ପାଖଉଛି ନିର୍ବାଚନ; ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର - Odisha Assembly election 2024

By ETV Bharat Odisha Team

Published : May 9, 2024, 9:40 AM IST

thumbnail
ODISHA ASSEMBLY ELECTION 2024 (ETV Bharat Odisha)

ODISHA ASSEMBLY ELECTION 2024: ବୌଦ୍ଧ: ନିର୍ବାଚନ ଯେତିକି ପାଖଉଛି ସେତିକି ସରଗରମ ହେଉଛି ପ୍ରଚାର ମଇଦାନ । ଭୋଟ ହାତେବାକୁ ଭୋଟରଙ୍କୁ ଲୋଭନୀୟ ପ୍ରତିଶୃତି ଦେଉଛନ୍ତି ତିନି ପ୍ରତିଦ୍ବନ୍ଦ୍ବୀ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ଏହି କ୍ରମରେ ବୌଦ୍ଧ ଓ କଣ୍ଟମାଳ ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର କରିଛନ୍ତି ତିନୋଟି ଯାକ ଦଳର ପ୍ରାର୍ଥୀ । ଡୋର ଟୁ ଡୋର କ୍ୟାମ୍ପେନ ସହିତ ଶୋଭାଯାତ୍ରା କରି ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ପାଞ୍ଚ ଥରର ବିଧାୟକ ପ୍ରଦୀପ କୁମାର ଅମାତ ଷଷ୍ଠ ଥର ପାଇଁ ବିଜେଡି ଦଳର ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ଯୁବ ବିଜେପି ସଂଗଠକ ସରୋଜ କୁମାର ପ୍ରଧାନ ଓ କଂଗ୍ରେସର ବରିଷ୍ଠ ନେତା ନବ କୁମାର ମିଶ୍ରଙ୍କ ସହିତ ଅନ୍ୟ ତିନି ଜଣ ସ୍ବାଧୀନ ବିଧାୟକ ପ୍ରାର୍ଥୀ  ମଧ୍ୟ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । 

ଏହା ମଧ୍ୟ ପଢନ୍ତୁ-କଣ୍ଟାମାଳରେ ପାଣ୍ଡିଆନଙ୍କ ପ୍ରଚାର ପରେ ଉତ୍ସାହିତ ବିଜେଡି କର୍ମୀ - Odisha Assembly election 2024

ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ପକ୍ଷରୁ ପ୍ରାର୍ଥୀ ଭାବରେ ଦୁଇ ଥରର ବିଧାୟକ ମହୀଧର ରଣାଙ୍କୁ କଡ୍ଡା ଟକ୍କର ଦେବାକୁ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ସହିତ କଂଗ୍ରେସ ଦଳର ପ୍ରାର୍ଥୀ ଓ ଅନ୍ୟ ତିନି ଜଣ ବିଧାୟକ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ବୁଧବାରଠାରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହୀଧର ରଣା ରୋଡ଼ ସୋ କରିଥିଲେ । ସେହିପରି ବିଜେପି ଦଳର ବରିଷ୍ଠ ନେତା କହ୍ନେଇ ଚରଣ ଡାଙ୍ଗଙ୍କ ସଂଗଠନ ସୁଦୃଢ଼ ହେବାରେ ଲାଗିଥିବାରୁ ବିଜେଡି ଦଳ ପାଇଁ ଟେନସନ ବଢ଼ିବାରେ ଲାଗିଛି । କେନ୍ଦ୍ରର ମୋଦି ଗ୍ୟାରେଣ୍ଟି ସହିତ ବିଜେପି ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତିକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । ସେପଟେ ଉଭୟ ବିଜେଡି ବିଜେପି ଦଳ ସାଧାରଣ ଜନତାଙ୍କୁ ଉଚିତ ନ୍ୟାୟଯୁକ୍ତ ଶାସନ ଯୋଗାଇବାରେ ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ କରି ସାଧାରଣ ଭୋଟରଙ୍କ ନିକଟରେ ପହଞ୍ଚୁଛି । 
 

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.