କଲରାପତରିଆ ବାଘର ମୃତଦେହ ଉଦ୍ଧାର, ମୃତ୍ୟୁ କାରଣ ଅସ୍ପଷ୍ଟ - Tiger Found dead

By ETV Bharat Odisha Team

Published : May 9, 2024, 7:26 AM IST

thumbnail
Tiger Found dead (ETV Bharat Odisha)

Tiger Found dead: ସମ୍ବଲପୁର: ଉଦ୍ଧାର ହେଲା ମୃତ କଲରାପତରିଆ ବାଘ । ବୁଧବାର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଏକ କଲରାପତରିଆ ବାଘର ମୃତଦେହକୁ ଉଦ୍ଧାର କରିଛି ବନ ବିଭାଗ l ବନ ବିଭାଗ ବାଘର ମୃତଦେହକୁ ବ୍ୟବଚ୍ଛେଦ ମଧ୍ୟ କରିଥିବା ଜଣାପଡ଼ିଛି । ତେବେ କେଉଁ ପରିସ୍ଥିତିରେ ବାଘର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ l ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି DFO କହିଛନ୍ତି l 

ଏହା ମଧ୍ୟ ପଡ଼ନ୍ତୁ.. 14 ବର୍ଷରେ ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା - White Tigress Sneha Dies

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଭିଜନ, ନାକଟିଦେଉଳ ରେଞ୍ଜ ଅନ୍ତର୍ଗତ ଲାଣ୍ଡିମାଲ ସଂରକ୍ଷିତ ଜଙ୍ଗଲ ନିକଟ ଭୀମମଣ୍ଡଳୀ ଜଙ୍ଗଲ ନିକଟ ରାସ୍ତାରେ ଏକ ୧୦ ବର୍ଷର ଅଣ୍ଡିରା କଲରାପତରିଆ ବାଘର ମୃତଦେହକୁ ଉଦ୍ଧାର କରିଛି ରେଢ଼ାଖୋଲ ବନ ବିଭାଗ l ଖବର ପାଇ ଭୂବନେଶ୍ବରରୁ ଜେଟିଏଫ ଟିମ୍, ସମ୍ବଲପୁର ଆରସିସିଏଫ ରେଢ଼ାଖୋଲ ଡିଏଫଓଙ୍କ ସହ ଆଲୋଚନା କରି ତଦନ୍ତ ଜାରି ରଖିଛି l ବାଘଟିକୁ ଗୁଳି କରି ଶୀକାର କରାଯାଇଛି ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି, ଏହି ସବୁ ଦିଗକୁ ନେଇ ତଦନ୍ତ କରୁଛି ବନ ବିଭାଗ l ତେବେ ୨୪ ଘଣ୍ଟା ପୂର୍ବରୁ ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ବୋଲି DFO ସୂଚନା ଦେଇଛନ୍ତି l ସେପଟେ ମୃତ ବାଘର ବ୍ୟବଚ୍ଛେଦ କରାଯିବା ପରେ  ମୃତଦେହକୁ ପୋଡି ଦିଆଯାଇଥିବା ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.