ପାଣିଟାଙ୍କି ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ନାକେଦମ ଉଦ୍ଧାରକରୀ ଟିମ୍‌

By ETV Bharat Odisha Team

Published : Jan 27, 2024, 8:52 PM IST

thumbnail

Suicide Attempt Of Youth: ଭବାନୀପାଟଣା: ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଦୀର୍ଘ ୪ ଘଣ୍ଟା ଧରି ଉଦ୍ଧାରକାରୀ ଟିମକୁ ନାକେଦମ୍ କରିଛନ୍ତି ଯୁବକ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର ଗଜବାହାଲ ଗ୍ରାମପଞ୍ଚାୟତର କଅଁସିଲ୍ ଗାଁରେ ନିର୍ମାଣ ହେଉଥିବା ପାଣିଟାଙ୍କି ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ଯୁବକ ଜଣକ ନବରଙ୍ଗପୁର ଜିଲ୍ଲାର କୁମ୍ଭାର ଗୁଡା ଗାଁର ମହେଶ କୁମାର ହୋଇଥିବା ବେଳେ ବୟସ ପାଖାପାଖି ୨୮ବର୍ଷ ହେବ ବୋଲି ଜଣାପଡ଼ିଛି । ତେବେ ଉକ୍ତ ପାଣି ଟାଙ୍କି ନିର୍ମାଣ କରିବାକୁ ଆସିଥିବା ବେଳେ ଯୁବକ ଜଣଙ୍କ ଏଭଳି କାଣ୍ଡ ଭିଆଇଛି । ପାଣି ଟାଙ୍କି ଉପରେ ଚଢି ଯାଇ ତଳକୁ ଓହ୍ଲାଉ ନଥିବା ବେଳେ ସହକର୍ମୀ ଶ୍ରମିକ ଓ ଗ୍ରାମବାସୀମାନେ ସ୍ଥାନୀୟ ରିଶିଡା ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ । ସେପଟେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଟାଙ୍କି ଉପରୁ ତଳକୁ ଆଣିବାକୁ ପ୍ରୟାସ କରିଥଲେ ମଧ୍ୟ ବିଫଳ ହୋଇଛନ୍ତି । ଦୀର୍ଘ ୪ ଘଣ୍ଟା ଧରି ଉଦ୍ଧାର ପାଇଁ ଉଦ୍ୟମ ଚାଲିଥିବା ବେଳେ ଯୁବକ ଜଣକ ହାତରେ ଗୋଟିଏ ଛୋଟ ବାଡି ଧରିଛି ଟାଙ୍କି ଉପରୁ ତଳକୁ ଆସୁନାହାଁନ୍ତି । ଫଳରେ ଉଦ୍ଧାରକରୀ ଦଳଙ୍କୁ ନାକେ ଦମ୍ କରିଛନ୍ତି ଏହି ଯୁବକ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.