ମାୟା ନଗରୀରେ ଓଡ଼ିଆ ବାସ୍ନା, ପ୍ରବାସୀ ଓଡ଼ିଆ ପାଳିଲେ ଉତ୍କଳ ଦିବସ ସହ ପଣା ସଂକ୍ରାନ୍ତି - SOWW

By ETV Bharat Odisha Team

Published : Apr 16, 2024, 4:18 PM IST

thumbnail

Swabhimani Odia Womens World ମୁମ୍ବାଇ: ଆମେ ଓଡ଼ିଆ, ଭାରି ବଢ଼ିଆ । ଆମ ସସ୍କୃତି, ଆମ ପରମ୍ପରା ଓ ଆମ ଐତିହ୍ୟକୁ ନେଇ ଆମେ ଗର୍ବିତ । ଯେତେ ଦୂରେ ଥିଲେ ମଧ୍ୟ ଆମ ମନ ଓଡ଼ିଆ, ଆମ ପ୍ରାଣ ଓଡ଼ିଆ । ଯୁଆଡେ ଗଲେ ବି ଯୋଉଠି ଥିଲେ ବି ଓଡିଶା ମାଟି ପାଣି ପବନର ବାସ୍ନାକୁ କେବେ ଭୁଲି ପାରନି ଜଣେ ଖାଣ୍ଟି ଓଡ଼ିଆ । ସୁଦୂରରେ ଥିଲେ ମଧ୍ୟ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଛାପ ସମସ୍ତଙ୍କ ମଧ୍ୟରେ ବାରି ହୋଇପଡେ । ଯାହାର ଉଦାହରଣ ଦେଖିବାକୁ ମିଳିଛି ମାୟା ନଗରୀ ମୁମ୍ବାଇରେ । ଓଡ଼ିଆ ଭାଷା ପରମ୍ପରାକୁ ପ୍ରଚାର ପାଇଁ କାର୍ଯ୍ୟ କରୁଥିବା ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ସଂଗଠନ (SOWW) ପକ୍ଷରୁ ପାଳନ କରାଯାଇଛି ଉତ୍କଳ ଦିବସ ସହ ପାଣା ସଂକ୍ରାନ୍ତି । 

ତେବେ ମୁମ୍ବାଇରେ ଓଡିଶାର ଝଲକ ଦେଖାଇଛନ୍ତି ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ସଂଗଠନ । ଉତ୍କଳ ଦିବସ ସହ ପାଣା ସଂକ୍ରାନ୍ତିକୁ ପାଳନ କରିବା ଅବସରରେ ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ବିଭିନ୍ନ କାର୍ଯ୍ୟକ୍ରମ । ଯେଉଁଥିରେ ପଟ୍ଟଚିତ୍ର କର୍ମଶାଳା, ସମ୍ବଲପୁରୀ ଠାରୁ ଆରମ୍ଭ କରି ଓଡ଼ିଶୀ ନୃତ୍ୟ, ଜଗନ୍ନାଥଙ୍କ ଉପରେ କ୍ଲେ ଆର୍ଟ ଓ ଫ୍ୟାସନ ସୋ ଆଦି ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ନିଜ ନିଜର ହସ୍ତତନ୍ତ ବିଷୟରେ କହିଥିଲେ । ତେବେ ବନ୍ଦିତା ପାତ୍ର ଏହି କାର୍ଯ୍ୟକ୍ରମରେ ବିଚାରକ କାର୍ଯ୍ୟ ତୁଲାଇଥିଲେ । ସେପଟେ ଓଡ଼ିଆଙ୍କ ଖାଦ୍ୟର ବାସ୍ନାରେ ମହକି ଉଠିଥିଲା ମୁମ୍ବାଇ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଓଡ଼ିଆ ଖାଦ୍ୟର ମଜ୍ଜା ନେଇଥିଲେ ଉପସ୍ଥିତ ଲୋକ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.