥର ପାଇଁ ଶଙ୍ଖ ବାଜିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ପ୍ରାର୍ଥୀ ଅର୍ଚ୍ଚନା ବେହେରା । ସେ କହିଛନ୍ତି, "ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ଭରପୁର ସହଯୋଗ ରହିଛି । ରାଜ୍ୟରେ ବିଜେଡି ପୁଣି ସରକାର କରିବା ସହ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ । ସେହିଭଳି ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରେ ନିଶ୍ଚିତ ବିଜେଡି ବିଜୟ ହେବ ।" ତେବେ ଏହି ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ଥର ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା ରେଖା ବେହେରାଙ୍କୁ ଟିକଟ ଦେଇଛି ଦଳ । ଅର୍ଚ୍ଚନା ବିଭିନ୍ନ ସ୍ଥାନକୁ ଯାଇ ଜୋରଦାର ପ୍ରଚାର କରିବା ସହ ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବାରେ ଲାଗି ପଡ଼ିଛନ୍ତି ।  

ଏହା ମଧ୍ୟ ପଢନ୍ତୁ...ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକ - Pramod Mallick Files Nomination

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ବିକାଶଧାରା ଲୋକଙ୍କୁ ଆକୃଷ୍ଟ କରୁଛି । ନାରୀଙ୍କୁ ସଶକ୍ତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରାଥମିକତା ଦେଉଛନ୍ତି ସରକାର । କାଳିଆ ଯୋଜନା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଜନକଲ୍ୟାଣକାରୀ ଯୋଜନାକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ । ଲୋକମାନଙ୍କ ପ୍ରତିକ୍ରିୟା ଖୁବ୍ ଉତ୍ସାହଜନକ ରହିଛି  ଏବଂ ବିପୁଳ ସମର୍ଥନ ମଧ୍ୟ ମିଳୁଛି । ବ୍ୟାପକ ଭାବରେ ଲୋକେ ଆମକୁ ସମର୍ଥନ କରୁଛନ୍ତି ତେଣୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହେବୁ ।

ଇଟିଭି ଭାରତ, ରାଉରକେଲା  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.